Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆ ଆଇଭିଏସ୍‌ଏଏଚ୍‌ରେ ପରିସଂଖ୍ୟାନ ଓ ପ୍ରୟୋଗ ସମ୍ବନ୍ଧୀୟ ଦୁଇଦିନିଆ କର୍ମଶାଳା
ଆଜିର ଖବର

ସୋଆ ଆଇଭିଏସ୍‌ଏଏଚ୍‌ରେ ପରିସଂଖ୍ୟାନ ଓ ପ୍ରୟୋଗ ସମ୍ବନ୍ଧୀୟ ଦୁଇଦିନିଆ କର୍ମଶାଳା

November 7, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୋଆ ଆଇଭିଏସ୍‌ଏଏଚ୍‌ରେ ପରିସଂଖ୍ୟାନ ଓ ପ୍ରୟୋଗ ସମ୍ବନ୍ଧୀୟ ଦୁଇଦିନିଆ କର୍ମଶାଳା
ସୋଆ ଆଇଭିଏସ୍‌ଏଏଚ୍‌ରେ ପରିସଂଖ୍ୟାନ ଓ ପ୍ରୟୋଗ ସମ୍ବନ୍ଧୀୟ ଦୁଇଦିନିଆ କର୍ମଶାଳା
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନସ୍ ଆଣ୍ଡ ଆନିମଲ ହଜବ୍ୟାଣ୍ଡ୍‌୍ରି (ଆଭିଏସ୍‌ଏଏଚ୍‌)ରେ ବୁଧବାର ପ୍ରାଣୀପ୍ରଜନନ (ଆନିମଲ୍ ଜେନେଟିକ୍ସ ଆଣ୍ଡ ବ୍ରିଡିଂ) ବିଭାଗ ପକ୍ଷରୁ ଗବେଷଣା କ୍ଷେତ୍ରରେ ପରିସଂଖ୍ୟାନର ଗୁରୁତ୍ୱ ଓ ଏହାର ବ୍ୟବହାରିକ ପ୍ରୟୋଗ ସମ୍ବନ୍ଧୀୟ ଗବେଷଣ ଓ ଶିକ୍ଷକମାନଙ୍କୁ କିପରି ଅଧିକ ଦକ୍ଷ କରାଯାଇପାରିବ  ସେ ସମ୍ପର୍କିତ ଦୁଇ ଦିନିଆ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ ହୋଇଯାଇଛି।
ଏହି କର୍ମଶାଳାରେ ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ବିଭିନ୍ନ ଶିକ୍ଷାନୁଷ୍ଠାନ ନର୍ସିଂ, ଆଇଏଏସ୍‌, ଫାର୍ମାସୀ, ବାୟୋଟେକ୍‌ନୋଲୋଜି ଓ ଭେଟେରିନାରୀ ମହାବିଦ୍ୟାଳୟର ୪୩ ଜଣ ଶିକ୍ଷକ ଅଂଶଗ୍ରହଣ କରି ପରିସଂଖ୍ୟାନ (ଷ୍ଟାଟିଷ୍ଟିକ୍‌ସ)ର ବିଭିନ୍ନ ଦିଗ ଓ ଗବେଷଣାରେ ଏହାର ପ୍ରୟୋଗ ସମ୍ପର୍କରେ ପ୍ରଶିକ୍ଷଣ ନେଇଥିଲେ।
ଗବେଷଣାର ଗୁଣବତା ଓ ଡାଟା (ତଥ୍ୟ) ସଂଗ୍ରହ, ବିଶ୍ଳେଷଣ ଓ ଗବେଷଣାତ୍ମକ ନିବନ୍ଧ ପ୍ରସ୍ତୁତି ଉପରେ ନିର୍ଭର କରେ। ତେବେ ଅନେକ ଗବେଷକ ତଥ୍ୟ ସଂଗ୍ରହ କରୁଥିଲେ ମଧ୍ୟ ତାହାକୁ କେଉଁ ପରିସଂଖ୍ୟାନ ଡିଜାଇନ୍ ବିଶ୍ଲେଷଣ କରାଯିବ ଏବଂ ଏଥିରୁ କିଭଳି ଉପଯୁକ୍ତ ଫଳାଫଳ ମିଳିବ ସେ ସଂପର୍କରେ ସ୍ପଷ୍ଟ ଧାରଣା ରଖିପାରୁନାହାନ୍ତି।
ଆୟୋଜିତ ଏହି କାର୍ଯ୍ୟକ୍ରମରେ କେଉଁ  ଡାଟାକୁ  କେଉଁ ଷ୍ଟାଟିଷ୍ଟିକାଲ୍ ଡିଜାଇନ୍ ଦରକାର ଓ ଅତି ସହଜରେ କିପରି  ତାର ଆନାଇଲିସିସ, କମ୍ପ୍ୟୁଟର ମାଧ୍ୟମରେ (ଏସ୍‌ପିଏସ୍‌ଏସ୍‌) ସଫ୍ଟୱେର ସାହାଯ୍ୟରେ କରାଯାଇପାରିବ ସେ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା।
ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିବା ପରିପ୍ରେକ୍ଷୀରେ ପରିସଂଖ୍ୟାନ ବିନା ଗବେଷଣା ଅସମ୍ପୂର୍ଣ୍ଣ ଓ ଦିଗହୀନ ବୋଲି ଅଭିହିତ କରିଥିଲେ। କୌଣସି ଗବେଷଣା ପରିସଂଖ୍ୟାନ ଗଭୀର ଭାବେ ନିର୍ଭରଶୀଳ ବୋଲି କହିଥିଲେ।
କାର୍ଯ୍ୟକ୍ରମରେ ଆଇଭିଏସ୍‌ଏଏଚର ଡିନ୍ ପ୍ରଫେସର ସୁଶାନ୍ତ କୁମାର ଦାସ ଓ ନିର୍ଦ୍ଦେଶକ,ସୋଆ ପ୍ରଫେସର କୌତୁକ କୁମାର ସର୍ଦ୍ଦାର ମଧ୍ୟ ଉଦ୍‌ବୋଧନ ଦେଇଥିଲେ। ପ୍ରଫେସର ସର୍ଦ୍ଦାର କହିଥିଲେ ଯେ ଜୀବ ବିଜ୍ଞାନର ଗବେଷଣାରତ ଗବେଷକଙ୍କ ପରିସଂଖ୍ୟାନ ଓ ପ୍ରୟୋଗ ଜ୍ଞାନର ପରିସୀମା ଅଧିକ ବୃଦ୍ଧି କରାଗଲେ ଏ ସମ୍ପର୍କିତ ଅଧିକ ପ୍ରବନ୍ଧ ପ୍ରକାଶିତ ହୋଇପାରିବ।
ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ପ୍ରାଣୀପ୍ରଜନନ ବିଭାଗର ସମସ୍ତ ସହ ପ୍ରାଧ୍ୟାପକ ପରିଚାଳନା କରିଥିଲେ।
ଦୁଇଦିନିଆ କର୍ମଶାଳା ଶିକ୍ଷା ଓ ଅନୁସନ୍ଧାନ ସୋଆ ଆଇଭିଏସ୍‌ଏଏଚ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଚୋରା କାଠ ଚାଲାଣ ବେଳେ ବନ ବିଭାଗର ବଡ଼ ଧରପକଡ଼: ପିକଅପ୍ ସହ ଶାଗୁଆନ କାଠ ଜବତ

