Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ସାଂସଦ ନିଯୁକ୍ତି ପ୍ରୟାସ’ ମାଧ୍ୟମରେ ୨୫୬ ମହିଳାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ଅପରାଜିତା ଷଡ଼ଙ୍ଗୀ
ଆଜିର ଖବର

‘ସାଂସଦ ନିଯୁକ୍ତି ପ୍ରୟାସ’ ମାଧ୍ୟମରେ ୨୫୬ ମହିଳାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ଅପରାଜିତା ଷଡ଼ଙ୍ଗୀ

November 1, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
MP Aparajita Sarangi Distributes Job Letters to 256 Women
MP Aparajita Sarangi Distributes Job Letters to 256 Women

ଭୁବନେଶ୍ୱର: ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ସହ ସେମାନଙ୍କ ପାଇଁ ସ୍ଥାୟୀ ରୋଜଗାରର ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଭୁବନେଶ୍ୱରର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପକ୍ଷରୁ ଆରମ୍ଭ ହୋଇଛି ଏକ ଅଭିନବ ପ୍ରୟାସ ‘ସାଂସଦ ନିଯୁକ୍ତି ପ୍ରୟାସ’। ଏହି ଅଭିଯାନ ଅଧୀନରେ ବୟନ ଶିଳ୍ପ (ଟେକ୍ସଟାଇଲ୍) କ୍ଷେତ୍ରରେ ମହିଳାମାନଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇଦେବା ପାଇଁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଜୟଦେବ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଲିଅନ୍ତାର କୁଶୁଗାଡ଼ିଆ ମଠ ଠାରେ ଏକ ସ୍ୱତନ୍ତ୍ର ମହିଳା ନିଯୁକ୍ତି ଅଭିଯାନର ଶୁଭାରମ୍ଭ ହୋଇଛି।

୨୦୧୯ ମସିହାରେ ପ୍ରଥମ ଥର ପାଇଁ ଭୁବନେଶ୍ୱରରୁ ସାଂସଦ ଭାବେ ନିର୍ବାଚିତ ହେବା ପରଠାରୁ ଶ୍ରୀମତୀ ଷଡ଼ଙ୍ଗୀ ନିଜ ସଂସଦୀୟ କ୍ଷେତ୍ରର ମହିଳାମାନଙ୍କୁ ରୋଜଗାରକ୍ଷମ କରିବା ଓ ଆର୍ଥିକ ଭାବେ ସଶକ୍ତ କରିବା ଦିଗରେ ନିରନ୍ତର ଉଦ୍ୟମ କରିଆସୁଛନ୍ତି। ମହିଳାମାନେ ନିଜେ ରୋଜଗାର କରିବା ସହ ପରିବାରର ଆର୍ଥିକ ଦାୟିତ୍ୱ ତୁଲାଇବାରେ ସକ୍ଷମ ହୁଅନ୍ତୁ, ଏହା ହିଁ ଏହି ପ୍ରୟାସର ମୂଳ ଲକ୍ଷ୍ୟ।

ଏହି ନିଯୁକ୍ତି ଅଭିଯାନରେ ୧୮ରୁ ୩୫ ବର୍ଷ ବୟସର ପ୍ରାୟ ୩୦୦ ଜଣ ମହିଳା ଯୋଗଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୫୬ ଜଣ ଯୋଗ୍ୟ ପ୍ରାର୍ଥୀଙ୍କୁ ବିଭିନ୍ନ ଟେକ୍ସଟାଇଲ୍ ଶିଳ୍ପ ସଂସ୍ଥା ପକ୍ଷରୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ନିଯୁକ୍ତିପ୍ରାପ୍ତ ମହିଳାମାନେ ମାସିକ ୧୧ ହଜାରରୁ ୧୪ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ପାଇବା ସହ ପ୍ରୋଭିଡେଣ୍ଟ ଫଣ୍ଡ୍ (PF)ଓ ଇ ଏସ ଆଇ (ESIC)ସୁବିଧା ମଧ୍ୟ ପାଇବେ। ଏହା ଦ୍ୱାରା ମହିଳାମାନେ ନିଜ ଆୟରୁ ସଞ୍ଚୟ କରି ଭବିଷ୍ୟତକୁ ଆର୍ଥିକ ଭାବେ ସୁରକ୍ଷିତ କରିପାରିବେ।

ଏହି ଅଭିଯାନରେ ଯୋଗଦେଇଥିବା ମହିଳାମାନଙ୍କ ମଧ୍ୟରେ ନିଯୁକ୍ତିପତ୍ର ପାଇବା ପରେ ଆନନ୍ଦ ଓ ଉତ୍ସାହ ପ୍ରକାଶ ପାଇଥିଲା। ବାଲିଅନ୍ତା, ବାଲିପାଟଣା ଓ ଜୟଦେବ ନିର୍ବାଚନମଣ୍ଡଳୀର ବହୁ ମହିଳା ଏହି ଅଭିଯାନରେ ସାମିଲ ହୋଇ ଏହି ପ୍ରୟାସକୁ ସ୍ୱାଗତ କରିଥିଲେ।

