Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ସ୍ଥିତି ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ
ଆଜିର ଖବର

ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ସ୍ଥିତି ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

November 2, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
Health Minister reviews post-flood healthcare situation

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାରେ ସମ୍ପ୍ରତି ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିବା ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଭିତ୍ତିଭୂମିର ପୁନରୁଦ୍ଧାର ସ୍ଥିତି ଅନୁଧ୍ୟାନ କରିବା ସହ ଜନସାଧାରଣଙ୍କୁ ନିରବଚ୍ଛିନ୍ନ ଓ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ଓ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ବନ୍ୟା ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟସେବାର ସ୍ୱାଭାବିକୀକରଣ, ହସ୍ପିଟାଲଗୁଡ଼ିକର କାର୍ଯ୍ୟକ୍ଷମତା, ରୋଗୀଙ୍କ ପାଇଁ ଆବଶ୍ୟକ ସୁବିଧା, ଚିକିତ୍ସା ବର୍ଜ୍ୟବସ୍ତୁ ପରିଚାଳନା, ପରିମଳ ବ୍ୟବସ୍ଥା ଏବଂ ବିଦ୍ୟୁତ୍‌, ପାନୀୟ ଜଳ ଓ ଟେଲିକମ୍ ସେବାର ପୁନରୁଦ୍ଧାର ଉପରେ ମନ୍ତ୍ରୀ ସମୀକ୍ଷା କରିଥିଲେ।

ବନ୍ୟା ପ୍ରଭାବିତ ଅଞ୍ଚଳର କୌଣସି ରୋଗୀ ଯେପରି ଚିକିତ୍ସା ସୁବିଧାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ କହିଥିଲେ। ଏହି ଗସ୍ତ ସମୟରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଉପଖଣ୍ଡ ଚିକିତ୍ସାଳୟ, ଆସିକା ପରିଦର୍ଶନ କରି ହସ୍ପିଟାଲରେ ଉପଲବ୍ଧ ଚିକିତ୍ସା ସେବା, ରୋଗୀଙ୍କ ପାଇଁ ରହିଥିବା ସୁବିଧାସୁଯୋଗ, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତି, ହସ୍ପିଟାଲ ପରିସରର ସ୍ୱଚ୍ଛତା ଏବଂ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ଯାଞ୍ଚ କରିଥିଲେ। ବିଶେଷକରି ଜୈବ-ଚିକିତ୍ସା ବର୍ଜ୍ୟବସ୍ତୁ ଓ ସାଧାରଣ ବର୍ଜ୍ୟବସ୍ତୁର ପୃଥକୀକରଣ, ନିୟମିତ ସଫେଇ ଓ ସୁରକ୍ଷିତ ନିଷ୍କାସନ ବ୍ୟବସ୍ଥାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଜରୁରୀକାଳୀନ ଚିକିତ୍ସା, ଅପରେସନ୍‌, ଲାବୋରେଟୋରୀ ଓ ଅନ୍ୟାନ୍ୟ ଚିକିତ୍ସା ସେବା ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ଆବଶ୍ୟକ ପ୍ରସ୍ତୁତି ଓ ବିକଳ୍ପ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସେ ସମ୍ପୃକ୍ତ ଅଧିକାରୀଙ୍କୁ କହିଥିଲେ। ବନ୍ୟା ପରିସ୍ଥିତି ଯୋଗୁଁ ହସ୍ପିଟାଲର ନିୟମିତ ଚିକିତ୍ସା ସେବା ପ୍ରଭାବିତ ହୋଇଥିବା ସ୍ଥିତିରେ ସାଧାରଣ ରୋଗୀଙ୍କୁ ଯେପରି ଅସୁବିଧା ନହୁଏ, ସେଥିପାଇଁ ଆସିକାଠାରେ କେନ୍ଦ୍ରୀୟ ବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟରେ ଦୁଇଟି ଅସ୍ଥାୟୀ ହସ୍ପିଟାଲ କାର୍ଯ୍ୟକ୍ଷମ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ଏବଂ ମହିଳା ମହାବିଦ୍ୟାଳୟରେ ଚିକିତ୍ସା ଆରମ୍ଭ ହୋଇଛି। ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଭାବେ ବ୍ୟବହାର କରି ଆବଶ୍ୟକ ଡାକ୍ତର, ନର୍ସ, ଔଷଧ ଓ ଚିକିତ୍ସା ସାମଗ୍ରୀ ମହଜୁଦ ରଖିବାକୁ କୁହାଯାଇଛି।

