ନୂଆଦିଲ୍ଲୀ: ଭାରତରେ ଡିଜିଟାଲ ପେମେଣ୍ଟର କ୍ରେଜ୍ ବଢି ଚାଲିଛି। ଫୋନପେ, ଗୁଗଲପେରେ ଛୋଟ-ବଡ଼ ସବୁ ପେମେଣ୍ଟ ହେଉଛି। ଅକ୍ଟୋବର ୨୦୨୬ରେ UPI ସବୁ ରେକର୍ଡ ଭାଙ୍ଗିଛି। ପ୍ରଥମ ଥର ଦିନକୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ଲେଣଦେଣ ହୋଇଛି।
NPCI ତଥ୍ୟ ଅନୁଯାୟୀ, ଅକ୍ଟୋବରରେ ମୋଟ ୨୫.୪୭ ବିଲିୟନ ବା ୨,୫୪୭ କୋଟି ଟ୍ରାଞ୍ଜାକ୍ସନ ହୋଇଛି, ଯାହା ଦ୍ୱାରା ୩୧.୫୩ ଲକ୍ଷ କୋଟି ଟଙ୍କା ପେମେଣ୍ଟ ହୋଇଛି। ଗତବର୍ଷ ଅକ୍ଟୋବର ୨୦୨୫ରେ ୨୦.୭ ବିଲିୟନ ଟ୍ରାଞ୍ଜାକ୍ସନ ହୋଇଥିଲା। ବର୍ଷକରେ ସଂଖ୍ୟା ୨୩% ଏବଂ ରାଶି ୧୬% ବଢିଛି।
ଦିନକୁ କେତେ?
ହାରାହାରି ଦିନକୁ ୮୨.୨ କୋଟି ଟ୍ରାଞ୍ଜାକ୍ସନ – ଏପର୍ଯ୍ୟନ୍ତ ସବୁଠୁ ବଡ଼ ଅଙ୍କ। ଛୋଟ ଦୋକାନରୁ ବଡ଼ ମଲ୍, ଅନଲାଇନ ସପିଂ ଯାଏଁ ସବୁଠି UPI।
କାହିଁକି ବଢିଲା?
ଅକ୍ଟୋବରରେ ନବରାତ୍ରି, ଦଶହରା, ଦୀପାବଳି ପର୍ବ ଏବଂ ଅନଲାଇନ ସେଲ୍ ଯୋଗୁଁ ଲୁଗା, ଇଲେକ୍ଟ୍ରୋନିକ୍ସ, ଘର ସାମଗ୍ରୀ କ୍ରୟ ବଢିଥିଲା। ଏହି ତେଜ୍ ସେତେବେଳେ ଆସିଛି ଯେତେବେଳେ ସରକାର ଶୀଘ୍ର UPI ପେମେଣ୍ଟ ଉପରେ MDR ଚାର୍ଜ ଲଗାଇବାକୁ ଯାଉଛନ୍ତି।


