Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାନୁଆରୀର ରେକର୍ଡରୁ ଖସିଲା ସୁନା ଦର, ଏବେ କିଣିବେ ନା ଅପେକ୍ଷା କରିବେ?
ଆଜିର ଖବର

ଜାନୁଆରୀର ରେକର୍ଡରୁ ଖସିଲା ସୁନା ଦର, ଏବେ କିଣିବେ ନା ଅପେକ୍ଷା କରିବେ?

October 31, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସୁନାରେ ନିବେଶ କରିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଆସିଛି ଏକ ବଡ଼ ଖବର। ଚଳିତ ବର୍ଷ ରେକର୍ଡ ସ୍ତରରେ ପହଞ୍ଚିବା ପରେ ଏବେ ହ୍ରାସ ପାଇଛି ସୁନା ଦର। ଜାନୁଆରୀ ୨୦୨୬ରେ ସର୍ବୋଚ୍ଚ ସ୍ତର ଛୁଇଁଥିବା ସୁନା ମୂଲ୍ୟ ଅକ୍ଟୋବର ଶେଷ ସୁଦ୍ଧା ପ୍ରାୟ ୨୦ ପ୍ରତିଶତ ଖସିଛି। ଅକ୍ଟୋବର ୨୭ରେ MCXରେ ୧୦ ଗ୍ରାମ ପିଛା ସୁନା ଦର ୧,୪୦,୬୬୪ ଟଙ୍କାକୁ ଖସିଆସିଛି। ଜାନୁଆରୀରେ ରେକର୍ଡ ହୋଇଥିବା ୧,୭୫,୨୩୧ ଟଙ୍କା ତୁଳନାରେ ଏହା ଏକ ବଡ଼ ହ୍ରାସ।

ଏହି ହ୍ରାସ ଯୋଗୁଁ ଅଧିକ ଦାମରେ ସୁନା କିଣିଥିବା ନିବେଶକ ଚିନ୍ତାରେ ପଡ଼ିଥିବାବେଳେ ନୂଆ ନିବେଶକଙ୍କ ପାଇଁ ଏହା ସୁଯୋଗ ସୃଷ୍ଟି କରିଛି। କିନ୍ତୁ ଏବେ ସୁନା କିଣିବା ଠିକ୍ ହେବ ନା ଆଗକୁ ଦର ଆହୁରି କମିବାକୁ ଅପେକ୍ଷା କରିବା ଉଚିତ? ନିବେଶକଙ୍କ ମନରେ ଏବେ ଏହି ପ୍ରଶ୍ନ।

କାହିଁକି ହଠାତ୍ ଖସିଲା ସୁନା ଦର?

ସୁନା ମୂଲ୍ୟ ହ୍ରାସ ପଛରେ ଏକାଧିକ ଅନ୍ତର୍ଜାତୀୟ କାରଣ ରହିଛି। MCX ତଥ୍ୟ ଅନୁଯାୟୀ, ଜାନୁଆରୀ ୨୯, ୨୦୨୬ରେ ୧୦ ଗ୍ରାମ ପିଛା ସୁନା ଦର ୧,୭୫,୨୩୧ ଟଙ୍କାର ରେକର୍ଡ ସ୍ତର ଛୁଇଁଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ବଜାରରେ ଅସ୍ଥିରତା ଏବଂ ବିଭିନ୍ନ ଆର୍ଥିକ କାରଣ ଯୋଗୁଁ ଦର ହ୍ରାସ ପାଇବା ଆରମ୍ଭ କରିଥିଲା।

ଇଣ୍ଡିଆ ବୁଲିୟନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍‌ର ସଭାପତି ପୃଥ୍ୱୀରାଜ କୋଠାରୀଙ୍କ ଅନୁଯାୟୀ, ଆମେରିକାର ଫେଡେରାଲ୍ ରିଜର୍ଭର ସୁଧହାର ବୃଦ୍ଧି, ୧୦ ବର୍ଷିଆ ଆମେରିକୀୟ ବଣ୍ଡ୍‌ର ଉପଜ ବୃଦ୍ଧି, କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର ସୁନା କ୍ରୟ ହ୍ରାସ ଏବଂ ଅଶୋଧିତ ତୈଳ ଦର ବୃଦ୍ଧି ଏହାର ପ୍ରମୁଖ କାରଣ।

ଏବେ ସୁନା କିଣିବା ଲାଭଦାୟକ ହେବ କି?

