Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡାକ୍ତରଖାନାରୁ ସୁସ୍ଥ ହୋଇ ଫେରିଲେ ଶରଦ ପାଓ୍ବାର
ଆଜିର ଖବର

ଡାକ୍ତରଖାନାରୁ ସୁସ୍ଥ ହୋଇ ଫେରିଲେ ଶରଦ ପାଓ୍ବାର

November 7, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Sharad Pawar returned home after recovering in the hospital.

ମୁମ୍ବାଇ: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟିର ବରିଷ୍ଠ ନେତା ଶରଦ ପାୱାର ସୁସ୍ଥ ହୋଇ ଆଜି ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ଡାକ୍ତରଖାନାରୁ ଘରକୁ ଫେରିଛନ୍ତି । ଛାତିରେ ଯନ୍ତ୍ରଣା ଏବଂ ଶ୍ୱାସକ୍ରିୟା ଜନିତ ସଂକ୍ରମଣ ଯୋଗୁଁ ୮୫ ବର୍ଷୀୟ ଏହି ରାଜନେତା ଗତ ୩ ଦିନ ଧରି ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଡାକ୍ତରୀ ପରୀକ୍ଷାନିରୀକ୍ଷା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ହେବା ସହ ସମସ୍ତ ପାରାମିଟର ସାଧାରଣ ରହିବାରୁ ଡାକ୍ତରୀ ଟିମ୍ ତାଙ୍କୁ ଡାକ୍ତରଖାନାରୁ ଛୁଟି ଦେଇଛନ୍ତି । ଏହାପରେ ସେ ଦକ୍ଷିଣ ମୁମ୍ବାଇସ୍ଥିତ ନିଜ ବାସଭବନକୁ ଫେରିଯାଇଛନ୍ତି ।

ପୂର୍ବରୁ ଗତ ନଭେମ୍ବର ୨ ତାରିଖରେ କାଶ ଏବଂ ଛାତିରେ ଯନ୍ତ୍ରଣା କାରଣରୁ ତାଙ୍କୁ ପୁଣେର ରୁବି ହଲ୍ କ୍ଲିନିକରେ ଭର୍ତ୍ତି କରାଯାଇଥିଲା । ସେଠାରୁ ନଭେମ୍ବର ୪ ତାରିଖରେ ଛୁଟି ମିଳିବା ପରେ ସେହିଦିନ ରାତିରେ ପୁଣି ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ପ୍ରତୀତ ସାମଦାନୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଥିଲା । ପ୍ରତିଷେଧକ ପଦକ୍ଷେପ ସ୍ୱରୂପ ତାଙ୍କୁ ଡାକ୍ତରୀ ନଜରରେ ରଖାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ଡାକ୍ତରମାନେ ତାଙ୍କୁ ଘରକୁ ଯିବା ପାଇଁ ଅନୁମତି ଦେଇଥିଲେ ।

ଶରଦ ପାୱାର ଡାକ୍ତରଖାନାରେ ଥିବା ସମୟରେ ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟେଲିଫୋନ୍ ଯୋଗେ ଶରଦ ପାୱାରଙ୍କ ସହ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ଖବର ନେବା ସହ ନିଜ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ପୂର୍ଣ୍ଣ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ । ଏହାସହ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ, ସୁପ୍ରିୟା ସୁଲେ, ପ୍ରଫୁଲ୍ଲ ପଟେଲ, ସୁଶୀଲ କୁମାର ସିନ୍ଦେ, ବାଲାସାହେବ ଥୋରାଟ ଏବଂ ଦିଲ୍ଲୀପ ୱାଲସେ-ପାଟିଲଙ୍କ ଭଳି ବହୁ ବିଶିଷ୍ଟ ରାଜନେତା ଓ ବ୍ୟକ୍ତିବିଶେଷ ଡାକ୍ତରଖାନାକୁ ଯାଇ ତାଙ୍କ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ।

ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି ଶରଦ ପାଓ୍ବାର ହସ୍ପିଟାଲ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ପାଳିବେନି ଦୀପାବଳୀ

November 7, 2026

ସୋଆ ଆଇଭିଏସ୍‌ଏଏଚ୍‌ରେ ପରିସଂଖ୍ୟାନ ଓ ପ୍ରୟୋଗ ସମ୍ବନ୍ଧୀୟ ଦୁଇଦିନିଆ କର୍ମଶାଳା

November 7, 2026

ଚୋରା କାଠ ଚାଲାଣ ବେଳେ ବନ ବିଭାଗର ବଡ଼ ଧରପକଡ଼: ପିକଅପ୍ ସହ ଶାଗୁଆନ କାଠ ଜବତ

November 7, 2026

ଆଇଫୋନ୍‌ରେ ଲୁଚି ରହିଛି ୧ ଲକ୍ଷ ଶବ୍ଦର ସିକ୍ରେଟ୍ ଲିଷ୍ଟ୍!: ସ୍ୱାଇପ୍ କଲେ ବି ଲେଖା ଯାଉନି ଏହି ନାଁ

November 7, 2026
Latest News

ଡାକ୍ତରଖାନାରୁ ସୁସ୍ଥ ହୋଇ ଫେରିଲେ ଶରଦ ପାଓ୍ବାର

November 7, 2026

ମୁଖ୍ୟମନ୍ତ୍ରୀ ପାଳିବେନି ଦୀପାବଳୀ

November 7, 2026

ସୋଆ ଆଇଭିଏସ୍‌ଏଏଚ୍‌ରେ ପରିସଂଖ୍ୟାନ ଓ ପ୍ରୟୋଗ ସମ୍ବନ୍ଧୀୟ ଦୁଇଦିନିଆ କର୍ମଶାଳା

November 7, 2026

ଚୋରା କାଠ ଚାଲାଣ ବେଳେ ବନ ବିଭାଗର ବଡ଼ ଧରପକଡ଼: ପିକଅପ୍ ସହ ଶାଗୁଆନ କାଠ ଜବତ

November 7, 2026

ଆଇଫୋନ୍‌ରେ ଲୁଚି ରହିଛି ୧ ଲକ୍ଷ ଶବ୍ଦର ସିକ୍ରେଟ୍ ଲିଷ୍ଟ୍!: ସ୍ୱାଇପ୍ କଲେ ବି ଲେଖା ଯାଉନି ଏହି ନାଁ

November 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.