Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟ୍ରେନ୍ ନିରାପତ୍ତା ସୁନିଶ୍ଚିତ କରିବାରେ ଉଲ୍ଲେଖନୀୟ ସତର୍କତା ପାଇଁ ଛଅ ରେଳ କର୍ମଚାରୀ ସମ୍ବର୍ଦ୍ଧିତ
ଆଜିର ଖବର

ଟ୍ରେନ୍ ନିରାପତ୍ତା ସୁନିଶ୍ଚିତ କରିବାରେ ଉଲ୍ଲେଖନୀୟ ସତର୍କତା ପାଇଁ ଛଅ ରେଳ କର୍ମଚାରୀ ସମ୍ବର୍ଦ୍ଧିତ

October 26, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଟ୍ରେନ୍ ନିରାପତ୍ତା ସୁନିଶ୍ଚିତ କରିବାରେ ଉଲ୍ଲେଖନୀୟ ସତର୍କତା ପାଇଁ ଛଅ ରେଳ କର୍ମଚାରୀ ସମ୍ବର୍ଦ୍ଧିତ
ଟ୍ରେନ୍ ନିରାପତ୍ତା ସୁନିଶ୍ଚିତ କରିବାରେ ଉଲ୍ଲେଖନୀୟ ସତର୍କତା ପାଇଁ ଛଅ ରେଳ କର୍ମଚାରୀ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଟ୍ରେନ୍ ନିରାପତ୍ତା ସମ୍ବନ୍ଧୀୟ ସମ୍ଭାବ୍ୟ ବିପଦକୁ ଚିହ୍ନଟ କରିବାରେ ଅସାଧାରଣ ସତର୍କତା, ଉପସ୍ଥିତ ବୁଦ୍ଧି ଏବଂ କର୍ତ୍ତବ୍ୟ ପ୍ରତି ନିଷ୍ଠା ପ୍ରଦର୍ଶନ କରିଥିବା ଛଅ ଜଣ ରେଳ କର୍ମଚାରୀଙ୍କୁ ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ସମ୍ବର୍ଦ୍ଧିତ କରିଛନ୍ତି। ସେପ୍ଟେମ୍ବର ୨୦୨୬ ରେ ସେମାନଙ୍କର ସମୟୋଚିତ ପଦକ୍ଷେପ ଓ ତ୍ୱରିତ ସୂଚନା ଯୋଗୁଁ ସମ୍ପୃକ୍ତ ରେଳ ଅଧିକାରୀମାନେ ଆବଶ୍ୟକ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିପାରିଥିଲେ। ଏହା ଫଳରେ ସମ୍ଭାବ୍ୟ ଅପ୍ରୀତିକର ଘଟଣାଗୁଡ଼ିକୁ ଏଡ଼ାଯାଇ ପାରିବା ସହ ନିରାପଦ ଓ ସୁଗମ ରେଳ ପରିଚାଳନାରେ ସତର୍କତାର ଗୁରୁତ୍ୱ ପୁନର୍ବାର ପ୍ରତିପାଦିତ ହୋଇଛି।

ସମ୍ବର୍ଦ୍ଧିତ ରେଳ କର୍ମଚାରୀମାନେ ହେଲେ:

୧. ବନ୍ଦିତା ସାହୁ, ପଏଣ୍ଟସମ୍ୟାନ୍-ଏ, ମାନେଶ୍ୱର ଷ୍ଟେସନ୍, ସମ୍ବଲପୁର ମଣ୍ଡଳ।

୨. ଅଭିଜିତ ଦାସ, ଟ୍ରାକ୍ ମେଣ୍ଟେନର୍-୪, SSE/P.Way/କୋରାପୁଟଙ୍କ ଅଧୀନରେ, ରାୟଗଡ଼ା ମଣ୍ଡଳ।

୩. କୁସମାଲ ହାନ୍ତାଳ, ଟ୍ରାକ୍ ମେଣ୍ଟେନର୍-୧, SSE/P.Way/କୋରାପୁଟଙ୍କ ଅଧୀନରେ, ରାୟଗଡ଼ା ମଣ୍ଡଳ।

