ରାଜ୍ୟରେ ପଞ୍ଚମ ଥର ପାଇଁ କ୍ଷମତାସୀନ ହୋଇଥିବା ବିଜୁ ଜନତାଦଳ ଦଳୀୟ ସାଙ୍ଗଠନିକକୁ ଆହୁରି ମଜବୁତ କରିବାକୁ ଆଜି ଇଡ୍କଲ୍ ଅଡିଟୋରିୟମ୍ଠାରେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଦସ୍ୟ ଗହଣ ଅଭିଯାନ ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ ହୋଇସାରିଛି । ଏହି ସଦସ୍ୟତା ଗ୍ରହଣ ବେଳେ ଆଧାର କାର୍ଡ଼ ଲିଙ୍କ କରାଯିବ ବୋଲି ବିଜେଡି ନେତା ଅରୁଣ ସାହୁ ଓ ସୁବାସ ସିଂ ସୂଚନା ଦେଇଛନ୍ତି । ଓଡ଼ିଶାରେ ବିଜୁ ଜନତା ଦଳର ସ୍ଥିତିକୁ ଆହୁରି ସୁଦୃଢ କରିବାକୁ ସେପ୍ଟେମ୍ବର ୨ ତାରିଖରୁ ବିଜେଡି ସଦସ୍ୟ ଗ୍ରହଣ ଅଭିଯାନ ଆରମ୍ଭ ହୋଇ ଅକ୍ଟୋବର ୨ଯାଏଁ ଚାଲିବ। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ବିପୁଳ ବିଜୟ ପାଇଁ ରାଜ୍ୟବାସୀ ଓ କର୍ମୀଙ୍କୁ ଧନ୍ୟବାଦ ପ୍ରସ୍ତାବ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକ ଆରମ୍ଭ କରିଛନ୍ତି । ଏହି ବୈଠକରେ ସମସ୍ତ ଦଳୀୟ କର୍ମକର୍ତ୍ତାଙ୍କ ସହ ଜିଲ୍ଲା ସଭାପତି, ପର୍ଯ୍ୟବେକ୍ଷକ ମଧ୍ୟ ସାମିଲ ରହିଥିଲେ । ଏହି ବୈଠକରେ ୫ଟି ଆକ୍ସନ ପ୍ଲାନ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦିଆଯାଇଛି । ୫ଟି ଆକ୍ସନ ପ୍ଲାନର ଏହି ୫ଟି ପ୍ଲାନର ଲକ୍ଷ୍ୟ ରହିଛି ଟ୍ରାନ୍ସପେରେନ୍ସି ,ଟିମ ୱାର୍କ, ଟେକ୍ନୋଲୋଜୀ, ଟାଇମ ଓ ଟ୍ରାନ୍ସଫରମେସନ । ସଦସ୍ୟତା ଗ୍ରହଣ ଅଭିଯାନ ପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ ହୋଇସାରିଛି । ପୈାର ପରିଷଦରେ ରହିବେ ୧୫ଜଣ ସଦସ୍ୟ ରହିବେ । ସଦସ୍ୟ ସଂଗ୍ରହ ବେଳେ ଆଧାର ଲିଙ୍କ କରାଯିବା ନେଇ ଏହି ବୈଠକରେ ଆଲୋଚନା କରାଯାଉଛି । ପଞ୍ଚାୟତସ୍ତରରେ ପ୍ରତିୱାର୍ଡ଼ରେ ରହିବେ ୪ଜଣ ସଦସ୍ୟ ଓ ମହାନଗରରେ ୪୦ଜଣ ସକ୍ରିୟ ସଦସ୍ୟ ରହିବେ । ଏନଏସିରୁ ୫ ସଦସ୍ୟ ରହିବେ । ଜଣେ ସକ୍ରିୟ ସଦସ୍ୟ ଆଉ ୨୪ଜଣଙ୍କ ସଦସ୍ୟ କରିପାରିବ । ଏନେଇ ବିଜେଡି ନେତା ଅରୁଣ ସାହୁ ଓ ସୁବାସ ସିଂ ସୂଚନା ଦେଇଛନ୍ତି ।