ପଞ୍ଜିକରଣ ଦାବି କରି ଓଡ଼ିଶା ଘରୋଇ ମେଡ଼ିକାଲ ଫୋରମ ରାଜ୍ୟ ସରକାରଙ୍କୁ ଚରଣବାଣୀ ଶୁଣାଇଛି । ଦରଖାସ୍ତ ଭରି ଆବେଦନ କରିଥିବା ସମସ୍ତ ଘରୋଇ ଡାକ୍ତରଖାନାର ପଞ୍ଜିକରଣ ଦାବି କରିଛି ଘରୋଇ ମେଡ଼ିକାଲ ଫୋରମ । ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଦାବି ପୂରଣ ପାଇଁ ଚରମବାଣୀ ଦେଇଛି ଏହି ସଂଘ । ସମୟ ସୀମା ଭିତରେ ସମସ୍ତ ଘରୋଇ ଡାକ୍ତରଖାନାର ପଞ୍ଜିକରଣ ଦାବି ପୂରଣ ନ ହେଲେ ରାଜ୍ୟର ସମସ୍ତ ଘରୋଇ ଡାକ୍ତରଖାନା ବନ୍ଦ ଧମକ ଦେଇଛି ଓଡ଼ିଶା ଘରୋଇ ମେଡ଼ିକାଲ ଫୋରମ । ସୁରକ୍ଷା ଆଇନକୁ ତୁରନ୍ତ ସଂଶୋଧନ କରିବା ସହ ବାକି ଥିବା ବୀମା ବାବଦ ଖର୍ଚ୍ଚ ପ୍ରଦାନ ପାଇଁ ମଧ୍ୟ ଏହି ଘରୋଇ ମେଡ଼ିକାଲ ଫୋରମ ଦାବୀ କରିଛନ୍ତି ।