ବଜାର ବିଶେଷଜ୍ଞଙ୍କ ମତରେ, ସୁନା ଦର ଖୁବ୍‌ଶୀଘ୍ର ପୂର୍ବ ରେକର୍ଡ ସ୍ତରକୁ ଫେରିବା ସମ୍ଭାବନା କମ୍। ଏଥିପାଇଁ ଗୋଟିଏ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ଲାଗିପାରେ। ତେଣୁ କେବଳ ଦର ହ୍ରାସ ଦେଖି ଏକାଥରକେ ବଡ଼ ରାଶି ନିବେଶ କରିବା ଠିକ୍ ନୁହେଁ।

ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ, ନିବେଶକମାନେ ଧୀରେ ଧୀରେ ଟଙ୍କା ଲଗାଇବା ଉଚିତ। ନିଜର ମୋଟ ନିବେଶ ରାଶିକୁ ୪ରୁ ୬ଟି ଭାଗରେ ବିଭକ୍ତ କରି ଆଗାମୀ ୩ରୁ ୬ ମାସ ମଧ୍ୟରେ ପର୍ଯ୍ୟାୟକ୍ରମେ ନିବେଶ କରିପାରିବେ।

ଏହାବ୍ୟତୀତ ଗୋଲ୍ଡ ETF ମାଧ୍ୟମରେ ମଧ୍ୟ ସୁନାରେ ନିବେଶ କରିବାର ବିକଳ୍ପ ରହିଛି। ଭୌତିକ ସୁନା କିଣିବା ପୂର୍ବରୁ ନିଜର ଆର୍ଥିକ ସ୍ଥିତି, ଆବଶ୍ୟକତା ଓ ନିବେଶର ଲକ୍ଷ୍ୟକୁ ଧ୍ୟାନରେ ରଖିବା ଜରୁରୀ।

୨୦୨୬ରେ କେଉଁ ମାସରେ କେତେ ରହିଥିଲା ସୁନା ଦର?

ଚଳିତ ବର୍ଷ ଜାନୁଆରୀରୁ ଅକ୍ଟୋବର ମଧ୍ୟରେ MCXରେ ସୁନା ଦରରେ ଅନେକ ଉତ୍‌ଥାନପତନ ଦେଖିବାକୁ ମିଳିଛି। ଜାନୁଆରୀ ମାସରେ ସୁନାର ସର୍ବୋଚ୍ଚ ଦର ୧୦ ଗ୍ରାମ ପିଛା ୧,୭୬,୩୦୬ ଟଙ୍କା ରହିଥିବାବେଳେ ସର୍ବନିମ୍ନ ଦର ଥିଲା ୧,୩୨,୬୧୪ ଟଙ୍କା। ଫେବୃଆରୀରେ ସର୍ବୋଚ୍ଚ ଓ ସର୍ବନିମ୍ନ ଦର ଯଥାକ୍ରମେ ୧,୫୯,୩୮୩ ଟଙ୍କା ଓ ୧,୪୩,୯୨୬ ଟଙ୍କା ରେକର୍ଡ କରାଯାଇଥିଲା।

ସେହିପରି ମାର୍ଚ୍ଚ ମାସରେ ସୁନାର ସର୍ବୋଚ୍ଚ ଦର ୧,୬୭,୦୯୦ ଟଙ୍କା ଏବଂ ସର୍ବନିମ୍ନ ଦର ୧,୩୩,୫୧୩ ଟଙ୍କା ରହିଥିଲା। ଏପ୍ରିଲରେ ଏହାର ସର୍ବୋଚ୍ଚ ମୂଲ୍ୟ ୧,୫୨,୬୪୭ ଟଙ୍କା ଓ ସର୍ବନିମ୍ନ ମୂଲ୍ୟ ୧,୪୬,୦୦୬ ଟଙ୍କା ଥିବାବେଳେ ମେ ମାସରେ ସର୍ବୋଚ୍ଚ ଦର ୧,୬୦,୬୫୧ ଟଙ୍କା ଏବଂ ସର୍ବନିମ୍ନ ଦର ୧,୪୭,୦୧୮ ଟଙ୍କା ରହିଥିଲା।

ଜୁନ୍ ମାସରେ ସୁନାର ସର୍ବୋଚ୍ଚ ଦର ୧,୫୬,୧୩୨ ଟଙ୍କା ଓ ସର୍ବନିମ୍ନ ଦର ୧,୩୯,୭୧୪ ଟଙ୍କା ରହିଥିଲା। ଜୁଲାଇରେ ଏହା ଆହୁରି ହ୍ରାସ ପାଇ ସର୍ବୋଚ୍ଚ ୧,୪୫,୭୮୯ ଟଙ୍କା ଏବଂ ସର୍ବନିମ୍ନ ୧,୩୯,୦୭୬ ଟଙ୍କା ରେକର୍ଡ କରିଥିଲା।

