Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାତ୍ୟା ଆଶ୍ରୟସ୍ଥଳରେ ରନ୍ଧା ଖାଦ୍ୟର ମାନ ଯାଞ୍ଚ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା
ଆଜିର ଖବର

ବାତ୍ୟା ଆଶ୍ରୟସ୍ଥଳରେ ରନ୍ଧା ଖାଦ୍ୟର ମାନ ଯାଞ୍ଚ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା

October 28, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Deputy Chief Minister Pravati Parida inspected the quality of cooked food at a cyclone shelter.

ଗୁଣପୁର: ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର ମୁକାବିଲା ଏବଂ ପରିଚାଳନା ପାଇଁ ରାୟଗଡ଼ା ଜିଲ୍ଲା ଦାୟିତ୍ୱରେ ରହିଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ପଦ୍ମପୁର ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରି ସ୍ଥିତିର ସମୀକ୍ଷା କରିଛନ୍ତି। ବାତ୍ୟାର ପ୍ରଭାବ ଏବଂ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ସ୍ଥାନାନ୍ତରଣ ପଦକ୍ଷେପ ଗ୍ରହଣ କରାଯାଇଛି।

ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଡେରିଗାଁ ପଞ୍ଚାୟତ ମୁତୁକୁଣି ଗ୍ରାମର କଚ୍ଚା ଘରେ ବସବାସ କରୁଥିବା ଅସୁରକ୍ଷିତ ପରିବାରଗୁଡ଼ିକୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ଏହି ଗ୍ରାମର ପ୍ରାୟ ଷୋହଳଟି ପରିବାରର ବାଉନ ଜଣ ସଦସ୍ୟଙ୍କୁ ସ୍ଥାନାନ୍ତରିତ କରାଯାଇ ଜୟପଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଖୋଲାଯାଇଥିବା ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରଖାଯାଇଛି। ସେଠାରେ ସେମାନଙ୍କୁ ରନ୍ଧା ଖାଦ୍ୟ ଏବଂ ଅନ୍ୟାନ୍ୟ ଜରୁରୀ ସୁବିଧା ଯୋଗାଇ ଦିଆଯାଉଛି।

ଆଶ୍ରୟସ୍ଥଳୀ ପରିଦର୍ଶନ ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପରିଡ଼ା ସେଠାରେ ଉପସ୍ଥିତ ଥିବା ଲୋକଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ରନ୍ଧା ଖାଦ୍ୟର ମାନ ନିଜେ ଯାଞ୍ଚ କରିବା ସହ ସେହି ଖାଦ୍ୟ ଖାଇଥିଲେ। ଏହାପରେ ସେ ଆଶ୍ରୟସ୍ଥଳୀର ଅନ୍ତେବାସୀମାନଙ୍କୁ ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ବଣ୍ଟନ କରିବା ସହିତ ସେମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ, ଏସଡିସି ଅଧ୍ୟକ୍ଷ ବିଦ୍ୟାଧର ଶବର ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ରାୟଗଡ଼ା ଜିଲ୍ଲାରେ ମଧ୍ୟମ ଧରଣରୁ ପ୍ରବଳ ବର୍ଷା ଲାଗି ରହିଛି। ଆଜି ସକାଳ ୮ଟା ୩୦ ମିନିଟରୁ ମଧ୍ୟାହ୍ନ ୨ଟା ୩୦ ମିନିଟ୍ ମଧ୍ୟରେ ଜିଲ୍ଲାରେ ୨୬୬ ମିଲିମିଟର ବର୍ଷା ହୋଇଥିବା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଲଗାଣ ବର୍ଷା କାରଣରୁ ଜଳଭଣ୍ଡାରଗୁଡ଼ିକର ଜଳସ୍ତର ଉପରେ କଡ଼ା ନଜର ରଖାଯାଇଛି।