November 7, 2026

ଆଇଫୋନ୍‌ରେ ଲୁଚି ରହିଛି ୧ ଲକ୍ଷ ଶବ୍ଦର ସିକ୍ରେଟ୍ ଲିଷ୍ଟ୍!: ସ୍ୱାଇପ୍ କଲେ ବି ଲେଖା ଯାଉନି ଏହି ନାଁ

November 7, 2026

ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଷଡ଼ଯନ୍ତ୍ର: ହ୍ବାଇଟ୍‌ ହାଉସ୍‌ ନିକଟରୁ ସଶସ୍ତ୍ର ଯୁବକ ଗିରଫ

November 7, 2026

SCO ବୈଠକ ପାଇଁ ଭାରତର ପାକିସ୍ତାନକୁ ନିମନ୍ତ୍ରଣ: ଶାହାବଜଙ୍କ ପକ୍ଷରୁ କ’ଣ ଆସିଲା ଉତ୍ତର?

November 7, 2026
Latest News

ସୋଆ ଆଇଭିଏସ୍‌ଏଏଚ୍‌ରେ ପରିସଂଖ୍ୟାନ ଓ ପ୍ରୟୋଗ ସମ୍ବନ୍ଧୀୟ ଦୁଇଦିନିଆ କର୍ମଶାଳା

November 7, 2026

ଚୋରା କାଠ ଚାଲାଣ ବେଳେ ବନ ବିଭାଗର ବଡ଼ ଧରପକଡ଼: ପିକଅପ୍ ସହ ଶାଗୁଆନ କାଠ ଜବତ

November 7, 2026

ଆଇଫୋନ୍‌ରେ ଲୁଚି ରହିଛି ୧ ଲକ୍ଷ ଶବ୍ଦର ସିକ୍ରେଟ୍ ଲିଷ୍ଟ୍!: ସ୍ୱାଇପ୍ କଲେ ବି ଲେଖା ଯାଉନି ଏହି ନାଁ

November 7, 2026

ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଷଡ଼ଯନ୍ତ୍ର: ହ୍ବାଇଟ୍‌ ହାଉସ୍‌ ନିକଟରୁ ସଶସ୍ତ୍ର ଯୁବକ ଗିରଫ

November 7, 2026

ଗାଜିଆବାଦ ପୁଲିସ ଫାଣ୍ଡିରେ ବିସ୍ଫୋରଣ : ଡେଲିଭରି ବୟ ଆହତ

November 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.