୪. ପେଦଲାପୁ ନୁକା ରାଜୁ, ଟ୍ରାକ୍ ମେଣ୍ଟେନର୍-୪, SSE/P.Way/କୋରାପୁଟଙ୍କ ଅଧୀନରେ, ରାୟଗଡ଼ା ମଣ୍ଡଳ।

୫. ଆଶିଷ କୁମାର ସରକାର, ଟ୍ରାକ୍ ମେଣ୍ଟେନର୍-୪, SSE/P.Way/କୋରାପୁଟଙ୍କ ଅଧୀନରେ, ରାୟଗଡ଼ା ମଣ୍ଡଳ।

୬. ଗୋପୀନାଥ ମୁଦୁଲି, ଟ୍ରାକ୍ ମେଣ୍ଟେନର୍-୩, SSE/P.Way/ଜୟପୁରଙ୍କ ଅଧୀନରେ, ରାୟଗଡ଼ା ମଣ୍ଡଳ।

ନିଜ ନିଜ କର୍ତ୍ତବ୍ୟ ସମ୍ପାଦନ ସମୟରେ ଏହି ରେଳ କର୍ମଚାରୀମାନେ ପ୍ରଶଂସନୀୟ ସତର୍କତା ପ୍ରଦର୍ଶନ କରି ଟ୍ରେନ୍ ନିରାପତ୍ତା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାକୁ ତୁରନ୍ତ ସମ୍ପୃକ୍ତ ରେଳ ଅଧିକାରୀମାନଙ୍କ ଦୃଷ୍ଟିକୁ ଆଣିଥିଲେ। ସେମାନଙ୍କ ଦ୍ୱାରା ଚିହ୍ନଟ ସମସ୍ୟାଗୁଡ଼ିକ ମଧ୍ୟରେ ଟ୍ରେନ୍‌ର କୋଚ୍‌ ସମ୍ବନ୍ଧୀୟ ଅସ୍ୱାଭାବିକ ସ୍ଥିତି, ସମ୍ଭାବ୍ୟ ଭୂସ୍ଖଳନ, ରେଳ ଧାରଣାରେ ତ୍ରୁଟି (Disturbed track alignment) ଏବଂ ରେଳଧାରଣାରେ ପ୍ରାରମ୍ଭିକ ସ୍ତରରେ ରେଳ ବଙ୍କା ହେବାର ଲକ୍ଷଣ (Rail buckling) ଆଦି ଅନ୍ତର୍ଭୁକ୍ତ ଥିଲା। ସେମାନଙ୍କର ସମୟୋଚିତ ସୂଚନା ଫଳରେ ରେଳ କର୍ତ୍ତୃପକ୍ଷ ତୁରନ୍ତ ଆବଶ୍ୟକ ହସ୍ତକ୍ଷେପ କରିବା ସହ ଉପଯୁକ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିପାରିଥିଲେ। ଏହାଦ୍ୱାରା ଟ୍ରେନ୍ ଚଳାଚଳ ପ୍ରତି ସମ୍ଭାବ୍ୟ ବିପଦକୁ ଏଡ଼ାଇବା ସମ୍ଭବ ହୋଇପାରିଥିଲା।