ଆଶ୍ରୟସ୍ଥଳୀ ପରିଦର୍ଶନ ସାରିବା ପରେ ଉପମୁଖ୍ୟମନ୍ତ୍ରୀ କେନ୍ଦୁଗୁଡ଼ା ଜଳଭଣ୍ଡାର ପରିଦର୍ଶନ କରି ସେଠାକର ଜଳସ୍ତରର ସ୍ଥିତି ଅନୁଧ୍ୟାନ କରିଥିଲେ ଏବଂ ପ୍ରଶାସନିକ ଅଧିକାରୀଙ୍କ ସହ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଅନ୍ୟପକ୍ଷରେ, ଜଳସେଚନ ବିଭାଗର ସୂଚନା ଅନୁଯାୟୀ, ହରଭଙ୍ଗୀ ଜଳଭଣ୍ଡାରରେ ବର୍ତ୍ତମାନ ଛଅ ଶହ ଛୟାନବେ ଦଶମିକ ତିନି ବାର କ୍ୟୁସେକ ଜଳ ପ୍ରବେଶ କରୁଛି। ଜଳଭଣ୍ଡାରର ଜଳସ୍ତର ତିନି ଶହ ଛୟାଅଶୀ ଦଶମିକ ତିନି ଶୂନ୍ୟରେ ପହଞ୍ଚିବା ଏବଂ ବିପଦ ସଙ୍କେତ ଅତିକ୍ରମ କରିବା ଆଶଙ୍କା ଦେଖାଦେବାରୁ ମଧ୍ୟାହ୍ନରେ ବିପଦ ସାଇରନ ବାଜିବା ପରେ ଏହାର ଦୁଇଟି ଗେଟ୍ ଖୋଲାଯାଇଥିଲା। ବର୍ତ୍ତମାନ ଜଳଭଣ୍ଡାରରୁ ଦୁଇ ଶହ ତିନି ଦଶମିକ ଚାରି ପାଞ୍ଚ ପାଞ୍ଚ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି।

ଏହି ଜଳ ବଂଶଧାରା ନଦୀରେ ମିଶୁଥିବାରୁ ନଦୀକୂଳିଆ ଅଞ୍ଚଳଗୁଡ଼ିକରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜଳ ନିଷ୍କାସନ ପରେ ବଂଶଧାରା ନଦୀକୂଳରେ ଅବସ୍ଥିତ ପଦ୍ମପୁର, ରାମନାଗୁଡ଼ା ଏବଂ ଗୁଣପୁରର ବିଡିଓ ଓ ତହସିଲଦାରଙ୍କୁ ସମ୍ପୂର୍ଣ୍ଣ ସତର୍କ କରାଯାଇଛି। ଆବଶ୍ୟକ ପଡ଼ିଲେ ନଦୀକୂଳର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି ଏବଂ ସମଗ୍ର ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।

ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ବାତ୍ୟା ଆଶ୍ରୟସ୍ଥଳ
Share. Facebook Twitter LinkedIn Email WhatsApp Copy Link

Related Posts

କଣ୍ଟ୍ରୋଲ ରୁମ୍‌ରେ ବାତ୍ୟା ‘ଅର୍ଣ୍ଣବ’ର ସ୍ଥିତି ଓ ପରିଚାଳନା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

October 28, 2026

ଫେରିଲା ଆଡମିଶନ୍ ଫି’, ଛାତ୍ରଛାତ୍ରୀଙ୍କ ଖାତାକୁ ଗଲା ୬୯.୨୩ କୋଟି

October 28, 2026

ସାଧୁତା ଓ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସତର୍କତା କର୍ମଶାଳା

October 28, 2026

DA ବୃଦ୍ଧି ପଛର ଅର୍ଥ: ସରକାର କେଉଁଠୁ ଆଣନ୍ତି ଏହି ଖର୍ଚ୍ଚ?

October 28, 2026
Latest News

କଣ୍ଟ୍ରୋଲ ରୁମ୍‌ରେ ବାତ୍ୟା ‘ଅର୍ଣ୍ଣବ’ର ସ୍ଥିତି ଓ ପରିଚାଳନା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

October 28, 2026

ଫେରିଲା ଆଡମିଶନ୍ ଫି’, ଛାତ୍ରଛାତ୍ରୀଙ୍କ ଖାତାକୁ ଗଲା ୬୯.୨୩ କୋଟି

October 28, 2026

ସାଧୁତା ଓ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସତର୍କତା କର୍ମଶାଳା

October 28, 2026

DA ବୃଦ୍ଧି ପଛର ଅର୍ଥ: ସରକାର କେଉଁଠୁ ଆଣନ୍ତି ଏହି ଖର୍ଚ୍ଚ?

October 28, 2026

କଣ୍ଟେନର ନିର୍ମାଣ ପ୍ରୋତ୍ସାହନ ଯୋଜନାକୁ କ୍ୟାବିନେଟ ମଞ୍ଜୁରି

October 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.