Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ: ଆସନ୍ତାକାଲି ବାତ୍ୟାର ରୂପ ନେବାର ସମ୍ଭାବନା
ଆଜିର ଖବର

ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ: ଆସନ୍ତାକାଲି ବାତ୍ୟାର ରୂପ ନେବାର ସମ୍ଭାବନା

October 31, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Depression forms in the Bay of Bengal; likely to intensify into a cyclone by tomorrow.

ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବର ତାଣ୍ଡବ ପରେ ଦକ୍ଷିଣ ଓଡ଼ିଶାରେ ସ୍ଥିତି ସୁଧୁରି ନ ଥିବା ବେଳେ ପୁଣି ଘନେଇଲାଣି ଆଉ ଏକ ପ୍ରାକୃତିକ ବିପର୍ଯ୍ୟୟର କଳାବାଦଲ । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ପ୍ରବଳ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିବା ବେଳେ ବଙ୍ଗୋପସାଗରରେ ପୁଣି ଏକ ନୂତନ ଅବପାତ ସୃଷ୍ଟି ହୋଇଛି। ଏ ନେଇ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସୃଷ୍ଟ ଅବପାତଟି ଆଜି ରାତି ସୁଦ୍ଧା ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଅର୍ଥାତ୍ ଆସନ୍ତାକାଲି ସୁଦ୍ଧା ଏହା ଏକ ପୂର୍ଣ୍ଣାଙ୍ଗ ବାତ୍ୟାର ରୂପ ନେଇପାରେ। ସମ୍ଭାବ୍ୟ ବାତ୍ୟାଟି ଆଗକୁ ବଢ଼ି ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।

ଏହି ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ସମୟରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ସର୍ବାଧିକ ବେଗ ଘଣ୍ଟାପ୍ରତି ୧୦୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ଏହାର ପ୍ରଭାବରେ ଆସନ୍ତା ୩ ଓ ୪ ତାରିଖରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ପ୍ରକାଶ ପାଇଛି। ବାତ୍ୟା ଯୋଗୁଁ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବାକୁ ଥିବାରୁ ଆସନ୍ତାକାଲି ସୁଦ୍ଧା ସମୁଦ୍ର ମଧ୍ୟକୁ ଯାଇଥିବା ସମସ୍ତ ମତ୍ସ୍ୟଜୀବୀଙ୍କୁ କୂଳକୁ ଫେରିଆସିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ କଡ଼ା ପରାମର୍ଶ ଦିଆଯାଇଛି।

ତେବେ ଏହି ସମ୍ଭାବ୍ୟ ବାତ୍ୟାକୁ ନେଇ ଆତଙ୍କିତ ନ ହେବା ପାଇଁ ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ପୂର୍ବରୁ ଓଡ଼ିଶା ଆଡ଼କୁ ଆସିଥିବା ଅନ୍ୟ ବଡ଼ ବଡ଼ ବାତ୍ୟାଗୁଡ଼ିକ ତୁଳନାରେ ଏହି ସମ୍ଭାବ୍ୟ ବାତ୍ୟାର ତୀବ୍ରତା ଓ ସାମର୍ଥ୍ୟ ଯଥେଷ୍ଟ କମ୍ ରହିବ ବୋଲି ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ପ୍ରକାଶ କରିଛନ୍ତି। ସରକାର ଓ ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

ଅବପାତ ବାତ୍ୟା ମୃତ୍ୟୁଞ୍ଜୟ ମହାପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ-ନେପାଳ ସମ୍ପର୍କରେ ନୂଆ ଅଧ୍ୟାୟ, ଆରମ୍ଭ ହେବ ସରଯୂ-କମଳା ଏକ୍ସପ୍ରେସ୍

November 23, 2026

ରାଜଧାନୀରେ ଟ୍ରକ୍ ନେଲା ଯୁବକଙ୍କ ଜୀବନ : ଓମଫେଡ୍ ଛକରେ ଭୟଙ୍କର ଦୁର୍ଘଟଣା

November 23, 2026

ଡାଲି ଦରରେ ଲାଗୁନି ବ୍ରେକ୍‌: ଖାଉଟିଙ୍କ ପକେଟ୍‌କୁ ମହଙ୍ଗା ମାଡ଼

November 23, 2026

ପାକିସ୍ତାନ ଠାରୁ ପରାଜୟ ପାଇଁ କିଏ ଦାୟୀ?: ସବୁ କିଛି କହିଲେ ତିଲକ ବର୍ମା

November 23, 2026
Latest News

ଭାରତ-ନେପାଳ ସମ୍ପର୍କରେ ନୂଆ ଅଧ୍ୟାୟ, ଆରମ୍ଭ ହେବ ସରଯୂ-କମଳା ଏକ୍ସପ୍ରେସ୍

November 23, 2026

ରାଜଧାନୀରେ ଟ୍ରକ୍ ନେଲା ଯୁବକଙ୍କ ଜୀବନ : ଓମଫେଡ୍ ଛକରେ ଭୟଙ୍କର ଦୁର୍ଘଟଣା

November 23, 2026

ଡାଲି ଦରରେ ଲାଗୁନି ବ୍ରେକ୍‌: ଖାଉଟିଙ୍କ ପକେଟ୍‌କୁ ମହଙ୍ଗା ମାଡ଼

November 23, 2026

ପାକିସ୍ତାନ ଠାରୁ ପରାଜୟ ପାଇଁ କିଏ ଦାୟୀ?: ସବୁ କିଛି କହିଲେ ତିଲକ ବର୍ମା

November 23, 2026

ବିଦ୍ରୋହୀ ଗୋଷ୍ଠୀ ବିରୁଦ୍ଧରେ ଅଭିଯୋଗ ଦାଖଲ କଲେ ମମତା ବାନାର୍ଜୀ: ଜାଲ୍ ସତ୍ୟପାଠ ଅଭିଯୋଗ

November 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.