Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହାଇୱେରେ ପେଟ୍ରୋଲ୍ ସରିଗଲେ କଣ କରିବେ? ଜାଣନ୍ତୁ ଏହି ଜରୁରୀ ନିୟମ
ଆଜିର ଖବର

ହାଇୱେରେ ପେଟ୍ରୋଲ୍ ସରିଗଲେ କଣ କରିବେ? ଜାଣନ୍ତୁ ଏହି ଜରୁରୀ ନିୟମ

November 9, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ହାଇୱେରେ ପେଟ୍ରୋଲ୍ ସରିଗଲେ କଣ କରିବେ? ଜାଣନ୍ତୁ ଏହି ଜରୁରୀ ନିୟମ
ହାଇୱେରେ ପେଟ୍ରୋଲ୍ ସରିଗଲେ କଣ କରିବେ? ଜାଣନ୍ତୁ ଏହି ଜରୁରୀ ନିୟମ

ଭୁବନେଶ୍ଵର: ଯେବେ ବି ଆମେ ହାଇୱେ କିମ୍ବା ଏକ୍ସପ୍ରେସ୍ ୱେ ରେ ଯାତ୍ରା କରୁ, ଆମେ ସବୁବେଳେ କିଛି କଥା ଧ୍ୟାନ ରଖୁ। ସେଥିରେ ଗୋଟିଏ ହେଉଛି ଗାଡ଼ିରେ ସମୟ ସମୟରେ ପେଟ୍ରୋଲ୍ ଭର୍ତ୍ତି କରିବା। କାରଣ ହାଇୱେରେ ବହୁତ ଦୂର ଦୂରରେ ପେଟ୍ରୋଲ୍ ପମ୍ପ ଥାଏ। ଯାହା ଫଳରେ ବେଳେବେଳେ ଏମିତି ହୋଇଯାଏ ଯେ, ଯଦି ଆପଣ ସମୟରେ ପେଟ୍ରୋଲ୍ ଭର୍ତ୍ତି କରନ୍ତି ନାହାନ୍ତି ତ ଗାଡ଼ି ବନ୍ଦ ହୋଇଯାଏ ଏବଂ ବହୁତ ଅସୁବିଧାର ସାମ୍ନା କରିବାକୁ ପଡ଼େ।

ପେଟ୍ରୋଲ୍ ସରିବା ପରେ ଏହା ମଧ୍ୟ କୁହାଯାଏ ଯେ, ଏମିତି ସ୍ଥିତିରେ ଟୋଲ୍ ପ୍ଲାଜାରୁ ଆପଣ ମାଗଣାରେ ଫ୍ୟୁଏଲ୍ ଭର୍ତ୍ତି କରିପାରିବେ। ଯଦି ଆପଣଙ୍କୁ ମଧ୍ୟ ଏମିତି ଲାଗୁଛି ତ ସୂଚନା ସମ୍ପୂର୍ଣ୍ଣ ଭୁଲ୍। ଆସନ୍ତୁ ଜାଣିବା ହାଇୱେରେ ଫ୍ୟୁଏଲ୍ ସରିଗଲେ ଆପଣଙ୍କୁ କଣ କରିବା ଉଚିତ୍ ଏବଂ NHAI ର କଣ ନିୟମ ଅଛି?

ଟୋଲ୍ ପ୍ଲାଜାରେ କଣ ମାଗଣାରେ ମିଳେ ପେଟ୍ରୋଲ୍?

ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଅନୁସାରେ ଟୋଲ୍ ପ୍ଲାଜାରେ ଯଦି ଆପଣଙ୍କ ଫ୍ୟୁଏଲ୍ ସରିଯାଏ ତ ମାଗଣାରେ ପେଟ୍ରୋଲ୍ କିମ୍ବା ଡିଜେଲ୍ ଦେବାର କୌଣସି ଆଇନଗତ ବ୍ୟବସ୍ଥା ନାହିଁ। କାରଣ ଟୋଲ୍ ପ୍ଲାଜା କେବଳ ଟୋଲ୍ ଟ୍ୟାକ୍ସ ଆଦାୟ କରିବା ଏବଂ ଟ୍ରାଫିକ୍ ପରିଚାଳନା ପାଇଁ ହୋଇଥାଏ। କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ, ହାଇୱେରେ ଫସିଥିବା ଯାତ୍ରୀଙ୍କୁ କୌଣସି ସାହାଯ୍ୟ ମିଳିବ ନାହିଁ। ଏମର୍ଜେନ୍ସି ସ୍ଥିତିରେ NHAI ର ପେଟ୍ରୋଲିଂ ଏବଂ ଏମର୍ଜେନ୍ସି ରେସପନ୍ସ ଟିମ୍ ଚାଳକଙ୍କୁ ସାହାଯ୍ୟ ପହଞ୍ଚାଇବା କାମ କରନ୍ତି।

ହାଇୱେରେ କେମିତି ମିଳିବ ସାହାଯ୍ୟ?

ଯଦି ଆପଣଙ୍କ ଗାଡ଼ିର ଜାତୀୟ ରାଜପଥରେ ପେଟ୍ରୋଲ୍ କିମ୍ବା ଡିଜେଲ୍ ସରିଯାଏ ଏବଂ ଗାଡ଼ି ଅଟକି ଯାଏ ତ ଆପଣ NHAI ର ୨୪x୭ ହେଲ୍ପଲାଇନ୍ ରେ କଲ୍ କରି ପାରିବେ। ସୂଚନା ମିଳିବା ପରେ ହାଇୱେ ପେଟ୍ରୋଲିଂ ଟିମ୍ ଘଟଣାସ୍ଥଳରେ ପହଞ୍ଚିବ। ଏହାପରେ ଟିମ୍ ଆପଣଙ୍କ ସ୍ଥିତି ଅନୁସାରେ କ୍ୟାନ୍ ରେ ଫ୍ୟୁଏଲ୍ ମଗାଇବାର ବ୍ୟବସ୍ଥା କରି ପାରେ କିମ୍ବା ଗାଡ଼ିକୁ ସୁରକ୍ଷିତ ଭାବେ ନିକଟସ୍ଥ ପେଟ୍ରୋଲ୍ ପମ୍ପ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଟୋଇଂ ସର୍ଭିସ୍ ର ବ୍ୟବସ୍ଥା କରି ପାରେ।

ଖର୍ଚ୍ଚ କିଏ ଦେବ?

ହାଇୱେ ପେଟ୍ରୋଲିଂ ଟିମ୍ ଦ୍ୱାରା ଯୋଗାଇ ଦିଆ ଯାଉଥିବା ଏହି ସେବା କେବଳ ସାହାଯ୍ୟ ଉଦ୍ଦେଶ୍ୟରେ ହୋଇଥାଏ। ଏମର୍ଜେନ୍ସି ରେସପନ୍ସ ଟିମ୍ ଦ୍ୱାରା ଦିଆ ଯାଇଥିବା ପେଟ୍ରୋଲ୍-ଡିଜେଲ୍ ର ଦାମ୍ ଏବଂ ଗାଡ଼ିକୁ ଟୋ କରିବାର ଶୁଳ୍କ ସମ୍ପୂର୍ଣ୍ଣ ଭାବେ ଗାଡ଼ି ଚାଳକଙ୍କୁ ନିଜେ ବହନ କରିବାକୁ ପଡ଼ିବ। ଟୋଲ୍ ପ୍ଲାଜା କିମ୍ବା ହାଇୱେ ଅଥରିଟି ପକ୍ଷରୁ କେବଳ ସର୍ଭିସ୍ ବ୍ୟବସ୍ଥା କରାଯାଏ ଏବଂ ଏହାର ଖର୍ଚ୍ଚ ଛାଡ଼ କରାଯାଏ ନାହିଁ।

୧୦୩୩ ନମ୍ବରରେ ଡାଏଲ୍ କରନ୍ତୁ:

ଜାତୀୟ ରାଜପଥରେ ଯାତ୍ରା କରିବା ସମୟରେ ଯଦି ଆପଣଙ୍କ ଗାଡ଼ିର ପେଟ୍ରୋଲ୍ ସରିଯାଏ କିମ୍ବା ଗାଡ଼ି ଖରାପ ହୋଇଯାଏ କିମ୍ବା କୌଣସି ଦୁର୍ଘଟଣା ହୁଏ ତ ଆପଣ ୨୪ ଘଣ୍ଟା ଉପଲବ୍ଧ NHAI ହେଲ୍ପଲାଇନ୍ ନମ୍ବର ୧୦୩୩ ରେ କଲ୍ କରି ପାରିବେ। କଲ୍ କରିବା ପରେ ନିଜ ଲାଇଭ୍ ଲୋକେସନ୍ ଏବଂ ସମସ୍ୟା କହନ୍ତୁ। ଯେ ପର୍ଯ୍ୟନ୍ତ ସାହାଯ୍ୟ ନ ପହଞ୍ଚେ ନିଜ ଗାଡ଼ିକୁ ରାସ୍ତାର ବାମ ପାର୍ଶ୍ୱରେ ହାଜାର୍ଡ ଲାଇଟ୍ ଜଳାଇ ସୁରକ୍ଷିତ ଜାଗାରେ ପାର୍କ କରନ୍ତୁ। ଯାହା ଫଳରେ ପଛରୁ ଆସୁଥିବା ଗାଡ଼ିରୁ ଦୁର୍ଘଟଣା ନ ହୁଏ।

Highway Emergency Help Highway Petrol Finished What To Do NHAI Helpline 1033 NHAI Rules Petrol Odia News Petrol Pump Highway Road Safety Tips Toll Plaza Free Petrol Travel Tips Odia
Share. Facebook Twitter LinkedIn Email WhatsApp Copy Link

Related Posts

ଡିଭାଇଡର୍ ରେ ପିଟି ହୋଇ ଜଳିଗଲା କାର୍: ୬ ଜୀବନ୍ତ ଦଗ୍ଧ

November 9, 2026

କେବେ ଆଉ କେଉଁ ଦିନ ଖେଳାଯିବ ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ?: ଜାଣନ୍ତୁ ସବୁକିଛି

November 9, 2026

କଟକ ଦରଘାବଜାରରେ ଅଗ୍ନିକାଣ୍ଡ: ୬ ବର୍ଷର ଶିଶୁ ମୃତ

November 9, 2026

ସମୟରେ ଷ୍ଟେସନ୍ ପହଞ୍ଚି ବି ଛାଡ଼ିଦେଲା ଟ୍ରେନ୍: ରେଳବାଇ ଆଉ IRCTC ଉପରେ ଲାଗିଲା ଜରିମାନା

November 9, 2026
Latest News

ଡିଭାଇଡର୍ ରେ ପିଟି ହୋଇ ଜଳିଗଲା କାର୍: ୬ ଜୀବନ୍ତ ଦଗ୍ଧ

November 9, 2026

କେବେ ଆଉ କେଉଁ ଦିନ ଖେଳାଯିବ ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ?: ଜାଣନ୍ତୁ ସବୁକିଛି

November 9, 2026

କଟକ ଦରଘାବଜାରରେ ଅଗ୍ନିକାଣ୍ଡ: ୬ ବର୍ଷର ଶିଶୁ ମୃତ

November 9, 2026

ହାଇୱେରେ ପେଟ୍ରୋଲ୍ ସରିଗଲେ କଣ କରିବେ? ଜାଣନ୍ତୁ ଏହି ଜରୁରୀ ନିୟମ

November 9, 2026

ସମୟରେ ଷ୍ଟେସନ୍ ପହଞ୍ଚି ବି ଛାଡ଼ିଦେଲା ଟ୍ରେନ୍: ରେଳବାଇ ଆଉ IRCTC ଉପରେ ଲାଗିଲା ଜରିମାନା

November 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.