ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମୁଜାଫରନଗରରୁ ଭୟଙ୍କର ସଡ଼କ ଦୁର୍ଘଟଣାର ଖବର ଆସିଛି। ମୁଜାଫରନଗରରେ ଡିଭାଇଡର୍ ରେ ପିଟି ହୋଇ କାର୍ ରେ ଭୀଷଣ ନିଆଁ ଲାଗିଯାଇଛି, ଏଥିରେ କାର୍ ରେ ବସିଥିବା ସମସ୍ତ ୬ ଜଣ ଜୀବନ୍ତ ଜଳି ଯାଇଛନ୍ତି। ସୂଚନା ପାଇ ପୋଲିସ୍ ଏବଂ ପ୍ରଶାସନିକ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛି। ଏହା ଥାନା ତିତାୱୀ ଅଞ୍ଚଳର ହାଇୱେ ବୋଲି କୁହାଯାଉଛି।
ସୂଚନା ଅନୁସାରେ, ପାଣିପତ୍-ଖଟିମା ଜାତୀୟ ରାଜପଥରେ ଜଗାହେଡ଼ି ନିକଟରେ ଏହି ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ, ଗୋଟିଏ କାର୍ ବିଦ୍ୟୁତ୍ ଖୁଣ୍ଟରେ ପିଟି ହେବା କାରଣରୁ, ୧୦ ରୁ ୧୨ ବର୍ଷର ଜଣେ ପିଲା ସମେତ ୬ ଜଣ ଜୀବନ୍ତ ଜଳି ଯାଇଛନ୍ତି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ୍ ପାଇଁ ପଠାଇ ଦେଇଛି, ମାମଲାର ତଦନ୍ତ ଚାଲିଛି। କୁହାଯାଉଛି ମୃତକମାନେ ହରିୟାଣାର ଜିନ୍ଦ୍ ର ବାସିନ୍ଦା ଥିଲେ।
ଘଟଣାକୁ ନେଇ ମୁଜାଫରନଗର SP ଗ୍ରାମୀଣ ଅକ୍ଷୟ ସଞ୍ଜୟ ମହାଦିକ୍ କହିଛନ୍ତି ଯେ, “ଆଜି ପାଣିପତ୍-ଖଟିମା ରାସ୍ତାରେ ଏକ ଓଭରବ୍ରିଜ୍ ରେ କାରଟି ଅନିୟନ୍ତ୍ରିତ ହୋଇ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଥିଲା, ଏହା କାରଣରୁ ଗାଡ଼ିରେ ନିଆଁ ଲାଗିଗଲା। ପୋଲିସ୍, ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଗାଡ଼ିରେ ବସିଥିବା ୬ ଜଣ, ଯେଉଁମାନେ ଜଳି ଯାଇଥିଲେ, ସେମାନଙ୍କୁ ତୁରନ୍ତ ହସ୍ପିଟାଲ୍ ପଠାଯାଇଥିଲା ଏବଂ ସେମାନଙ୍କ ପରିଚୟ ଖୋଜା ଯାଉଛି।”


