ନୂଆଦିଲ୍ଲୀ: ଆଜି ଭାରତ-ନ୍ୟୁଜିଲାଣ୍ଡ ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚ୍ ହାମିଲଟନର ସେଡନ୍ ପାର୍କରେ ଖେଳାଯିବ। ଟିମ୍ ଇଣ୍ଡିଆ ୩-୧ରେ ସିରିଜ୍ ଜିତି ସାରିଛି, କିନ୍ତୁ ଗ୍ଲେନ ଫିଲିପ୍ସଙ୍କ ବ୍ୟାଟ୍ ପୁରା ସିରିଜରେ ଗର୍ଜିଛି। ସେ ୪ ମ୍ୟାଚରେ ୧ ଶତକ ଓ ୨ ଅର୍ଦ୍ଧଶତକ ସହ ୨୭୬ ରନ କରିଛନ୍ତି। ଚତୁର୍ଥ ଟି-୨୦ ରେ ୪୯ ବଲରେ ୧୦୭ ରନର ବିସ୍ଫୋରକ ଇନିଂସ ଖେଳିଥିଲେ।
ଆଜି ତାଙ୍କ ଟାର୍ଗେଟରେ ୩ ବଡ଼ ରେକର୍ଡ:
୧. ଗୋଟିଏ ଟି-୨୦ ସିରିଜରେ ସବୁଠୁ ଅଧିକ ରନର ବିଶ୍ୱ ରେକର୍ଡ:
ବର୍ତ୍ତମାନ ରେକର୍ଡ ଇଂଲଣ୍ଡର ଫିଲ ସଲ୍ଟଙ୍କ ନାମରେ – ୨୦୨୩ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ୫ ମ୍ୟାଚରେ ୩୩୧ ରନ। ଫିଲିପ୍ସ ୨୭୬ରେ ଅଛନ୍ତି, ଆଉ ୫୬ ରନ କଲେ ବିଶ୍ୱ ରେକର୍ଡ ତାଙ୍କ ନାମରେ ହେବ।
୨. ନ୍ୟୁଜିଲାଣ୍ଡ ପାଇଁ ସବୁଠୁ ଅଧିକ ରନ:
ନ୍ୟୁଜିଲାଣ୍ଡ ପାଇଁ ଗୋଟିଏ ସିରିଜରେ ସବୁଠୁ ଅଧିକ ରନ ମାର୍କ ଚାପମ୍ୟାନଙ୍କର – ୨୦୨୪ରେ ପାକିସ୍ତାନ ବିପକ୍ଷ ୨୯୦ ରନ। ଫିଲିପ୍ସଙ୍କୁ ଆଉ ୧୫ ରନ ଦରକାର।
୩. ନ୍ୟୁଜିଲାଣ୍ଡ ପାଇଁ ସବୁଠୁ ଅଧିକ ଟି-୨୦ ଶତକ:
ଫିଲିପ୍ସ, କଲିନ ମୁନରୋ ଓ ଫିନ ଆଲେନ – ତିନି ଜଣ ୩-୩ ଶତକ ସହ ସମାନ ଅଛନ୍ତି। ଆଜି ଶତକ ମାରିଲେ ଫିଲିପ୍ସ ଏକାକୀ ନମ୍ବର-୧ ହେବେ।
ଏହା ସହ ଫିଲିପ୍ସ ଭାରତ ବିପକ୍ଷ ଗୋଟିଏ ଟି-୨୦ ସିରିଜରେ ସବୁଠୁ ଅଧିକ ରନର ରେକର୍ଡ ନିଜ ନାମରେ କରିସାରିଛନ୍ତି। ଆଜି ଅର୍ଦ୍ଧଶତକ ମାରିଲେ ଗୋଟିଏ ସିରିଜରେ ୪ଥର ୫୦+ ସ୍କୋର କରିବାରେ ତୃତୀୟ ବ୍ୟାଟ୍ସମ୍ୟାନ ହେବେ।