ଅଗଷ୍ଟ ମାସରେ ସୁନା ଦରରେ ପୁଣି ବୃଦ୍ଧି ଦେଖାଦେଇଥିଲା। ଏହି ମାସରେ ସର୍ବୋଚ୍ଚ ଦର ୧,୬୧,୯୪୫ ଟଙ୍କା ଓ ସର୍ବନିମ୍ନ ଦର ୧,୪୨,୧୨୧ ଟଙ୍କା ରହିଥିଲା। ସେପ୍ଟେମ୍ବରରେ ସର୍ବୋଚ୍ଚ ଓ ସର୍ବନିମ୍ନ ଦର ଯଥାକ୍ରମେ ୧,୫୪,୪୯୪ ଟଙ୍କା ଏବଂ ୧,୪୬,୫୬୬ ଟଙ୍କା ରହିଥିଲା।

ଅକ୍ଟୋବର ମାସରେ ସୁନା ଦରରେ ହ୍ରାସ ଜାରି ରହିଥିଲା। ଏହି ମାସରେ ୧୦ ଗ୍ରାମ ପିଛା ସର୍ବୋଚ୍ଚ ଦର ୧,୪୯,୧୭୦ ଟଙ୍କା ରହିଥିବାବେଳେ ସର୍ବନିମ୍ନ ଦର ୧,୪୦,୬୬୪ ଟଙ୍କାକୁ ଖସିଆସିଥିଲା।

ନିବେଶ ପୂର୍ବରୁ ଏହି କଥା ରଖନ୍ତୁ ଧ୍ୟାନରେ

ସୁନାକୁ ଦୀର୍ଘମିଆଦୀ ନିବେଶର ଏକ ବିକଳ୍ପ ଭାବେ ବିଚାର କରାଯାଇପାରେ। ତେବେ ଏହାର ମୂଲ୍ୟ ମଧ୍ୟ ବଜାରର ଅନେକ କାରଣ ଉପରେ ନିର୍ଭର କରେ। ତେଣୁ ଦର ହ୍ରାସକୁ ତୁରନ୍ତ ଲାଭର ଗ୍ୟାରେଣ୍ଟି ଭାବିବା ଉଚିତ ନୁହେଁ। ନିଜର ନିବେଶ ଲକ୍ଷ୍ୟ, ରିସ୍କ ନେବାର କ୍ଷମତା ଓ ଆର୍ଥିକ ଆବଶ୍ୟକତା ଅନୁସାରେ ନିଷ୍ପତ୍ତି ନିଅନ୍ତୁ।

gold goldpricecarsh investment
Share. Facebook Twitter LinkedIn Email WhatsApp Copy Link

Related Posts

ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର! ୩% ମହଙ୍ଗା ରିଲିଫ୍ ବୃଦ୍ଧି, କାହାକୁ ମିଳିବ କେତେ ଟଙ୍କା?

October 31, 2026

ଦିଲ୍ଲୀରେ ମଧ୍ୟରାତ୍ରିରେ ମହାବିପତ୍ତି, ଜୋତା କାରଖାନାରେ ନିଆଁ ନେଲା ୪ ଜୀବନ

October 31, 2026

ଚାଷୀଙ୍କ ପାଇଁ ବଡ଼ ଖବର! ଏକର ପିଛା ୧୫ ହଜାର ଟଙ୍କା, ଆଜି ହିଁ କରନ୍ତୁ ଆବେଦନ

October 31, 2026

ଖାଇବାକୁ ମାଗିବାରୁ ରକ୍ତାକ୍ତ କାଣ୍ଡ! ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କଲା ସ୍ୱାମୀ

October 31, 2026
Latest News

ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର! ୩% ମହଙ୍ଗା ରିଲିଫ୍ ବୃଦ୍ଧି, କାହାକୁ ମିଳିବ କେତେ ଟଙ୍କା?

October 31, 2026

ଦିଲ୍ଲୀରେ ମଧ୍ୟରାତ୍ରିରେ ମହାବିପତ୍ତି, ଜୋତା କାରଖାନାରେ ନିଆଁ ନେଲା ୪ ଜୀବନ

October 31, 2026

ଚାଷୀଙ୍କ ପାଇଁ ବଡ଼ ଖବର! ଏକର ପିଛା ୧୫ ହଜାର ଟଙ୍କା, ଆଜି ହିଁ କରନ୍ତୁ ଆବେଦନ

October 31, 2026

ଖାଇବାକୁ ମାଗିବାରୁ ରକ୍ତାକ୍ତ କାଣ୍ଡ! ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କଲା ସ୍ୱାମୀ

October 31, 2026

ଜାନୁଆରୀର ରେକର୍ଡରୁ ଖସିଲା ସୁନା ଦର, ଏବେ କିଣିବେ ନା ଅପେକ୍ଷା କରିବେ?

October 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.