Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମେଘାଳୟ ରାଜନୀତିରେ ବଡ଼ ଭୂକମ୍ପ! ୧୧ ବିଧାୟକ ଦଳ ଛାଡ଼ିବା ପରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ UDP ମୁଖ୍ୟ
ଆଜିର ଖବର

ମେଘାଳୟ ରାଜନୀତିରେ ବଡ଼ ଭୂକମ୍ପ! ୧୧ ବିଧାୟକ ଦଳ ଛାଡ଼ିବା ପରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ UDP ମୁଖ୍ୟ

October 31, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଶିଲଂ: ମେଘାଳୟ ରାଜନୀତିରେ ହଲଚଲ୍‌। ଗୋଟିଏ ପରେ ଗୋଟିଏ ବିଧାୟକ ଦଳ ଛାଡ଼ିବା ପରେ ଏବେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ୟୁନାଇଟେଡ୍ ଡେମୋକ୍ରାଟିକ୍ ପାର୍ଟି (UDP) ମୁଖ୍ୟ ମେଟବାହ ଲିଙ୍ଗଡୋହ। ଶନିବାର (ଅକ୍ଟୋବର ୩୧) ସେ ମୁଖ୍ୟମନ୍ତ୍ରୀ କନରାଡ କେ. ସାଙ୍ଗମାଙ୍କୁ ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଦଳର ୧୨ ଜଣ ବିଧାୟକଙ୍କ ମଧ୍ୟରୁ ୧୧ ଜଣ ଦଳ ଛାଡ଼ିବା ପରେ ଏବେ ବିଧାନସଭାରେ ଏକାକୀ ରହିଯାଇଛନ୍ତି ଲିଙ୍ଗଡୋହ। ଏହି ଘଟଣା ରାଜ୍ୟର ରାଜନୈତିକ ସମୀକରଣକୁ ନୂଆ ମୋଡ଼ ଦେଇଛି।

୧୧ ବିଧାୟକଙ୍କ ଦଳତ୍ୟାଗ, ଏକାକୀ ହୋଇଗଲେ UDP ମୁଖ୍ୟ

ମେଘାଳୟରେ UDP ପାଇଁ ଏବେ ସ୍ଥିତି ଅତ୍ୟନ୍ତ ସଙ୍ଗିନ। ଦଳର ମୋଟ ୧୨ ଜଣ ବିଧାୟକଙ୍କ ମଧ୍ୟରୁ ୮ ଜଣ ସେପ୍ଟେମ୍ବର ମାସରେ ବିଜେପିରେ ଯୋଗ ଦେଇଥିଲେ। ଏହାପରେ ଚଳିତ ମାସ ଆରମ୍ଭରେ ଆଉ ୩ ଜଣ ବିଧାୟକ ଶାସକ ଦଳ ନ୍ୟାସନାଲ୍ ପିପୁଲ୍ସ ପାର୍ଟି (NPP)ରେ ସାମିଲ ହୋଇଥିଲେ।

ଫଳରେ UDPର ୧୨ ଜଣ ବିଧାୟକଙ୍କ ମଧ୍ୟରୁ ୧୧ ଜଣ ଦଳ ଛାଡ଼ିଛନ୍ତି। ଏବେ ମେଟବାହ ଲିଙ୍ଗଡୋହ ହିଁ ବିଧାନସଭାରେ ଦଳର ଏକମାତ୍ର ବିଧାୟକ ଭାବେ ରହିଛନ୍ତି। ଗୋଟିଏ ସମୟରେ ରାଜ୍ୟ ରାଜନୀତିରେ ପ୍ରଭାବଶାଳୀ ଥିବା ଆଞ୍ଚଳିକ ଦଳ ପାଇଁ ଏହା ଏକ ବଡ଼ ଝଟକା ବୋଲି କୁହାଯାଉଛି।

ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଇସ୍ତଫାପତ୍ର, ନିଜ ନିଷ୍ପତ୍ତି ବୋଲି କହିଲେ

ସମ୍ବାଦ ସରବରାହ ସଂସ୍ଥା PTIର ରିପୋର୍ଟ ଅନୁସାରେ, ଲିଙ୍ଗଡୋହ କହିଛନ୍ତି ଯେ ବର୍ତ୍ତମାନର ରାଜନୈତିକ ସ୍ଥିତି ଏବଂ ଦଳ ଭିତରେ ଘଟୁଥିବା ଘଟଣାବଳୀର ସମୀକ୍ଷା କରିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଏନେଇ ସେ ମୁଖ୍ୟମନ୍ତ୍ରୀ କନରାଡ କେ. ସାଙ୍ଗମାଙ୍କୁ ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।

ତେବେ ତାଙ୍କ ଇସ୍ତଫା ପଛରେ କୌଣସି ଚାପ ରହିଥିବା ଗୁଜବକୁ ସେ ଖଣ୍ଡନ କରିଛନ୍ତି। କାହାର ଚାପ କିମ୍ବା ଅନ୍ୟ କୌଣସି କାରଣରୁ ନୁହେଁ, ବରଂ ନିଜ ଇଚ୍ଛାରେ ମନ୍ତ୍ରୀ ପଦ ଛାଡ଼ିଥିବା ସେ ସ୍ପଷ୍ଟ କରିଛନ୍ତି।

UDPର ପରବର୍ତ୍ତୀ ରଣନୀତି କ’ଣ?

ଇସ୍ତଫା ପରେ ଦଳର ଭବିଷ୍ୟତ ରଣନୀତି ଉପରେ ମଧ୍ୟ ମୁହଁ ଖୋଲିଛନ୍ତି ଲିଙ୍ଗଡୋହ। UDPର କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି ଖୁବ୍‌ଶୀଘ୍ର ଏହି ସମସ୍ତ ଘଟଣା ଉପରେ ଆଲୋଚନା କରିବ। ଦଳର ନେତା ଓ ପଦାଧିକାରୀଙ୍କ ସହ ପରାମର୍ଶ କରାଯିବା ପରେ ଆଗାମୀ ରାଜନୈତିକ ପଦକ୍ଷେପ ସ୍ଥିର କରାଯିବ।

ଅନ୍ୟପଟେ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିବା କିଛି ବିଧାୟକଙ୍କ ବିରୋଧରେ UDP ପୂର୍ବରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ହେଲେ ଦଳର ୧୧ ଜଣ ବିଧାୟକ ଅନ୍ୟ ଦଳକୁ ଚାଲିଯିବା ପରେ UDPର ରାଜନୈତିକ ଭବିଷ୍ୟତକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି।

ମେଘାଳୟ ରାଜନୀତିରେ ବଦଳିବ କି ସମୀକରଣ?

ଗୋଟିଏ ଆଞ୍ଚଳିକ ଦଳର ୧୧ ଜଣ ବିଧାୟକଙ୍କ ଅନ୍ୟ ଦଳରେ ଯୋଗଦାନ ମେଘାଳୟର ରାଜନୈତିକ ଚିତ୍ରକୁ ବଦଳାଇ ଦେଇଛି। ବିଜେପି ଓ NPPରେ ବିଧାୟକଙ୍କ ଯୋଗଦାନ ପରେ UDP ଏବେ ନିଜର ରାଜନୈତିକ ଅସ୍ତିତ୍ୱ ବଞ୍ଚାଇବା ଚ୍ୟାଲେଞ୍ଜର ସମ୍ମୁଖୀନ। ଏଭଳି ସ୍ଥିତିରେ ଦଳର ଆଗାମୀ ନିଷ୍ପତ୍ତି ଏବଂ ମେଘାଳୟ ସରକାରରେ ହେବାକୁ ଥିବା ପରିବର୍ତ୍ତନ ଉପରେ ଏବେ ସମସ୍ତଙ୍କ ନଜର।

Conrad Sangma Meghalaya Minister Resignation Meghalaya Politics Metbah Lyngdoh UDP
Share. Facebook Twitter LinkedIn Email WhatsApp Copy Link

Related Posts

କୋରାପୁଟ ମେଡିକାଲ୍ କଲେଜରେ ବଢ଼ିବ ୨୫ ଏମ୍‌ବିବିଏସ୍ ସିଟ୍‌

October 31, 2026

ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରଶାସନର ଆଗୁଆ ପ୍ରସ୍ତୁତି, ରବିବାର ଖୋଲା ରହିବ ସରକାରୀ ଅଫିସ୍

October 31, 2026

ମା’ଙ୍କ ସହ ଝଗଡ଼ା କରୁଥିଲା ବାପା, ଅଟକାଇବାକୁ ଯାଇ ଜୀବନ ହାରିଲା ପୁଅ! ଛୁରାମାଡ଼ରେ ଚାଲିଗଲା ଜୀବନ

October 31, 2026

ଦକ୍ଷିଣ ଆଫ୍ରିକାର ଐତିହାସିକ ବିଜୟ: ଅଷ୍ଟ୍ରେଲିଆକୁ ୧୭୬ ରନରେ ହରାଇ ହେଲା ନମ୍ବର-୧

October 31, 2026
Latest News

କୋରାପୁଟ ମେଡିକାଲ୍ କଲେଜରେ ବଢ଼ିବ ୨୫ ଏମ୍‌ବିବିଏସ୍ ସିଟ୍‌

October 31, 2026

ମେଘାଳୟ ରାଜନୀତିରେ ବଡ଼ ଭୂକମ୍ପ! ୧୧ ବିଧାୟକ ଦଳ ଛାଡ଼ିବା ପରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ UDP ମୁଖ୍ୟ

October 31, 2026

ଶ୍ରୀଜଗନ୍ନାଥଙ୍କ ନାମକୁ ଫେରିବ ୪୫୦ କୋଟିର ଜମି

October 31, 2026

ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରଶାସନର ଆଗୁଆ ପ୍ରସ୍ତୁତି, ରବିବାର ଖୋଲା ରହିବ ସରକାରୀ ଅଫିସ୍

October 31, 2026

ମା’ଙ୍କ ସହ ଝଗଡ଼ା କରୁଥିଲା ବାପା, ଅଟକାଇବାକୁ ଯାଇ ଜୀବନ ହାରିଲା ପୁଅ! ଛୁରାମାଡ଼ରେ ଚାଲିଗଲା ଜୀବନ

October 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.