ଏହି ଅବସରରେ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ, ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ୮ଟି ବ୍ଲକ୍ରେ ପ୍ରତି ମାସରେ ଦୁଇଥର ଏଭଳି ନିଯୁକ୍ତି ଅଭିଯାନ ଆୟୋଜନ କରିବାକୁ ଯୋଜନା ରହିଛି। ଏହି ପ୍ରୟାସ ମାଧ୍ୟମରେ ଆଗାମୀ ଦିନରେ ପ୍ରାୟ ୫୦ ହଜାରରୁ ୧ ଲକ୍ଷ ମହିଳାଙ୍କୁ ନିଯୁକ୍ତି ସୁଯୋଗ ସହ ଯୋଡ଼ିବା ତାଙ୍କର ଲକ୍ଷ୍ୟ।

ସେ ଆହୁରି କହିଛନ୍ତି, “ମହିଳାମାନେ ନିଜେ ରୋଜଗାରକ୍ଷମ ହେଲେ ପରିବାରର ଆର୍ଥିକ ସ୍ଥିତି ସୁଦୃଢ଼ ହେବ। କୌଣସି ପରିବାର ଯେପରି ଆର୍ଥିକ ଅସୁବିଧାର ସମ୍ମୁଖୀନ ନହୁଏ, ସେଥିପାଇଁ ମହିଳାମାନଙ୍କୁ ରୋଜଗାରର ସୁଯୋଗ ଯୋଗାଇଦେବା ମୋର ଦାୟିତ୍ୱ ଓ କର୍ତ୍ତବ୍ୟ।”

ସାଂସଦଙ୍କ ସହଯୋଗୀ ସୁଦୀପ୍ତା ସିଂହ କାର୍ଯ୍ୟକ୍ରମର ସମସ୍ତ ଆୟୋଜନ ଓ ପରିଚାଳନା ଦାୟିତ୍ୱ ତୁଲାଇଥିଲେ। ପରିଣିତା ର ସଦସ୍ୟା ଗଣ ଏଥିରେ ସହଯୋଗ କରିଥିଲେ।ଏଥିସହ ସାମାଜିକ କଲ୍ୟାଣ ସଂଗଠନ ‘ହୋପ୍ ଫାଉଣ୍ଡେସନ୍’ ଏବଂ ସ୍ଥାନୀୟ ନେତୃବୃନ୍ଦ ମଧ୍ୟ ଏହି ଅଭିଯାନର ସଫଳ ଆୟୋଜନରେ ସହଯୋଗ କରିଥିଲେ।

କାର୍ଯ୍ୟକ୍ରମରେ ଚାରିଟି କମ୍ପାନୀରେ ନିଯୁକ୍ତି ପାଇଥିବା ଯୁବକ-ଯୁବତୀମାନଙ୍କୁ ମଧ୍ୟ ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିଲା। ଏହି ଅବସରରେ”ୱାଇଲ୍ଡ ଲୋଟସ୍ ଫ୍ୟାଶନ୍ସ ପ୍ରାଇଭେଟ୍ ଲିମିଟେଡ୍”ର ନିର୍ଦ୍ଦେଶକ ସୁବ୍ରତ ପୃଷ୍ଟି, “ଇପିକ୍” ର ଜେନେରାଲ୍ ମ୍ୟାନେଜର ସମ୍ବିତ ପଟ୍ଟନାୟକ, “ସାହି ଏକ୍ସପୋର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍” ର ଅନାଦି ଚରଣ ଜେନା ଏବଂ “କଲରଟୋନ୍ ଗାର୍ମେଣ୍ଟସ ପ୍ରାଇଭେଟ୍ ଲିମିଟେଡ” ର ସୁଶାନ୍ତ କୁମାର ଜେନା ଉପସ୍ଥିତ ରହିଥିଲେ।ଏଥିସହିତ ଆଗାମୀ ଦିନରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସଂସଦୀୟ କ୍ଷେତ୍ର ରେ ହେବାକୁ ଥିବା ମହିଳା ନିଯୁକ୍ତି କାର୍ଯ୍ୟକ୍ରମ ମାନଙ୍କରେ ପୂର୍ଣ୍ଣ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଛନ୍ତି।ଏହି ଅବସରରେ ଏଭଳି ଶିଳ୍ପ ସୁଯୋଗ ସୃଷ୍ଟି କରିଥିବାରୁ ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅପରାଜିତା।

ସାଂସଦ ଓ ବିଭିନ୍ନ କମ୍ପାନୀ ମାନଙ୍କ ଏହି କାର୍ଯ୍ୟକ୍ରମ କୁ ସ୍ଥାନୀୟ ବାସିନ୍ଦାଙ୍କ ସମେତ ବିଭିନ୍ନ ବର୍ଗରୁ ଭୂରୀୟସି ପ୍ରଶଂସା କରାଯାଇଛି।

