କଂଗ୍ରେସର ବରିଷ୍ଠ ନେତା ଦିଗ୍ବିଜୟ ସିଂହ ପୁଣି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଦିଗ୍ବିଜୟ ସିଂହ କହିଛନ୍ତି ଯେ, ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇଙ୍କ ମୁସଲମାନଙ୍କଠୁ ବେଶି ଅଣମୁସଲମାନମାନେ ଗୁଇନ୍ଦାଗିରି କରୁଛନ୍ତି । ଏପରିକି ବଜରଙ୍ଗ ଦଳ ଓ ଭାରତୀୟ ଜନତା ଦଳ ଆଇଏସ୍ଆଇଠାରୁ ଟଙ୍କା ନେଉଥିବା ଅଭିଯୋଗ କରିଛନ୍ତି ଦିଗ୍ବିଜୟ ସିଂହ । ଦିଗ୍ବିଜୟ କହିଛନ୍ତି ଯେ, ବଜଙ୍ଗର ଦଳ ଓ ଭାରତୀୟ ଜନତା ଦଳ ଆଇଏସ୍ଆଇଠାରୁ ଫଣ୍ଡ ବା ଟଙ୍କା ନେଉଛନ୍ତି, ଏହା ଉପରେ ଧ୍ୟାନ ଦେବା ଆବଶ୍ୟକ । ସେହିପରି ଦେଶରେ ଚାଲିଥିବା ଆର୍ଥିକ ମାନ୍ଦାବସ୍ଥାକୁ ନେଇ ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଦିଗ୍ବିଜୟ ସିଂହ । ଦିଗ୍ବିଜୟ କହିଛନ୍ତି ଯେ, ସରକାର ଅର୍ଥବ୍ୟବସ୍ଥାକୁ ବିଗାଡୁଛନ୍ତି । ଚାକିରି ନାହିଁ, ନିଜର କ୍ଷତି ପୂରଣ ପାଇଁ ଆରବିଆଇକୁ ବ୍ୟବହାର କରୁଛନ୍ତି । ମୋଦିଙ୍କୁ ଏବେ ଅର୍ଥବ୍ୟବସ୍ଥା ଉପରେ ସମସ୍ତ ଧ୍ୟାନ ଦେବା ଉଚିତ୍ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ।