ସମୀକ୍ଷା ବ୍ୟୁରୋ:
ବାଲୁଗାଁ ମହାବିଦ୍ୟାଳୟର ୩୯ତମ ପ୍ରତିଷ୍ଠା ଦିବସ ସମାରୋହ ଆଜି ଅର୍ଥାତ୍ ସେପ୍ଟେମ୍ବର ୧ ତାରିଖ (ରବିବାର) ପୂର୍ବାହ୍ନ ୧୦.୩୦ ଘଟିକାରେ ମହାବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।
ଏହି ସମାରୋହରେ ଚିଲିକା ବିଧାୟକ ତଥା ଖୋର୍ଦ୍ଧାଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁ ଓ ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ସାହିତ୍ୟିକ ଦେବେନ୍ଦ୍ର ନାଥ ମାନସିଂହ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଉତ୍ସବକୁ ପୌରହିତ୍ୟ କରିଥିଲେ ଖୋର୍ଦ୍ଧା ଜିଲ୍ଲା ଉପଜିଲ୍ଲାପାଳ ତଥା ମହାବିଦ୍ୟାଳୟ ସ୍ବତନ୍ତ୍ର ଅଧିକାରୀ ଶୁଭେନ୍ଦୁ କୁମାର ସାମଲ୍। ଏହି ଅବସରରେ ବିଧାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିବାବେଳେ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ, ପ୍ରତିଷ୍ଠାତା ସଦସ୍ୟ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲେ। ଏହି ଉତ୍ସବକୁ ପରିଚାଳନା କରିଥିଲେ ବିଦ୍ୟାଳୟର ଅଧ୍ୟକ୍ଷା ବିନତୀ ମଞ୍ଜରୀ ରାଉତ।