ଏବେ ରାଜ୍ୟରେ ସଭ୍ୟ ସଂଗ୍ରହ ଅଭିଯାନ ରାଜନୀତି ବେଶ୍ ଚର୍ଚ୍ଚାରେ । ସବୁ ରାଜନୈତିକ ଦଳମାନେ ସଭ୍ୟ ସଂଗ୍ରହ ଅଭିଯାନରେ ଲାଗିପଡିଛନ୍ତି। ପ୍ରଥମେ ବିଜେପି ତରଫରୁ ବିଜେପି ତରଫରୁ ସଭ୍ୟ ସଂଗ୍ରହ ଆରମ୍ଭ କରାଯାଇଥିବାବେଳେ ଆସନ୍ତାକାଲିଠୁ ବିଜେଡ଼ିର ଆରମ୍ଭ ହେବ ବିଜେଡ଼ିର ସଦସ୍ୟତା ଅଭିଯାନ । ସେହିପରି କଂଗ୍ରେସ ମଧ୍ୟ ୬ ତାରିଖରୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବ । ତେବେ ଆସନ୍ତାକାଲିଠାରୁ ବିଜେଡ଼ିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେଉଛି । ଏହି ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମକୁ କଂଗ୍ରେସର ସମାଲୋଚନା କରିଛି । କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆଧାର ଲିଙ୍କ କରାଇବା ନାଁରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛି ବିଜେଡ଼ି । ଲୋକଙ୍କୁ ଭଳେଇ ଓଡ଼ିଶାକୁ ଲୁଟ୍ ଉଦ୍ୟମ କରୁଛି ବିଜେଡ଼ି ବୋଲି କହିଛନ୍ତି ସୁର ରାଉତରାୟ । ଆସନ୍ତା ୬ ତାରିଖରୁ କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ ବୋଲି କହିଛନ୍ତି । ରାଜ୍ୟରୁ ୫୦ରୁ ୬୦ ଲକ୍ଷ ସଭ୍ୟ ସଂଗ୍ରହ ଲାଗି ଲକ୍ଷ୍ୟ ରଖାଯାଇଛି ।


