Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବନ୍ୟାରେ ଉବୁଟୁବୁ ଗଞ୍ଜାମ: ଆକାଶମାର୍ଗରୁ ସ୍ଥିତି ଦେଖିବେ ମୁଖ୍ୟମନ୍ତ୍ରୀ
ଆଜିର ଖବର

ବନ୍ୟାରେ ଉବୁଟୁବୁ ଗଞ୍ଜାମ: ଆକାଶମାର୍ଗରୁ ସ୍ଥିତି ଦେଖିବେ ମୁଖ୍ୟମନ୍ତ୍ରୀ

October 30, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଦେଖାଦେଇଥିବା ବନ୍ୟା ଓ ବ୍ୟାପକ କ୍ଷୟକ୍ଷତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ସେ ଗଞ୍ଜାମ ଜିଲ୍ଲା ଗସ୍ତ କରି ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ପରଖିବେ। ତାଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ପରିବହନ ମନ୍ତ୍ରୀ ବିଭୁତି ଜେନା ମଧ୍ୟ ଗଞ୍ଜାମ ଗସ୍ତରେ ଯିବେ।

ବାତ୍ୟା ଅର୍ଣ୍ଣବ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁଥିଲେ ମଧ୍ୟ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି। ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାର ଅନେକ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିଛି। ନଦୀ ଓ ଜଳାଶୟର ଜଳସ୍ତର ବୃଦ୍ଧି ସହ ତଳିଆ ଅଞ୍ଚଳରେ ଜଳ ପ୍ରବେଶ କରି ଜନଜୀବନକୁ ପ୍ରଭାବିତ କରିଛି।

ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ ଆସିକା, ସୋରଡ଼ା, ହିଞ୍ଜିଳି, ବେଲଗୁଣ୍ଠା ଓ ଭଞ୍ଜନଗର ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବେ। ବନ୍ୟା ଯୋଗୁଁ କେତେ ପରିମାଣରେ କ୍ଷୟକ୍ଷତି ହୋଇଛି, କେତେ ଘର ଭାଙ୍ଗିଛି ଏବଂ କେଉଁ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି, ସେସବୁର ଚିତ୍ର ସଂଗ୍ରହ କରିବେ।

ବାତ୍ୟା ଅର୍ଣ୍ଣବର ପ୍ରଭାବରେ ହୋଇଥିବା ଅତି ପ୍ରବଳ ବର୍ଷା ଗଞ୍ଜାମ ଜିଲ୍ଲାରେ ସବୁଠାରୁ ଅଧିକ କ୍ଷତି ଘଟାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ୟା ଯୋଗୁଁ ଘରଦ୍ୱାର, ରାସ୍ତାଘାଟ ଓ ଅନ୍ୟାନ୍ୟ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ଗଜପତି ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ଭୂସ୍ଖଳନ ହୋଇଛି। ଏହା ଯୋଗୁଁ ଲୋକଙ୍କ ଯାତାୟାତ ଓ ସାଧାରଣ ଜୀବନ ପ୍ରଭାବିତ ହୋଇଛି।

ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ଏବେ ଗଞ୍ଜାମ ଜିଲ୍ଲାବାସୀଙ୍କ ନଜର ରହିଛି। ବିଶେଷକରି ବନ୍ୟାରେ ଘର ଭାଙ୍ଗିଥିବା ଓ ଅନ୍ୟାନ୍ୟ କ୍ଷତିର ସମ୍ମୁଖୀନ ହୋଇଥିବା ପରିବାରଗୁଡ଼ିକ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି। ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ ପରେ କ୍ଷୟକ୍ଷତିର ବାସ୍ତବ ଚିତ୍ର ସାମ୍ନାକୁ ଆସିବ। ଏହାପରେ ପ୍ରଭାବିତ ଅଞ୍ଚଳରେ ରିଲିଫ୍‌, ପୁନରୁଦ୍ଧାର ଓ କ୍ଷତିପୂରଣ ପ୍ରଦାନ ନେଇ ସରକାର କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର।

Cyclone Arnab Ganjam Flood Odisha Flood News
Share. Facebook Twitter LinkedIn Email WhatsApp Copy Link

Related Posts

ନକଲି ସର୍ଫ କାରଖାନା ଉପରେ ଚଢ଼ାଉ : ବିପୁଳ ପରିମାଣର ନକଲି ସାମଗ୍ରୀ ଓ ପ୍ୟାକେଟ୍ ଜବତ

October 30, 2026

ଦୁଲାରଚାନ୍ଦ ଯାଦବ ହତ୍ୟା ମାମଲା: ପୂର୍ବତନ ବିଧାୟକ ଅନନ୍ତ ସିଂହଙ୍କ ଜାମିନ ରଦ୍ଦ କଲେ ସୁପ୍ରିମକୋର୍ଟ

October 30, 2026

ଅନନ୍ତ ସିଂହଙ୍କୁ ଯିବାକୁ ପଡିବ ଜେଲ: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

October 30, 2026

IDBI ବ୍ୟାଙ୍କ ଘରୋଇକରଣକୁ ନେଇ ରାଜନୀତି ତେଜ: ମୋଦି ସରକାରଙ୍କୁ ଘେରିଲେ ରାହୁଲ ଗାନ୍ଧୀ

October 30, 2026
Latest News

ନକଲି ସର୍ଫ କାରଖାନା ଉପରେ ଚଢ଼ାଉ : ବିପୁଳ ପରିମାଣର ନକଲି ସାମଗ୍ରୀ ଓ ପ୍ୟାକେଟ୍ ଜବତ

October 30, 2026

ଦୁଲାରଚାନ୍ଦ ଯାଦବ ହତ୍ୟା ମାମଲା: ପୂର୍ବତନ ବିଧାୟକ ଅନନ୍ତ ସିଂହଙ୍କ ଜାମିନ ରଦ୍ଦ କଲେ ସୁପ୍ରିମକୋର୍ଟ

October 30, 2026

ଅନନ୍ତ ସିଂହଙ୍କୁ ଯିବାକୁ ପଡିବ ଜେଲ: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

October 30, 2026

ଆଜି ଜ୍ଞାନେଶ କୁମାରଙ୍କ ବିରୁଦ୍ଧରେ ‘ଜନ ମହାଭିଯୋଗ’ ପାଇଁ ପ୍ରସ୍ତୁତି: ଜାଣନ୍ତୁ ଏହା କ’ଣ?

October 30, 2026

ବନ୍ୟାରେ ଉବୁଟୁବୁ ଗଞ୍ଜାମ: ଆକାଶମାର୍ଗରୁ ସ୍ଥିତି ଦେଖିବେ ମୁଖ୍ୟମନ୍ତ୍ରୀ

October 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.