ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ପାରୁଳିଆ ବ୍ରିଜ୍ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ୍ ସେମାନଙ୍କ ବାଇକ୍କୁ ପଛରୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣଙ୍କର ପ୍ରାଣହାନି ହୋଇଥିବାବେଳେ ଅନ୍ୟ ଜଣେ ଭାଇ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ପ୍ରାପ୍ତ ସୂଚନା ମୁତାବକ, ଚନ୍ଦନେଶ୍ବର ଅଞ୍ଚଳର ଦୁଇ ଜଣ ଭାଇ ଏକ ବାଇକ୍ ଯୋଗେ କୌଣସି କାମରେ ବାଲିଆପାଳ ଅଭିମୁଖେ ଯାଉଥିଲେ। ସେମାନେ ବାଲିଆପାଳ ଥାନା ପାରୁଳିଆ ବ୍ରିଜ୍ ଉପରେ ଯାଉଥିବା ସମୟରେ ଏକ ଅଜଣା ଟ୍ରକ୍ ସେମାନଙ୍କ ଗାଡ଼ିକୁ ଭୀଷଣ ଧକ୍କା ଦେଇଥିଲା। ଫଳରେ ବାଇକ୍ରେ ଥିବା ଦୁଇ ଭାଇ ରାସ୍ତା ଉପରେ ଛାଟିକି ପଡ଼ିଥିଲେ। ଏହି ଦୁର୍ଘଟଣାରେ ଜଣେ ଭାଇଙ୍କର ଘଟଣାସ୍ଥଳରେ ଅତ୍ୟନ୍ତ ମର୍ମନ୍ତୁଷ ଭାବେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଭାଇ ଗୁରୁତର ଭାବେ ଆହତ ହୋଇଥିଲେ। ଖବର ପାଇ ସ୍ଥାନୀୟ ଲୋକ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଭାଇଙ୍କୁ ଉଦ୍ଧାର କରି ତୁରନ୍ତ ବାଲିଆପାଳ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବାବେଳେ ପୁଲିସ ପକ୍ଷରୁ ଦୁର୍ଘଟଣା ଘଟାଇଥିବା ଟ୍ରକ୍ଟିକୁ ଚିହ୍ନଟ କରିବା ସହ ଅଧିକ ତଦନ୍ତ ଜାରି ରହିଛି।


