Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନଦୀପାର ହୋଇ ଜଙ୍ଗଲରେ ପହଞ୍ଚିଲେ କୃଷ୍ଣସାର ମୃଗ
ଆଜିର ଖବର

ନଦୀପାର ହୋଇ ଜଙ୍ଗଲରେ ପହଞ୍ଚିଲେ କୃଷ୍ଣସାର ମୃଗ

October 30, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
The blackbuck crossed the river and reached the forest.

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଦେଖାଦେଇଥିବା ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ବନ୍ୟା ଜଳର ପ୍ରବଳ ସ୍ରୋତରେ ବିରଳ କୃଷ୍ଣସାର ମୃଗ ଭାସିଯାଇଥିବା ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏହାକୁ ନେଇ ବନ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି। ବନ୍ୟା ପାଣିରେ କେତେକ କୃଷ୍ଣସାର ମୃଗ ଭାସିଯାଇଥିଲେ ବି ସେମାନେ ସୁରକ୍ଷିତ ଭାବେ ନଦୀ ପାର ହୋଇ ଜଙ୍ଗଲରେ ପହଞ୍ଚିସାରିଛନ୍ତି।

ସମ୍ପୃକ୍ତ ବନଖଣ୍ଡ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ପ୍ରାକୃତିକ ବିପର୍ଯ୍ୟୟରେ କୌଣସି ବି କୃଷ୍ଣସାର ମୃଗଙ୍କର ମୃତ୍ୟୁ ଘଟିନାହିଁ। ବନ ବିଭାଗର ପ୍ରତ୍ୟକ୍ଷ ନଜର ଓ ଅନୁଧ୍ୟାନ ପରେ ସମସ୍ତ କୃଷ୍ଣସାର ମୃଗ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ନେଇ ଆଧିକାରିକ ଭାବେ ନିଶ୍ଚିତ କରାଯାଇଛି।

ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି ଜଟିଳ ହୋଇଥିବା ବେଳେ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ସାଧାରଣରେ ଚିନ୍ତା ବୃଦ୍ଧି ପାଇଥିଲା। ବିଶେଷ କରି ଗଞ୍ଜାମ ଅଞ୍ଚଳରେ ବହୁସଂଖ୍ୟାରେ ବାସ କରୁଥିବା ଏହି ବିରଳ ପ୍ରଜାତିର କୃଷ୍ଣସାର ମୃଗଙ୍କ ସୁରକ୍ଷାକୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା। ତେବେ ବନ ବିଭାଗର କର୍ମଚାରୀମାନେ ନିରନ୍ତର ସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ପ୍ରକୃତିର କୋପରୁ ମୃଗମାନେ ନିଜକୁ ରକ୍ଷା କରି ନିରାପଦ ସ୍ଥାନକୁ ଚାଲିଯାଇଥିବା ସ୍ପଷ୍ଟ ହୋଇଛି।

କୃଷ୍ଣସାର ମୃଗ ଗଞ୍ଜାମ ବନ୍ୟା ଜଳ
Share. Facebook Twitter LinkedIn Email WhatsApp Copy Link

Related Posts

ନକଲି ସର୍ଫ କାରଖାନା ଉପରେ ଚଢ଼ାଉ : ବିପୁଳ ପରିମାଣର ନକଲି ସାମଗ୍ରୀ ଓ ପ୍ୟାକେଟ୍ ଜବତ

October 30, 2026

ଅନନ୍ତ ସିଂହଙ୍କୁ ଯିବାକୁ ପଡିବ ଜେଲ: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

October 30, 2026

ବନ୍ୟାରେ ଉବୁଟୁବୁ ଗଞ୍ଜାମ: ଆକାଶମାର୍ଗରୁ ସ୍ଥିତି ଦେଖିବେ ମୁଖ୍ୟମନ୍ତ୍ରୀ

October 30, 2026

IDBI ବ୍ୟାଙ୍କ ଘରୋଇକରଣକୁ ନେଇ ରାଜନୀତି ତେଜ: ମୋଦି ସରକାରଙ୍କୁ ଘେରିଲେ ରାହୁଲ ଗାନ୍ଧୀ

October 30, 2026
Latest News

ଡେମୋକ୍ରାଟ୍‌ ଜିତିଲେ ଆମେରିକାରେ ଗଣତନ୍ତ୍ର ଶେଷ ହେବ: ଏଲନ୍‌ ମସ୍କ

October 30, 2026

ପିଏମ-କିଷାନର ୨୪ତମ କିସ୍ତି ଜାରି: ତୁରନ୍ତ ଚେକ୍ କରନ୍ତୁ ଆପଣଙ୍କ ଆକାଉଣ୍ଟ

October 30, 2026

ଭାରତରେ ୪୯.୬ କୋଟି ଲୋକ ଗରିବୀରୁ ମୁକ୍ତ, କିନ୍ତୁ ବଢ଼ିଲା ବେକାରୀ: ବିଶ୍ୱବ୍ୟାଙ୍କ ରିପୋର୍ଟ

October 30, 2026

‘ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ’: ଜାତିସଂଘରେ ଭାରତର କଡ଼ା ବାର୍ତ୍ତା

October 30, 2026

ନଦୀପାର ହୋଇ ଜଙ୍ଗଲରେ ପହଞ୍ଚିଲେ କୃଷ୍ଣସାର ମୃଗ

October 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.