ସେପ୍ଟେମ୍ବର ୧ ଅର୍ଥାତ୍ ଆଜିଠାରୁ ସାରା ଦେଶରେ ନୂଆ ମୋଟର ଯାନ ସଂଶୋଧିତ ଆଇନ ଲାଗୁ କରାଯାଇଛି । ତେବେ ଏହି ନୂଆ ମୋଟା ଯାନ ଆଇନକୁ ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶ ସରକାର ଲାଗୁ କରିବାକୁ ମନା କରିଛନ୍ତି । କେନ୍ଦ୍ର ସରକାର ଲାଗୁ କରିଥିବା ଏହି ନୂଆ ମୋଟର ଯାନ ଆଇନରେ ଜୋରିମାନାର ପରିମାଣରେ ଅସହମତି ଦର୍ଶାଇ ସେମାନେ ଏହି ନିୟମ ଲାଗୁ କରିବାକୁ ମନା କରିଛନ୍ତି। ଅନ୍ୟପକ୍ଷରେ ରାଜସ୍ଥାନ ଏହି ଜୋରିମାନା ପରିମାଣ ବାବଦରେ ପୁନର୍ବାର ସମୀକ୍ଷା କରିବା ପରେ ଯାଇ ଯାହା ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି। ରାଜସ୍ଥାନ ପରିବହନ ମନ୍ତ୍ରୀ କହିଛନ୍ତି, ଏହି ନୂଆ ନିୟମ ଲାଗୁ କରାଯିବ। କିନ୍ତୁ ଜରିମାନା ପରିମାଣକୁ ସମୀକ୍ଷା କରାଯିବ। ସୂଚନାଯୋଗ୍ୟ ଯେ, ଏହି ନୂଆ ନିୟମ ଅନୁଯାୟୀ ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ପୂର୍ବରୁ ଯେଉଁ ପରିମାଣର ଜୋରିମାନା ଥିଲା ତାହା ବର୍ତ୍ତମାନ ତାହା ବହୁଗୁଣିତ ହୋଇଯାଇଛି। ଏହି ନିୟମରେ ମଦ ପିଇ ଡ୍ରାଇଭିଂ କଲେ ଓ ଆମ୍ବୁଲାନ୍ସ କଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ବଢ଼ାଇଦିଆଯାଇଛି। ଏପରିକି କିଛି ମାମଲା ଜେଲ ଦଣ୍ଡ ଏବଂ ଲାଇସେନ୍ସ ପ୍ରତ୍ୟାହାର ପର୍ଯ୍ୟନ୍ତ ଦଣ୍ଡ ବ୍ୟବସ୍ଥା ରଖାଯାଇଛି । ସେହିପରି ଅରବିନ୍ଦ କେଜ୍ରିୱାଲଙ୍କ ଦିଲ୍ଲୀ ସରକାରଙ୍କ ପକ୍ଷରୁ ସଂଶୋଧିତ ମୋଟର ଯାନ ଆଇନ୍ରେ ଅଧିକ ପରିମାଣର ଜରିମାନା ରହିଥିବାରୁ ଏନେଇ ଟ୍ରାଫିକ୍ ପୁଲିସ୍ ସହ ବ୍ୟାପକ ଆଲୋଚନା କରି ବିଜ୍ଞପ୍ତି ଜାରି କରିବେ ବୋଲି ସୂଚନା ଦେଇଛନ୍ତି ।