ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେଙ୍କ କଥିତ ଅପମାନଜନକ ବୟାନ ପରେ ରାଜନୀତି ଉଷ୍ମ ହୋଇଛି। ପାଟନା, ଦିଲ୍ଲୀ, ଜୟପୁର, ଚଣ୍ଡିଗଡ଼ ସମେତ ଅନେକ ରାଜ୍ୟରେ ବିଜେପି କର୍ମୀ କଂଗ୍ରେସ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।
ବିଜେପି Xରେ ତାଚ୍ଛଲ୍ୟ କରି ଲେଖିଛି, “ଡିଅର ଖରଗେ, ମୋଦୀ କୁଆଡ଼େ ଯିବେନି। ତାଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ବଛାଯାଇଛି। ତାଙ୍କ ପାଖରେ ଆମ ଭୋଟ୍ ଅଛି ବ୍ରୋ, ଯାହା ଆପଣଙ୍କ ଆକାଙ୍କୁ କେବେ ମିଳିବନି।”
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ କହିଛନ୍ତି ଯେ, ଅପମାନଜନକ ଶବ୍ଦ ବ୍ୟବହାର କଂଗ୍ରେସର ସଂସ୍କାର ପାଲଟିଛି। ଏହା ରାଜନୈତିକ ମର୍ଯ୍ୟାଦାର ଉଲ୍ଲଂଘନ। ମଧ୍ୟପ୍ରଦେଶ ବିଜେପି ଅଧ୍ୟକ୍ଷ ହେମନ୍ତ ଖଣ୍ଡେଲୱାଲ ମଧ୍ୟ ଏହାକୁ ନିନ୍ଦା କରିଛନ୍ତି। ଦିଲ୍ଲୀ ବିଜେପି ଖରଗେ ଏବଂ ରାହୁଲ ଗାନ୍ଧୀଙ୍କୁ କ୍ଷମା ମାଗିବାକୁ ଦାବି କରିଛି।


