Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଘରେ ବସି ଦାଖଲ କରନ୍ତୁ UPS ଜୀବନ ପ୍ରମାଣପତ୍ର, ଜାଣନ୍ତୁ କେଉଁ ଆପ୍‌ରେ କରିବେ ଆବେଦନ
ଆଜିର ଖବର

ଘରେ ବସି ଦାଖଲ କରନ୍ତୁ UPS ଜୀବନ ପ୍ରମାଣପତ୍ର, ଜାଣନ୍ତୁ କେଉଁ ଆପ୍‌ରେ କରିବେ ଆବେଦନ

November 3, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ୟୁନିଫାଏଡ୍ ପେନସନ୍ ସ୍କିମ୍ (UPS) ଅଧୀନରେ ପେନସନ୍ ପାଉଥିବା ଲୋକଙ୍କ ପାଇଁ ଆସିଛି ଏକ ବଡ଼ ଆଶ୍ୱସ୍ତିକର ଖବର। ଏଣିକି ଜୀବନ ପ୍ରମାଣପତ୍ର (Life Certificate) ଦାଖଲ କରିବା ପାଇଁ ଆଉ ବ୍ୟାଙ୍କ କିମ୍ବା ପେନସନ୍ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବନି। ଘରେ ବସି ନିଜ ମୋବାଇଲ୍ ଫୋନ୍ ସାହାଯ୍ୟରେ ମାତ୍ର କିଛି ମିନିଟ୍‌ରେ ଦାଖଲ କରିପାରିବେ ଡିଜିଟାଲ୍ ଜୀବନ ପ୍ରମାଣପତ୍ର। ଏଥିପାଇଁ ପେନସନ୍ ପାଣ୍ଠି ନିୟାମକ ଓ ବିକାଶ ପ୍ରାଧିକରଣ (PFRDA) ଆରମ୍ଭ କରିଛି ‘UPS ଜୀବନ ସେତୁ’ ସୁବିଧା। ଆଧାର ଓ ଫେସ୍ ଅଥେଣ୍ଟିକେସନ୍ ମାଧ୍ୟମରେ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ସହଜ କରାଯାଇଛି। ତେବେ କେମିତି ଏହି ସୁବିଧାର ଲାଭ ଉଠାଇବେ? କେଉଁ ଆପ୍ ଡାଉନଲୋଡ୍ କରିବାକୁ ପଡ଼ିବ? ଜାଣନ୍ତୁ ପୂରା ପ୍ରକ୍ରିୟା।

କ’ଣ ଏହି UPS ଜୀବନ ସେତୁ ସୁବିଧା?

ପେନସନ୍ ପାଉଥିବା ବ୍ୟକ୍ତି ଜୀବିତ ଅଛନ୍ତି ଏବଂ ପେନସନ୍ ପାଇବାକୁ ଯୋଗ୍ୟ ବୋଲି ପ୍ରମାଣ କରିବା ପାଇଁ ପ୍ରତିବର୍ଷ ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼େ। ଏହା ଦାଖଲ ନକଲେ ପେନସନ୍ ପ୍ରଦାନ ପ୍ରକ୍ରିୟାରେ ସମସ୍ୟା ଉପୁଜିପାରେ। ବିଶେଷକରି ବୟସ୍କ ପେନସନ୍ଭୋଗୀଙ୍କ ପାଇଁ ବ୍ୟାଙ୍କ କିମ୍ବା ପେନସନ୍ କାର୍ଯ୍ୟାଳୟକୁ ଯାଇ ଏହି ପ୍ରମାଣପତ୍ର ଦାଖଲ କରିବା ଅନେକ ସମୟରେ କଷ୍ଟକର ହୋଇଥାଏ।

ଏହି ସମସ୍ୟାର ସମାଧାନ ପାଇଁ PFRDA ଆରମ୍ଭ କରିଛି UPS ଜୀବନ ସେତୁ ଡିଜିଟାଲ୍ ସୁବିଧା। ଏହାଦ୍ୱାରା ପେନସନ୍ଭୋଗୀମାନେ ଘରେ ବସି ନିଜର ପରିଚୟ ଯାଞ୍ଚ କରି ଡିଜିଟାଲ୍ ଜୀବନ ପ୍ରମାଣପତ୍ର ପ୍ରସ୍ତୁତ ଓ ଦାଖଲ କରିପାରିବେ। ଆଧାର ନମ୍ବର ଏବଂ ମୁହଁ ଚିହ୍ନଟ ପ୍ରଯୁକ୍ତି (Face Authentication) ମାଧ୍ୟମରେ ଏହି ଯାଞ୍ଚ କରାଯିବ।

ମୋବାଇଲରେ କେମିତି ଦାଖଲ କରିବେ ଜୀବନ ପ୍ରମାଣପତ୍ର?

