Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବସ୍‌କୁ ଓଭର୍‌ଟେକ କଲା ବେଳେ ଦୁର୍ଘଟଣା  : ଦୁଇ ଯବାନ ମୃତ
ଆଜିର ଖବର

ବସ୍‌କୁ ଓଭର୍‌ଟେକ କଲା ବେଳେ ଦୁର୍ଘଟଣା  : ଦୁଇ ଯବାନ ମୃତ

September 1, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
dead body found in rayagada
dead body found in rayagada

କଳାହାଣ୍ଡି ଜିଲ୍ଲା କୋକସରା ନିକଟରେ ଏକ ବସ୍‌କୁ ଓଭର୍‌ଟେକ୍‌ କଲା ବେଳେ ସେଥିରେ ପିଟି ହୋଇଯିବାରୁ ଜଣେ ଆଇଆର୍‌ବି ଯବାନ ଓ ଜଣେ ପୁଲିସ୍ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଆଉ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକମାନେ ହେଲେ ଆଇଆର୍‌ବି ଯବାନ କ୍ଷୀରସିନ୍ଧୁ ଧରୁଆ ଓ ମୋଟେର ଫାଣ୍ଡିର ହୋମ୍‌ଗାର୍ଡ ପୂର୍ଣ୍ଣ ନାଏକ। ଆହତ ପିଣ୍ଟୁ ପଟ୍ଟନାୟକଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ପୂର୍ଣ୍ଣ, କ୍ଷୀରସିନ୍ଧୁ ଓ ପିଣ୍ଟୁକୁ ବାଇକ୍‌ରେ ନେଇ ଉକ୍ତ ବସ୍‌ରେ ଛାଡ଼ି ଦେବାକୁ କହିଥିଲେ। ତିନି ଜଣ ଯାକ ବାଇକ୍‌ରେ ବସ୍‌ର ପିଛା କରି ଏହାକୁ ଓଭର୍‌ଟେକ୍‌ କରୁଥିବା ବେଳେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରୁ ସେମାନଙ୍କୁ ଉଦ୍ଧାର କରାଯାଇ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର କ୍ଷୀରସିନ୍ଧୁ ଓ ପୂର୍ଣ୍ଣଙ୍କୁ ମୃତ ଘୋଷଣା କରିଥିଲେ। ପିଣ୍ଟୁ ଏବେ କୋକସରା ଡାକ୍ତରଖାନାରେ ଚିକତ୍ସାଧୀନ ଅଛନ୍ତି। ପୁଲିସ୍‌ ଏହି ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ଦୁର୍ଘଟଣା ପରେ କୋକସରାରେ ଉତ୍ତେଜନା ପ୍ରକାଶ ପାଇଛି। ଦୁଇ ମୃତକଙ୍କ ପରିବାରର ଜଣେ ଲେଖାଏ ସଦସ୍ୟଙ୍କୁ ଚାକିରି ଦେବା ପାଇଁ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ଉଭୟ କ୍ଷୀରସିନ୍ଧୁ ଓ ପୂର୍ଣ୍ଣଙ୍କ ପରିବାର ଲୋକେ ବି ଏଥିରେ ସାମିଲ ହୋଇଛନ୍ତି। ଫଳରେ କୋକସରା ଦେଇ ଯାଇଥିବା  ଏନ୍‌ଏଚ୍‌ ୨୬ରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତାକାଲି ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ଶ୍ରୀଜୀଉଙ୍କର ଅଳଙ୍କାର: ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

September 22, 2025

ଭାରତ ପୋଏଲ୍ଟ୍ରି ଏକ୍ସପୋ ଉଦଯାପିତ, ସମ୍ବର୍ଦ୍ଧିତ ହେଲେ ସଫଳ କୁକୁଡା ଚାଷୀ ଓ ଉଦ୍ୟୋଗୀ

September 22, 2025

ବାଣପୁରରେ ନିଆରା ପରମ୍ପରା ଭେଟ ଅମାବାସ୍ୟା, ସପ୍ତମାତୃଶକ୍ତିର ମହାମିଳନ ମହୋତ୍ସବ

September 22, 2025

ନବରାତ୍ରିର ପ୍ରଥମ ଦିନରେ GST ସଂସ୍କାର: ଆଜିଠାରୁ କ’ଣ ଶସ୍ତା ଏବଂ କ’ଣ ହେବ ମହଙ୍ଗା?

September 22, 2025
Latest News

ଆସନ୍ତାକାଲି ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ଶ୍ରୀଜୀଉଙ୍କର ଅଳଙ୍କାର: ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

September 22, 2025

ଭାରତ ପୋଏଲ୍ଟ୍ରି ଏକ୍ସପୋ ଉଦଯାପିତ, ସମ୍ବର୍ଦ୍ଧିତ ହେଲେ ସଫଳ କୁକୁଡା ଚାଷୀ ଓ ଉଦ୍ୟୋଗୀ

September 22, 2025

ବାଣପୁରରେ ନିଆରା ପରମ୍ପରା ଭେଟ ଅମାବାସ୍ୟା, ସପ୍ତମାତୃଶକ୍ତିର ମହାମିଳନ ମହୋତ୍ସବ

September 22, 2025

ନବରାତ୍ରିର ପ୍ରଥମ ଦିନରେ GST ସଂସ୍କାର: ଆଜିଠାରୁ କ’ଣ ଶସ୍ତା ଏବଂ କ’ଣ ହେବ ମହଙ୍ଗା?

September 22, 2025

ଧଉଳି ଶାନ୍ତି ସ୍ତୁପରେ ପାଳିତ ହେଲା ବିଶ୍ୱ ଶାନ୍ତି ଉତ୍ସବ

September 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.