ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଫେସବୁକ, ଇନଷ୍ଟା, ହ୍ୱାଟସଆପରେ ହଳଦିଆ ରଙ୍ଗର ୧୦୦୦ ଟଙ୍କିଆ ନୋଟ୍ ର ଫଟୋ ଭାଇରାଲ ହେଉଛି। ଏଥିରେ ମନ୍ଦିରର ଫଟୋ ରହିଛି ଏବଂ କୁହାଯାଉଛି ଆସନ୍ତା ୧୫ ତାରିଖରୁ ଏହା ବଜାରକୁ ଆସିବ।
ଏହି ଦାବିକୁ ଖଣ୍ଡନ କରିଛି PIB Fact Check। ଆଜି PIB ନିଜ X ହ୍ୟାଣ୍ଡେଲରେ ସ୍ପଷ୍ଟ କରିଛି ଯେ, ଏହି ଖବର ସମ୍ପୂର୍ଣ୍ଣ ମିଥ୍ୟା। RBI ଏପରି କୌଣସି ନୂଆ ୧୦୦୦ ଟଙ୍କା ନୋଟ୍ ଜାରି କରିନାହିଁ ଏବଂ କୌଣସି ଘୋଷଣା ମଧ୍ୟ କରିନାହିଁ।
୨୦୧୬ ନୋଟବନ୍ଦୀ ପରେ ୧୦୦୦ ଟଙ୍କା ନୋଟ୍ ବନ୍ଦ ହୋଇଛି। RBI ର ଅଫିସିଆଲ ୱେବସାଇଟ rbi.org.in ରେ ଏ ସମ୍ପର୍କରେ କୌଣସି ସୂଚନା ନାହିଁ। ତେଣୁ PIB କହିଛି ଯେ, ଏପରି ଭାଇରାଲ ମେସେଜ ଉପରେ ବିଶ୍ୱାସ କରନ୍ତୁ ନାହିଁ। ସନ୍ଦେହ ହେଲେ PIB କୁ ୮୭୯୯୭୧୧୨୫୯ ରେ ରିପୋର୍ଟ କରନ୍ତୁ।”
ତେଣୁ ସ୍ପଷ୍ଟ ହେଲା ଯେ, ମନ୍ଦିର ଚିତ୍ର ଥିବା ୧୦୦୦ ଟଙ୍କା ନୋଟ୍ ଖବର ଗୁଜବ ମାତ୍ର।


