Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜସ୍ଥାନରେ ଭିଲ୍ଲା ସ୍କାମ୍: ଆଇଏଏସ୍-ଆଇପିଏସ୍ ଦମ୍ପତିଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ
ଆଜିର ଖବର

ରାଜସ୍ଥାନରେ ଭିଲ୍ଲା ସ୍କାମ୍: ଆଇଏଏସ୍-ଆଇପିଏସ୍ ଦମ୍ପତିଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ

November 1, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Villa Scam in Rajasthan: Investigation initiated against IAS-IPS couple
Villa Scam in Rajasthan: Investigation initiated against IAS-IPS couple

ଜୟପୁର: ରାଜସ୍ଥାନରେ ଏକ ବଡ଼ଧରଣର ଦୁର୍ନୀତି ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ନେଇ ରାଜନୈତିକ ଏବଂ ପ୍ରଶାସନିକ ସ୍ତରରେ ହଇଚଇ ସୃଷ୍ଟି ହୋଇଛି। ସରକାରୀ ପଦବୀର ଅପବ୍ୟବହାର କରି ଏକ ପ୍ରାଇଭେଟ୍ କମ୍ପାନୀକୁ ଅହେତୁକ ସୁବିଧା ପ୍ରଦାନ କରିବା ଏବଂ ବଜାର ଦରଠାରୁ ଅତି କମ୍ ମୂଲ୍ୟରେ ଦାମୀ ଭିଲ୍ଲା କ୍ରୟ କରିବା ଅଭିଯୋଗରେ ରାଜସ୍ଥାନ ସରକାରଙ୍କ ବରିଷ୍ଠ ଆଇଏଏସ୍ ଅଧିକାରୀ ଶିଖର ଅଗ୍ରୱାଲଙ୍କ ବିରୋଧରେ ଦୁର୍ନୀତି ନିବାରଣ ବ୍ୟୁରୋ ପକ୍ଷରୁ ପ୍ରାଥମିକ ତଦନ୍ତ ଆରମ୍ଭ କରାଯାଇଛି। ଏହି ଘଟଣା ପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରି ତାଙ୍କ ପତ୍ନୀ ତଥା ବରିଷ୍ଠ ଆଇପିଏସ୍ ଅଧିକାରୀ ପ୍ରଶାଖା ମାଥୁରଙ୍କୁ ଏପିଓ ଅର୍ଥାତ୍ ପଦସ୍ଥାନ ଅପେକ୍ଷାରେ ରଖିଛନ୍ତି।

ଘଟଣାରୁ ପ୍ରକାଶ ଯେ, ୧୯୯୩ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ଶିଖର ଅଗ୍ରୱାଲ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିବା ସମୟରେ ନିଜ କ୍ଷମତାର ଅପବ୍ୟବହାର କରି ‘ଗୋୟଲ ଫ୍ୟାଶନ୍ସ ପ୍ରାଇଭେଟ୍ ଲିମିଟେଡ୍’ ନାମକ ଏକ ହୋଟେଲ ଏବଂ ରିସୋର୍ଟ କମ୍ପାନୀକୁ ବେଆଇନ ଭାବେ ବହୁବିଧ ସୁବିଧା ଯୋଗାଇ ଦେଇଥିବା ଅଭିଯୋଗ ହୋଇଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହି କମ୍ପାନୀକୁ ରିସୋର୍ଟ ନିର୍ମାଣ ନିୟମରେ କୋହଳତା, ବିନା ଯାଞ୍ଚରେ ବିଭିନ୍ନ ଅନୁମୋଦନ ଏବଂ ଏକ ସ୍ୱତନ୍ତ୍ର ରିହାତିମୂଳକ ଆର୍ଥିକ ପ୍ୟାକେଜ୍ ଯୋଗାଇ ଦିଆଯାଇଥିଲା। ଏହାର ବଦଳରେ ଉକ୍ତ ଆଇଏଏସ୍ ଅଧିକାରୀ ଏବଂ ତାଙ୍କ ପରିବାରବର୍ଗ ଉଦୟପୁର ଓ ଆଲୱର ଭଳି ସ୍ଥାନରେ ଉକ୍ତ କମ୍ପାନୀଠାରୁ ବଜାର ଦରଠାରୁ ଅତ୍ୟନ୍ତ କମ୍ ମୂଲ୍ୟରେ ଏକାଧିକ ଭିଲ୍ଲା କ୍ରୟ କରିଥିଲେ। ଏହି ମିଳିତ କାର୍ଯ୍ୟକଳାପ ରାଜ୍ୟ ରାଜକୋଷକୁ ପ୍ରଚୁର ଆର୍ଥିକ କ୍ଷତି ପହଞ୍ଚାଇଥିବା ଦୁର୍ନୀତି ନିବାରଣ ବ୍ୟୁରୋ ପକ୍ଷରୁ କୁହାଯାଇଛି।

ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ଦୁର୍ନୀତି ନିବାରଣ ବ୍ୟୁରୋର ମହାନିର୍ଦ୍ଦେଶକଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବା ପରେ ରାଜ୍ୟ ସରକାର ଦୁର୍ନୀତି ପ୍ରତି ସମ୍ପୂର୍ଣ୍ଣ ଜିରୋ ଟଲରାନ୍ସ ନୀତି ଗ୍ରହଣ କରୁଥିବା ସ୍ପଷ୍ଟ କରିଛନ୍ତି। ସରକାରଙ୍କଠାରୁ ଆନୁଷ୍ଠାନିକ ଅନୁମୋଦନ ମିଳିବା ପରେ ଏସିବି ପକ୍ଷରୁ ଏହି ପ୍ରାଥମିକ ତଦନ୍ତ ପଞ୍ଜୀକରଣ କରାଯାଇଛି। ଅଭିଯୋଗ ଆସିବା ବେଳକୁ ଶିଖର ଅଗ୍ରୱାଲ ବିଦେଶ ଗ୍ରାସରେ ଅଛନ୍ତି ଏବଂ ସେ ଦେଶକୁ ଫେରିବା ପରେ ତାଙ୍କୁ ପଚରାଉଚରା କରାଯିବ ବୋଲି ଜଣାପଡିଛି।

ଅନ୍ୟପକ୍ଷରେ, ୧୯୯୫ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ ତଥା ଶିଖର ଅଗ୍ରୱାଲଙ୍କ ପତ୍ନୀ ପ୍ରଶାଖା ମାଥୁର ପୋଲିସ ମୁଖ୍ୟାଳୟରେ ଯୋଜନା, ଆଧୁନିକୀକରଣ ଏବଂ କଲ୍ୟାଣ ବିଭାଗର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ। ଏହି ମାମଲାରେ ତାଙ୍କ ସିଧାସଳଖ ସଂପୃକ୍ତି ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଆନୁଷ୍ଠାନିକ ତଦନ୍ତ ଘୋଷଣା କରାଯାଇ ନଥିଲେ ମଧ୍ୟ ତଦନ୍ତର ପରିସରକୁ ବ୍ୟାପକ କରାଗଲେ ତାଙ୍କୁ ମଧ୍ୟ ପଚରାଉଚରା କରାଯାଇପାରେ ବୋଲି ସୂତ୍ରରୁ ପ୍ରକାଶ ପାଇଛି। ପ୍ରାଥମିକ ତଦନ୍ତରେ ଅଭିଯୋଗଗୁଡ଼ିକ ପ୍ରମାଣିତ ହେଲେ ତୁରନ୍ତ ଏକ ଦୃଢ଼ ମାମଲା ରୁଜୁ କରାଯିବ ଏବଂ ଆୟ ବହିର୍ଭୂତ ସମ୍ପତ୍ତି ଠାଣି ନେଇ ମଧ୍ୟ ଅନୁସନ୍ଧାନ କରାଯିବ। ରାଜ୍ୟର ଏହି ଚର୍ଚ୍ଚିତ ପ୍ରଶାସନିକ ଦୁର୍ନୀତି କାଣ୍ଡ ଏବେ ସବୁଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଆଇଏଏସ୍-ଆଇପିଏସ୍ ଭିଲ୍ଲା ସ୍କାମ୍ ରାଜସ୍ଥାନ
Share. Facebook Twitter LinkedIn Email WhatsApp Copy Link

Related Posts

INDIA ମେଣ୍ଟ ରାଲି ପୂର୍ବରୁ କଡା ସୁରକ୍ଷା: ୪୦୦୦ ପୁଲିସ, CAPFର ୨୭୦ କମ୍ପାନୀ ମୁତୟନ

November 1, 2026

ଭୁବନେଶ୍ୱରରେ ଭୟଙ୍କର ସିରିଜ୍ ଦୁର୍ଘଟଣା: ଜୀବନ ନେଲା ଦ୍ରୁତଗାମୀ ବସ୍, ୨ ମୃତ; ଏକାଧିକ ଆହତ

November 1, 2026

ଦୀପାବଳି ପୂର୍ବରୁ ମହଙ୍ଗା ମାଡ଼! ବଢ଼ିଲା CNG ଦର

November 1, 2026

ଆରମ୍ଭ ହେଲା ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ ମୃତ୍ତିକା ’- ୨୦୨୬

November 1, 2026
Latest News

INDIA ମେଣ୍ଟ ରାଲି ପୂର୍ବରୁ କଡା ସୁରକ୍ଷା: ୪୦୦୦ ପୁଲିସ, CAPFର ୨୭୦ କମ୍ପାନୀ ମୁତୟନ

November 1, 2026

ଭୁବନେଶ୍ୱରରେ ଭୟଙ୍କର ସିରିଜ୍ ଦୁର୍ଘଟଣା: ଜୀବନ ନେଲା ଦ୍ରୁତଗାମୀ ବସ୍, ୨ ମୃତ; ଏକାଧିକ ଆହତ

November 1, 2026

ଦୀପାବଳି ପୂର୍ବରୁ ମହଙ୍ଗା ମାଡ଼! ବଢ଼ିଲା CNG ଦର

November 1, 2026

ଆରମ୍ଭ ହେଲା ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ ମୃତ୍ତିକା ’- ୨୦୨୬

November 1, 2026

ରାଜସ୍ଥାନରେ ଭିଲ୍ଲା ସ୍କାମ୍: ଆଇଏଏସ୍-ଆଇପିଏସ୍ ଦମ୍ପତିଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ

November 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.