UPS ପେନସନ୍ଭୋଗୀମାନେ ନିଜ ମୋବାଇଲ୍ ଫୋନ୍‌ରେ ‘NPS by Protean eGov’ ଆପ୍ ଡାଉନଲୋଡ୍ କରି ଏହି ସୁବିଧାର ଲାଭ ନେଇପାରିବେ। ଏଥିପାଇଁ ନିମ୍ନଲିଖିତ ପଦକ୍ଷେପ ଅନୁସରଣ କରନ୍ତୁ।
1. ପ୍ରଥମେ ମୋବାଇଲ୍‌ରେ NPS by Protean eGov ଆପ୍ ଖୋଲନ୍ତୁ।
2. ହୋମ୍ ସ୍କ୍ରିନ୍‌ରେ ଥିବା ‘UPS ଜୀବନ ସେତୁ – ଡିଜିଟାଲ୍ ଜୀବନ ପ୍ରମାଣପତ୍ର’ ବିକଳ୍ପ ଚୟନ କରନ୍ତୁ।
3. ଏହାପରେ ନିଜର ସ୍ଥାୟୀ ଅବସର ଆକାଉଣ୍ଟ ନମ୍ବର (PRAN) ଏବଂ ଜନ୍ମତାରିଖ ଦିଅନ୍ତୁ।
4. ପଞ୍ଜିକୃତ ମୋବାଇଲ୍ ନମ୍ବରକୁ ଆସିଥିବା OTP ଦ୍ୱାରା ନିଜର ତଥ୍ୟ ଯାଞ୍ଚ କରନ୍ତୁ।
5. ଏହାପରେ ଆଧାର ବିକଳ୍ପ ଚୟନ କରି ନିଜର ଆଧାର ନମ୍ବର ଦିଅନ୍ତୁ।
6. ‘Continue with Aadhaar’ ଉପରେ କ୍ଲିକ୍ କରନ୍ତୁ।
7. ଏବେ ଫେସ୍ ଅଥେଣ୍ଟିକେସନ୍ ବିକଳ୍ପ ଚୟନ କରି ମୋବାଇଲ୍ କ୍ୟାମେରା ସାହାଯ୍ୟରେ ନିଜ ମୁହଁ ସ୍କାନ୍ କରନ୍ତୁ।
8. ପରିଚୟ ଯାଞ୍ଚ ସଫଳ ହେବା ପରେ ଆପ୍‌ରେ ଆପଣଙ୍କ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ପ୍ରସ୍ତୁତ ହୋଇଯିବ।
9. ପ୍ରମାଣପତ୍ର ସଫଳତାର ସହ ସୃଷ୍ଟି ହେବା ପରେ ‘ହୋଇଗଲା’ (Done) ବିକଳ୍ପରେ କ୍ଲିକ୍ କରନ୍ତୁ।
ଏହିପରି ଭାବେ ଘରେ ବସି ମୋବାଇଲ୍ ମାଧ୍ୟମରେ ଜୀବନ ପ୍ରମାଣପତ୍ର ଦାଖଲ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିହେବ।

