ଭୁବନେଶ୍ୱର: ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ଆଡମିଶନ୍ ସମୟରେ ଦାଖଲ କରିଥିବା ଫି’ ଫେରସ୍ତ କରିଛି ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ। ମୋଟ ୧ ଲକ୍ଷ ୧୧ ହଜାର ୬୭୮ ଜଣ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଖାତାକୁ ୬୯.୨୩ କୋଟି ଟଙ୍କା ଫେରସ୍ତ କରାଯାଇଛି। ଏହାଦ୍ୱାରା ହଜାର ହଜାର ଛାତ୍ରଛାତ୍ରୀ ଆର୍ଥିକ ଆଶ୍ୱସ୍ତି ପାଇଛନ୍ତି।
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଡମିଶନ୍ ସମୟରେ ଛାତ୍ରଛାତ୍ରୀ ଦାଖଲ କରିଥିବା ଫି’ ଫେରସ୍ତ କରାଯାଇଛି। ମୋଟ ୬୯.୨୩ କୋଟି ଟଙ୍କା ଡିବିଟି ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଖାତାକୁ ପଠାଯାଇଥିବା ସୂଚନା ମିଳିଛି। ଏହି ପଦକ୍ଷେପ ଫଳରେ ଉଚ୍ଚଶିକ୍ଷା ପାଇଁ ଅର୍ଥ ଖର୍ଚ୍ଚ କରିଥିବା ଅନେକ ପରିବାର ଉପକୃତ ହେବେ।
ଯେଉଁ ଛାତ୍ରଛାତ୍ରୀଙ୍କୁ ଏପର୍ଯ୍ୟନ୍ତ ଆଡମିଶନ୍ ଫି’ ଫେରସ୍ତ ମିଳିନାହିଁ, ସେମାନେ SAMS ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ତେଣୁ ଟଙ୍କା ଫେରସ୍ତ ଅପେକ୍ଷାରେ ଥିବା ଛାତ୍ରଛାତ୍ରୀ ନିଜ ଆବେଦନ ଓ ବ୍ୟାଙ୍କ ଖାତା ସମ୍ପର୍କିତ ତଥ୍ୟ ଯାଞ୍ଚ କରିବା ସହ ପୋର୍ଟାଲରେ ଦିଆଯାଇଥିବା ନିର୍ଦ୍ଦେଶ ଅନୁସରଣ କରିବା ଉଚିତ। ଉଚ୍ଚଶିକ୍ଷା ବିଭାଗର ଏହି ପଦକ୍ଷେପ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଦେବା ସହ ଆଡମିଶନ୍ ସମୟରେ ହୋଇଥିବା ଖର୍ଚ୍ଚରୁ କିଛିଟା ଆଶ୍ୱସ୍ତି ଦେଇଛି।