ଏହି ଘଟଣାଗୁଡ଼ିକ ରେଳ ନିରାପତ୍ତା ବଜାୟ ରଖିବାରେ କର୍ମଚାରୀଙ୍କ ସତର୍କତା, ପ୍ରଭାବଶାଳୀ ଯୋଗାଯୋଗ ଓ ସମୟୋଚିତ ସୂଚନା ପ୍ରଦାନର ଗୁରୁତ୍ୱକୁ ପ୍ରତିପାଦିତ କରୁଛି। ବିଶେଷକରି କ୍ଷେତ୍ରସ୍ତରରେ କାର୍ଯ୍ୟରତ ରେଳ କର୍ମଚାରୀମାନେ ଅସ୍ୱାଭାବିକ ସ୍ଥିତିକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ କରିବା ଏବଂ ତୁରନ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ଅବଗତ କରାଇବା ଦ୍ୱାରା ଦୁର୍ଘଟଣା ରୋକିବା ଓ ଟ୍ରେନ୍‌ର ସୁରକ୍ଷିତ ଚଳାଚଳ ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି।

କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରି ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ସେମାନଙ୍କର ସତର୍କତା, କର୍ତ୍ତବ୍ୟନିଷ୍ଠା ଓ ନିଷ୍ଠାପର କାର୍ଯ୍ୟ ପ୍ରତି ଉଚ୍ଚ ପ୍ରଶଂସା କରିଥିଲେ। ଟ୍ରେନ୍ ଚଳାଚଳର ନିରାପତ୍ତା ସୁନିଶ୍ଚିତ କରିବାରେ କ୍ଷେତ୍ରସ୍ତରରେ କାର୍ଯ୍ୟରତ ରେଳ କର୍ମଚାରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଉଲ୍ଲେଖ କରିବା ସହ ସମସ୍ତ କର୍ମଚାରୀଙ୍କୁ ନିଜ ନିଜ କର୍ତ୍ତବ୍ୟ ସମ୍ପାଦନ ସମୟରେ ସମାନ ସତର୍କତା, ଆନ୍ତରିକତା ଓ ନିଷ୍ଠା ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ।

ଟ୍ରେନ୍ ନିରାପତ୍ତା ପୂର୍ବ ତଟ ରେଳପଥ ରେଳ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ସମ୍ବର୍ଦ୍ଧନା
Share. Facebook Twitter LinkedIn Email WhatsApp Copy Link

Related Posts

ବରଗଡ଼ ଧନୁଯାତ୍ରା: କଂସ ଭୂମିକାରୁ ଓହରିଲେ ସୁଶୀଲ ମେହେର

October 26, 2026

ସୋସିଆଲ ମିଡିଆରେ ବାତ୍ୟା ସମ୍ପର୍କିତ ମନଗଢ଼ା ତଥ୍ୟ ଓ ଗୁଜବ ସୃଷ୍ଟି କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

October 26, 2026

୨୮ରେ ସ୍ଥଳଭାଗ ଛୁଇଁବ ବାତ୍ୟା

October 26, 2026

ଅକ୍ଟୋବର ୨୭ ଓ ୨୮ରେ ସ୍କୁଲ୍‌ ଛୁଟି, ଜିଲ୍ଲାପାଳଙ୍କ ବଡ଼ ଘୋଷଣା

October 26, 2026
Latest News

ବରଗଡ଼ ଧନୁଯାତ୍ରା: କଂସ ଭୂମିକାରୁ ଓହରିଲେ ସୁଶୀଲ ମେହେର

October 26, 2026

ସୋସିଆଲ ମିଡିଆରେ ବାତ୍ୟା ସମ୍ପର୍କିତ ମନଗଢ଼ା ତଥ୍ୟ ଓ ଗୁଜବ ସୃଷ୍ଟି କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

October 26, 2026

୨୮ରେ ସ୍ଥଳଭାଗ ଛୁଇଁବ ବାତ୍ୟା

October 26, 2026

ଅକ୍ଟୋବର ୨୭ ଓ ୨୮ରେ ସ୍କୁଲ୍‌ ଛୁଟି, ଜିଲ୍ଲାପାଳଙ୍କ ବଡ଼ ଘୋଷଣା

October 26, 2026

ହୋଟେଲରେ ହଠାତ୍ ଗୁଳିମାଡ଼ : ୫ ମୃତ

October 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.