ନଭେମ୍ବର ୩୦ ଶେଷ ତାରିଖ, ଭୁଲନ୍ତୁ ନାହିଁ

UPS ପେନସନ୍ଭୋଗୀଙ୍କ ପାଇଁ ଜୀବନ ପ୍ରମାଣପତ୍ର ଦାଖଲ କରିବାର ସମୟସୀମା ହେଉଛି ପ୍ରତିବର୍ଷ ନଭେମ୍ବର ୩୦। ତେଣୁ ଧାର୍ଯ୍ୟ ସମୟ ମଧ୍ୟରେ ଏହି ପ୍ରକ୍ରିୟା ଶେଷ କରିବା ଜରୁରୀ। PFRDA ଅନୁଯାୟୀ, ନିରବଚ୍ଛିନ୍ନ ଭାବେ ମାସିକ ପେନସନ୍ ପାଇବା ପାଇଁ ସମୟସୀମା ମଧ୍ୟରେ ଜୀବନ ପ୍ରମାଣପତ୍ର ଦାଖଲ ଗୁରୁତ୍ୱପୂର୍ଣ୍ଣ।

ତେଣୁ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ପେନସନ୍ଭୋଗୀମାନେ ଏବେଠାରୁ ଏହି ପ୍ରକ୍ରିୟା ଶେଷ କରିଦେବା ଉଚିତ। ଏହି ନୂଆ ଡିଜିଟାଲ୍ ସୁବିଧା ଦ୍ୱାରା ବିଶେଷକରି ବୟସ୍କ ଓ ଶାରୀରିକ ଅସୁବିଧା ଯୋଗୁଁ ଯାତାୟାତ କରିପାରୁନଥିବା ପେନସନ୍ଭୋଗୀଙ୍କୁ ବଡ଼ ଆଶ୍ୱସ୍ତି ମିଳିବ।

Digital Life Certificate NPS by Protean eGov App Pensioners News PFRDA UPS Jeevan Setu UPS Life Certificate UPS Pension Scheme
Share. Facebook Twitter LinkedIn Email WhatsApp Copy Link

Related Posts

ବିହାର NDA ରେ ସବୁକିଛି ଠିକ ନାହିଁ?: BJP ନିଷ୍ପତ୍ତି ଉପରେ ଚିରାଗ ପାସୱାନ ଉଠାଇଲେ ପ୍ରଶ୍ନ

November 3, 2026

ଭାରତର ଅଶୋଧିତ ତୈଳ ଆମଦାନୀରେ ନୂଆ ରେକର୍ଡ: ଜାଣନ୍ତୁ ଦୈନିକ କେତେ?

November 3, 2026

ଗର୍ଭପାତ ପାଇଁ ସୁପ୍ରିମକୋର୍ଟରେ ହାଇଡ୍ରାମା, ସ୍ତ୍ରୀଙ୍କ ଆବେଦନକୁ ବିରୋଧ କଲେ ସ୍ୱାମୀ; ବାପାର ଅଧିକାର ଉପରେ ଉଠିଲା ପ୍ରଶ୍ନ

November 3, 2026

ସ୍ମୃତିରେ ପ୍ରଫେସର ଡା ଅଶୋକ ମହାପାତ୍ର

November 3, 2026
Latest News

ବିହାର NDA ରେ ସବୁକିଛି ଠିକ ନାହିଁ?: BJP ନିଷ୍ପତ୍ତି ଉପରେ ଚିରାଗ ପାସୱାନ ଉଠାଇଲେ ପ୍ରଶ୍ନ

November 3, 2026

ଭାରତର ଅଶୋଧିତ ତୈଳ ଆମଦାନୀରେ ନୂଆ ରେକର୍ଡ: ଜାଣନ୍ତୁ ଦୈନିକ କେତେ?

November 3, 2026

ଗର୍ଭପାତ ପାଇଁ ସୁପ୍ରିମକୋର୍ଟରେ ହାଇଡ୍ରାମା, ସ୍ତ୍ରୀଙ୍କ ଆବେଦନକୁ ବିରୋଧ କଲେ ସ୍ୱାମୀ; ବାପାର ଅଧିକାର ଉପରେ ଉଠିଲା ପ୍ରଶ୍ନ

November 3, 2026

ସ୍ମୃତିରେ ପ୍ରଫେସର ଡା ଅଶୋକ ମହାପାତ୍ର

November 3, 2026

ଘରେ ବସି ଦାଖଲ କରନ୍ତୁ UPS ଜୀବନ ପ୍ରମାଣପତ୍ର, ଜାଣନ୍ତୁ କେଉଁ ଆପ୍‌ରେ କରିବେ ଆବେଦନ

November 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.