ଏହି ଦୁଇଟି କେନ୍ଦ୍ର ମାଧ୍ୟମରେ ଜନସାଧାରଣଙ୍କୁ ଆବଶ୍ୟକ ପ୍ରାଥମିକ ଓ ଜରୁରୀ ଚିକିତ୍ସା ସେବା ଯୋଗାଇଦେବା ସହ ଆବଶ୍ୟକ ସ୍ଥଳେ ଉଚ୍ଚତର ଚିକିତ୍ସା ପାଇଁ ରୋଗୀଙ୍କୁ ଉପଯୁକ୍ତ ହସ୍ପିଟାଲକୁ ପଠାଇବାର ବ୍ୟବସ୍ଥା କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏଥିସହ ବନ୍ୟା ପ୍ରଭାବିତ ଦୁର୍ଗମ ଓ ଜଳବନ୍ଦୀ ଅଞ୍ଚଳରେ ରହୁଥିବା ଲୋକଙ୍କ ନିକଟରେ ଚିକିତ୍ସା ସେବା ପହଞ୍ଚାଇବା ପାଇଁ ଅତିରିକ୍ତ ୨୧ଟି ମୋବାଇଲ୍ ହେଲ୍ଥ ୟୁନିଟ୍ ନିୟୋଜନ ହେବ। ଏଥିପାଇଁ ପଡ଼ୋଶୀ ଜିଲ୍ଲାରୁ ଅତିରିକ୍ତ ମୋବାଇଲ୍ ହେଲ୍ଥ ୟୁନିଟ୍ ଓ ଡାକ୍ତରୀ ଦଳ ଅଣାଯାଇ ପ୍ରଭାବିତ ଅଞ୍ଚଳରେ ନିୟୋଜିତ କରାଯିବ। ଆଜି ସୁଦ୍ଧା ୧୦ଟି ମୋବାଇଲ୍ ହେଲ୍ଥ ୟୁନିଟ୍ ପହଞ୍ଚି କାମ ଆରମ୍ଭ କରିଛନ୍ତି । ଏହି ୟୁନିଟ୍‌ଗୁଡ଼ିକ ମାଧ୍ୟମରେ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଆବଶ୍ୟକ ଔଷଧ ବଣ୍ଟନ ଓ ଜରୁରୀ ସ୍ୱାସ୍ଥ୍ୟ ପରାମର୍ଶ ପ୍ରଦାନ କରାଯାଇପାରିବ। ବନ୍ୟା ପରବର୍ତ୍ତୀ ସମୟରେ ଜ୍ୱର, ଝାଡ଼ାବାନ୍ତି, ଚର୍ମରୋଗ ଓ ଅନ୍ୟାନ୍ୟ ଜଳବାହିତ ତଥା ସଂକ୍ରାମକ ରୋଗର ଆଶଙ୍କା ଥିବାରୁ ଏହାର ନିରୀକ୍ଷଣ ଓ ପ୍ରତିରୋଧମୂଳକ ପଦକ୍ଷେପକୁ ମଧ୍ୟ ଗୁରୁତ୍ୱ ଦେବାକୁ କୁହାଯାଇଥିଲା। ମହିଳାଙ୍କୁ ସାନିଟାରି ନାପକିନ ମଧ୍ୟ ଯୋଗାଇ ଦିଆଯାଉଛି। ସେଠାରେ ୪ଜଣ ଅତିରିକ୍ତ ଅଧିକ ଫୁଡ଼ ସେଫଟି ଅଧିକାରୀ ଖାଦ୍ୟ ଯାଞ୍ଚ ପାଇଁ ମୁତୟନ ହେବେ। ବନ୍ୟା ପ୍ରଭାବିତ ଲୋକଙ୍କୁ ଉନ୍ନତ ଓ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ସରକାରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ସହ ଘରୋଇ ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକର ସହଯୋଗ ନେବା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏଥିନିମନ୍ତେ ୫ଟି ଘରୋଇ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ(ହାଇଟେକ , ଆପୋଲୋ, ସମ, ବିକାଶ ଏବଂ ମହାନଦୀ ନେତ୍ରାଳୟ )ର ସହଯୋଗ ଓ ଚିକିତ୍ସା ସେବା ଯୋଗାଣ ସମ୍ପର୍କରେ ମନ୍ତ୍ରୀ ଆଲୋଚନା କରିଥିଲେ। ସେମାନେ ଆସନ୍ତା କାଲି ସୁଦ୍ଧା ପହଞ୍ଚି ସ୍ୱାସ୍ଥ୍ୟସେବା ଯୋଗାଇଦେବେ। ବିପର୍ଯ୍ୟୟ ସମୟରେ ସରକାରୀ ଓ ଘରୋଇ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ମଧ୍ୟରେ ସମନ୍ୱୟ ରହିଲେ ପ୍ରଭାବିତ ଲୋକଙ୍କୁ ଅଧିକ ଦ୍ରୁତ ଓ ଉପଯୁକ୍ତ ଚିକିତ୍ସା ସହାୟତା ମିଳିପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହାପରେ ମନ୍ତ୍ରୀ ଜଗମୋହନ ଓ ଜାହାଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ସେଠାକାର ବନ୍ୟା ପରବର୍ତ୍ତୀ ସ୍ଥିତି, ଚିକିତ୍ସା ସେବାର ଉପଲବ୍ଧତା, ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀର ମହଜୁଦ ସମ୍ପର୍କରେ ଅନୁଧ୍ୟାନ କରିଥିଲେ।ଏହି ଗସ୍ତ ସମୟରେ ସ୍ୱତନ୍ତ୍ର ଶାସନ ସଚିବ (ବୈଷୟିକ) ଡ. ଭବାନୀ ଶଙ୍କର ମିଶ୍ର, ଗଞ୍ଜାମ ଜିଲ୍ଲାପାଳ କୀର୍ତ୍ତି ଭାସନ ଭି, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ବ୍ରହ୍ମପୁର ସିଡିଏମ୍‌ଓ ଡ. କାମେଶ୍ୱର ରାଓ, ଅତିରିକ୍ତ ନିର୍ଦ୍ଦେଶକ ଡ. ସୁଭାଶିଷ ମହାନ୍ତି, ଫୁଡ଼ ସେଫଟି ନିର୍ଦ୍ଦେଶକ ସଞ୍ଜୟ ରାୟ , ଓକାକ ଟେଲିକମ ଆଡଭାଇଜର ଉପସ୍ଥିତ ଥିଲେ

ଗଞ୍ଜାମ ବନ୍ୟା ସ୍ୱାସ୍ଥ୍ୟମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ

November 2, 2026

ଆନ୍ଧ୍ରରେ ‘ମୁରାସୁ’ର ଲ୍ୟାଣ୍ଡଫଲ୍‌, ଓଡ଼ିଶାରେ ଢାଳିବ

November 2, 2026

JNU ଯୌନ ନିର୍ଯାତନା ମାମଲାରେ ନୂଆ ମୋଡ଼, କଂଗ୍ରେସ ସାଂସଦଙ୍କ ବହିଷ୍କାର ଉପରେ ରୋକ୍

November 2, 2026

ଆମେରିକାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ରହୁଛି ଭାରତୀୟଙ୍କ ହସ୍ତକ୍ଷେପ

November 2, 2026
Latest News

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ

November 2, 2026

ଆନ୍ଧ୍ରରେ ‘ମୁରାସୁ’ର ଲ୍ୟାଣ୍ଡଫଲ୍‌, ଓଡ଼ିଶାରେ ଢାଳିବ

November 2, 2026

JNU ଯୌନ ନିର୍ଯାତନା ମାମଲାରେ ନୂଆ ମୋଡ଼, କଂଗ୍ରେସ ସାଂସଦଙ୍କ ବହିଷ୍କାର ଉପରେ ରୋକ୍

November 2, 2026

ଆମେରିକାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ରହୁଛି ଭାରତୀୟଙ୍କ ହସ୍ତକ୍ଷେପ

November 2, 2026

ଗୋଟିଏ ପଟେ ରାହୁଲଙ୍କ ଚ୍ୟାଲେଞ୍ଜ, ଅନ୍ୟପଟେ ଶାହଙ୍କ ଆକ୍ରମଣ; କାହାର ପଲ୍ଲା ଭାରୀ?

November 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.