ଏହି ଅବସରରେ ମଧ୍ୟ ଭୁବନେଶ୍ୱରର ଜଣାଶୁଣା ନେତା ତଥା ସାଂସଦଙ୍କ ସହଯୋଗୀ ରୁଦ୍ର ସାମନ୍ତରାୟ ଉପସ୍ଥିତ ଥିଲେ କାର୍ଯ୍ୟକ୍ରମରେ ସାଂସଦଙ୍କ ଓଏସ୍ଡି ଅଶୋକ ପଟ୍ଟନାୟକ, ଜୟଦେବ ନିର୍ବାଚନମଣ୍ଡଳୀର ସାଂସଦ ପ୍ରତିନିଧି ବାବି ଚୌଧୁରୀ,ବିଦ୍ୟୁତ୍ କାଣ୍ଡି ,ସୁଧୀର ପଣ୍ଡା,ମୁନା ପାତ୍ର, ସଞ୍ଜୟ ପରିଜା, ତାପସ ଜେନା, , ବାଲିଅନ୍ତା ମଣ୍ଡଳ ସଭାପତି ପ୍ରେମାନନ୍ଦ ଖୁଣ୍ଟିଆ, ଗଙ୍ଗାଧର ଜେନା, ଲୁଚି ସାହୁ, ସସ୍ମିତା ପଣ୍ଡା, ମମତା ସାହୁ ଓ ସରିତା ସ୍ୱାଇଁଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଓ ସହଯୋଗୀ ଉପସ୍ଥିତ ଥିଲେ।

ମହିଳା ସଶକ୍ତୀକରଣ କେବଳ ଏକ ସ୍ଲୋଗାନ ନୁହେଁ, ଏହାକୁ ବାସ୍ତବ ରୂପ ଦେବା ପାଇଁ ମହିଳାମାନଙ୍କୁ ନିଯୁକ୍ତି, ନିୟମିତ ଆୟ ଓ ଆର୍ଥିକ ସୁରକ୍ଷାର ସୁଯୋଗ ଯୋଗାଇଦେବା ହିଁ ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ। ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଦିଗରେ ଏହି ପ୍ରୟାସ ଆଗାମୀ ଦିନରେ ଆହୁରି ବ୍ୟାପକ ହେବ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଶାବ୍ୟକ୍ତ କରିଛନ୍ତି।

‘ସାଂସଦ ନିଯୁକ୍ତି ପ୍ରୟାସ’ ଅପରାଜିତା ଷଡଙ୍ଗୀ ଜୟଦେବ ନିର୍ବାଚନମଣ୍ଡଳୀ ନିଯୁକ୍ତି ପତ୍ର ପ୍ରଦାନ ବାଲିଅନ୍ତା
Share. Facebook Twitter LinkedIn Email WhatsApp Copy Link

Related Posts

ଆରମ୍ଭ ହେଲା ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ ମୃତ୍ତିକା ’- ୨୦୨୬

November 1, 2026

ରାଜସ୍ଥାନରେ ଭିଲ୍ଲା ସ୍କାମ୍: ଆଇଏଏସ୍-ଆଇପିଏସ୍ ଦମ୍ପତିଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ

November 1, 2026

WTC ପଏଣ୍ଟ ଟେବୁଲରେ ବଡ଼ ଓଲଟପାଲଟ: ପ୍ରଥମରୁ ତୃତୀୟକୁ ଖସିଲା ଅଷ୍ଟ୍ରେଲିଆ

November 1, 2026

୨୦୨୬ ବର୍ଷ ପାଇଁ ୪୯୦ ଜଣଙ୍କୁ ‘କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ’ ପ୍ରଦାନ

November 1, 2026
Latest News

ଆରମ୍ଭ ହେଲା ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ ମୃତ୍ତିକା ’- ୨୦୨୬

November 1, 2026

ରାଜସ୍ଥାନରେ ଭିଲ୍ଲା ସ୍କାମ୍: ଆଇଏଏସ୍-ଆଇପିଏସ୍ ଦମ୍ପତିଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ

November 1, 2026

WTC ପଏଣ୍ଟ ଟେବୁଲରେ ବଡ଼ ଓଲଟପାଲଟ: ପ୍ରଥମରୁ ତୃତୀୟକୁ ଖସିଲା ଅଷ୍ଟ୍ରେଲିଆ

November 1, 2026

ଧ୍ରୁବ ରାଠୀଙ୍କ ବିରୋଧରେ ନୂଆ ୱାରେଣ୍ଟ ଜାରି କଲେ ଦିଲ୍ଲୀ କୋର୍ଟ

November 1, 2026

୨୦୨୭ ପଞ୍ଜାବ ନିର୍ବାଚନ : ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା ଆପ୍, ଧୁରୀରୁ ଲଢ଼ିବେ ଭଗୱନ୍ତ ମାନ

November 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.