ଆସନ୍ତାକାଲିଠାରୁ ବିଜେଡି ସଦସ୍ୟତା ଗ୍ରହଣ ଅଭିଯାନ ଆରମ୍ଭ କରୁଛି । ଏହାକୁ କଟାକ୍ଷ କରିଛି ଓଡ଼ିଶା ବିଜେପି । ଓଡ଼ିଶାରେ ବିଜୁ ଜନତା ଦଳର ସ୍ଥିତିକୁ ଆହୁରି ସୁଦୃଢ କରିବାକୁ ସେପ୍ଟେମ୍ବର ୨ରୁ ସଦସ୍ୟ ଗ୍ରହଣ ଅଭିଯାନରେ ଟେକ୍ନୋଲୋଜୀକୁ ଗୁରୁତ୍ୱ ଦେବା କଥାକୁ ସମାଲୋଚନା କରିଛନ୍ତି ବିଜେପି ଉପ ସଭାପତି ସମୀର ମହାନ୍ତି । ରାଜ୍ୟରେ ଦଳୀୟ ସାଙ୍ଗଠନିକକୁ ଆହୁରି ମଜବୁତ କରିବାକୁ ଅଧିକ ଜୋର ଦେଇ ଆଜି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ସଦସ୍ୟ ଗହଣ ଅଭିଯାନ ପାଇଁ ରୋଡ଼ ମ୍ୟାପ ଆଧାର କାର୍ଡ଼ ଲିଙ୍କ କରାଯିବ ବୋଲି ନିଷ୍ପତି ନିଆଯାଇଛି । ସେପ୍ଟେମ୍ବର ୨ ତାରିଖରୁ ବିଜେଡିର ସଦସ୍ୟ ଗ୍ରହଣ ଅଭିଯାନ ଆରମ୍ଭ ହୋଇ ଅକ୍ଟୋବର ୨ଯାଏଁ ଚାଲିବ । ଏହି ବୈଠକରେ ୫ଟି ଆକ୍ସନ ପ୍ଲାନ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦିଆଯାଇଛି । ଏହାକୁ ଶୋ’ କେସ୍ ବୋଲି କହିଛନ୍ତି ବିଜେପି ଉପସଭାପତି ସମୀର ମହାନ୍ତି । ସେ କହିଛନ୍ତି ଯେ ଅସଲି ଗୋଦାମ ତୃତୀୟ ମହଲା ସବୁ ଟେକ୍ନୋଲୋଜି ସେଠାରେ ରହିଛି । ସେହିଠାରେ ହିଁ ଭୋଟ, କାଳିଆ ଯୋଜନା ସବୁର ନିଷ୍ପତ୍ତି ନିଆଯାଏ ।


