ମାଲାୟଲମ୍ ଫିଲ୍ମ ଜଗତରେ ପାଦ ରଖିବାକୁ ଯାଉଛନ୍ତି ଚୁଲ୍ବୁଲୀ ଅଭିନେତ୍ରୀ କଲ୍ୟାଣୀ ପ୍ରିୟଦର୍ଶନ । ମାତ୍ର ଦୁଇ ବର୍ଷ ତଳେ ସିନେମା ଜଗତରେ ପାଦ ରଖିଥିବା ଏହି ଅଭିନେତ୍ରୀଙ୍କୁ ଦୁଲ୍କର ସଲ୍ମାନ୍ଙ୍କ ବିପକ୍ଷରେ ବଡ ବ୍ରେକ୍ ମିଳିଛି । ଦ ଜୋୟା ଫ୍ୟାକ୍ଟର ପରେ ଦୀର୍ଘ ତିନି ବର୍ଷ ପରେ ଦୁଲ୍କର ମାଲାୟଲମ ଇଣ୍ଡଷ୍ଟ୍ରୀକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ଦୁଲ୍କର । ଫିଲ୍ମଟି ଆକ୍ସନ୍ ଥ୍ରୀଲର ବର୍ଗର ହୋଇଥିବା ବେଳେ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ସତ୍ୟନ୍ ଅନ୍ଥିକାଡ । ଏହି ଫିଲ୍ମରେ ମୋହନଲାଲଙ୍କ ପୁଅ ପ୍ରଣବ ମୋହନଲାଲ, ସୁରେଶ ଗୋପୀ ଏବଂ ନଜରିୟା ନାଜ୍ମିନ୍ ପ୍ରମୁଖ ଭୂମିକାରେ ନଜର ଆସିବେ ।