ଆସାମରେ ରାଷ୍ଟ୍ରୀୟ ନାଗରିକ ପଞ୍ଜିକରଣ ସୂଚୀରୁ ବାଦ ପଡ଼ିଛନ୍ତି ୧୯ ଲକ୍ଷରୁ ଅଧିକ। ଏବେ ଏହି ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ପ୍ରତିକ୍ରିୟା ଆସୁଛି । ଏନ୍ଆରସିର ତଥ୍ୟକୁ ନେଇ ଏଆଇଏମଆଇଏମ୍ ନେତା ଓ୍ବଓ୍ବେସି କହିଛନ୍ତି ଯେ, ଏନ୍ଆରସିକୁ ନେଇ ବିଜେପି ମନ୍ତ୍ରୀମାନେ ମଧ୍ୟ ବିବ୍ରତ ରହିଛନ୍ତି । ଗୋଟେ ମୂଷା ପାଇଁ ପୂରା ଜଙ୍ଗଲକୁ ଜାଳି ଦେବା ସଦୃଶ କାର୍ଯ୍ୟ କରିଛନ୍ତି । ଓ୍ବଓ୍ବେସି କହିଛନ୍ତି ଯେ, ଏନ୍ଆରସି ବିଲ୍ ଦ୍ବାରା ବିଜେପି ଏ ଏକ ବିଲ୍ ବା ଆଣିବ, ଯେଉଁଥିରେ ଅଣ ମୁସଲମାନଙ୍କୁ ନାଗରିକତା ଦେଇପାରିବ । ସେହିପରି ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଟାର୍ଗେଟ୍ କରି ଓ୍ବଓ୍ବେସି କହିଛନ୍ତି ଯେ, ଆପଣ କହୁଥିଲେ ୫୦ ଲକ୍ଷ ଅନୁପ୍ରବେଶକାରୀ ଆସାମରେ ରହିଛନ୍ତି । ତେବେ ତଥ୍ୟକୁ ଦେଖିଲେ ଏନଆରସି ତଥ୍ୟ ମିଛ ନହେଲେ, ଆପଣ ମିଛ କହୁଥିଲେ ବୋଲି କହିଛନ୍ତି ଓ୍ବଓ୍ବେସି । ୫୦ ଲକ୍ଷରୁ ୧୯ ଲକ୍ଷ କେମିତି ସମ୍ଭବ ହେଲା ବୋଲି ପ୍ରଶ୍ନ କରିଛନ୍ତି ଓ୍ବଓ୍ବେସି । ସେହିପରି ଓ୍ବଓ୍ବେସି କହିଛନ୍ତି ଯେ, ଏହି ତଥ୍ୟକୁ ନେଇ ବିଜେପିର ଲୋକମାନେ ମଧ୍ୟ ବିବ୍ରତ । ବିଜେପିର ହେମନ୍ତ ବିସ୍ବା ସରମା କହିଛନ୍ତି ଯେ, ଏନ୍ଆରସି ବନ୍ଦ କରାଯିବା ଉଚିତ୍ । ୧୯ ଲକ୍ଷ ବହୁସଂଖ୍ୟକ ଅଟନ୍ତି । ଏହା ଆମ ଦେଶ ପାଇଁ ବଡ଼ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । ଏହି ଲିଷ୍ଟ୍ରେ ବାପା ମା’ଙ୍କର ନାମ ଥିବାବେଳେ ପିଲାର ନାମ ନାହିଁ । ସେନାରେ ରହିଥିବା ମହମ୍ମଦ ସନାଉଲ୍ଲାହଙ୍କ ନାମ ଉଦାହରଣ ରୂପେ ଦେଇଛନ୍ତି ଓ୍ବଓ୍ବେସି । ଏହି ବିଲ୍ ଜରିଆରେ ବିଜେପି ଅଣ ମୁସଲମାନଙ୍କୁ ନାଗରିକତା ପ୍ରଦାନ କରିବ, ଯାହା ସମାନତାର ଅଧିକାର ସମ୍ପୂର୍ଣ୍ଣ ଉଲ୍ଲଂଘନ । ସେହିପରି ଏନ୍ଆରସିକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ଏହା ଜରିଆରେ ମୁସଲମାନଙ୍କୁ ମୋଦି ସରକାର ଟାର୍ଗେଟ୍ କରିଛନ୍ତି ।