Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜେଲ ଗଲେ ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ସମେତ ୪ ଅଭିଯୁକ୍ତ
ଆଜିର ଖବର

ଜେଲ ଗଲେ ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ସମେତ ୪ ଅଭିଯୁକ୍ତ

November 9, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Former Rajya Sabha MP N. Bhaskar Rao and 3 other accused sent to jail

ରାୟଗଡ଼ା: ବହୁଚର୍ଚ୍ଚିତ ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ରାୟଗଡ଼ା ଏସ୍‌ଡିଜେଏମ୍‌ କୋର୍ଟରେ ଆତ୍ମସମର୍ପଣ କରି ଜେଲ ଯାଇଛନ୍ତି ଏନ ଭାସ୍କର ରାଓ ଙ୍କ ସମେତ ୪ ଅଭିଯୁକ୍ତ । ଆତ୍ମସମର୍ପଣ କରିଥିବା ଅନ୍ୟ ଅଭିଯୁକ୍ତମାନେ ହେଲେ କେ. କ୍ରିଷ୍ଣା ରାଓ, ଇପ୍ପିଲି ରାଜୁ ଏବଂ ପି. ଦିଲ୍ଲୀପ କୁମାର। କୋର୍ଟରେ ଜାମିନ ଆବେଦନକୁ ଭାରପ୍ରାପ୍ତ ଏସ୍‌ଡିଜେଏମ୍‌ ଜ୍ୟୋତିର୍ମୟୀ ଷଢଙ୍ଗୀ ନାମଞ୍ଜୁର ହେବା ପରେ ସେମାନଙ୍କୁ ରାୟଗଡା ଉପ କାରାଗାରକୁ କୁ ପଠାଯାଇଛି।

ସୂଚନାଯୋଗ୍ୟ, ୨୦୧୦ ମସିହାରେ ଭାଗିରଥି ମାଣ୍ଡାଙ୍ଗିଙ୍କ ମୃତ ଶରୀର ଠାବ ପରେ ପରିବାର ପକ୍ଷରୁ ଅପହରଣ ପରେ ହତ୍ୟା କରାଯାଇଥିବା ନେଇ ରାୟଗଡ଼ା ଥାନାରେ ୨୩ ଡିସେମ୍ବର ୨୦୧୦ରେ ମାମଲା ନମ୍ବର ୨୦୮/୨୦୧୦ ରୁଜୁ ହୋଇଥିଲା। ଏହି ଘଟଣାରେ ଅପରାଧିକ ଷଡ଼ଯନ୍ତ୍ର, ହତ୍ୟା, ପ୍ରମାଣ ନଷ୍ଟ ଓ ଅପହରଣ ଭଳି ସଂଗୀନ ଦଫାରେ ମାମଲା ରୁଜୁ ହୋଇଥିଲା। ପରବର୍ତ୍ତୀ ସମୟରେ ତଦନ୍ତ ଭାର କ୍ରାଇମ୍‌ ବ୍ରାଞ୍ଚକୁ ହସ୍ତାନ୍ତର ହେବା ସହ ୫ ଏପ୍ରିଲ ୨୦୧୧ରେ କଟକ ସିଆଇଡି-ସିବି ଥାନାରେ ମାମଲାଟି ପୁନଃ ପଞ୍ଜୀକୃତ ହୋଇଥିଲା।

ଏହି ହତ୍ୟା ମାମଲାରେ ଭାସ୍କର ରାଓଙ୍କ ସମେତ ମୋଟ ୬ ଜଣଙ୍କ ସମ୍ପୃକ୍ତି ଥିବା ନେଇ ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ଅଭିଯୁକ୍ତମାନଙ୍କୁ ଓଡ଼ିଶା ହାଇକୋର୍ଟ ୨୨ ଜାନୁଆରୀ ୨୦୨୬ରେ ଆଗୁଆ ଜାମିନ ପ୍ରଦାନ କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ମୃତକଙ୍କ ଭାଇ ତଥା ମାମଲାର ମୂଳ ଅଭିଯୋଗକାରୀ ଜଗନ୍ନାଥ ମାଣ୍ଡାଙ୍ଗି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ ହାଇକୋର୍ଟଙ୍କ ଆଗୁଆ ଜାମିନ ଆଦେଶକୁ ଖାରଜ କରିବା ସହ ଦୁଇ ସପ୍ତାହ ମଧ୍ୟରେ ସମ୍ପୃକ୍ତ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହୋଇ ଆତ୍ମସମର୍ପଣ କରିବାକୁ ଅଭିଯୁକ୍ତମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସୁପ୍ରିମକୋର୍ଟଙ୍କ ଧାର୍ଯ୍ୟ ସମୟର ଶେଷଦିନରେ ୫ ଜଣ ଜୀବିତ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣ ଆଜି ଆତ୍ମସମର୍ପଣ କରିଛନ୍ତି। ଅନ୍ୟ ଅଭିଯୁକ୍ତ ଏନ୍‌. ଆଦିନାରାୟଣ ଆତ୍ମସମର୍ପଣ କରିନଥିବା ବେଳେ ଅନ୍ୟତମ ଅଭିଯୁକ୍ତ ୟେଲା ଏଙ୍କେଟେଶ୍ୱର ରାଓ ଓରଫ୍‌ କୋଣ୍ଡାବାବୁଙ୍କ ମୃତ୍ୟୁ ହୋଇସାରିଛି। ଭାସ୍କର ରାଓଙ୍କ ଓକିଲ ନବକୁମାର କଣ୍ଟା କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ତାଙ୍କ ମହକିଲ ମାନେ ଆତ୍ମସମର୍ପଣ କରିଛନ୍ତି ଏବଂ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ନିଆଯାଇଛି। ଆଗାମୀ ଦିନରେ ଉପର କୋର୍ଟରେ ଜାମିନ ପାଇଁ ଆବେଦନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଏନ ଭାସ୍କର ରାଓ ପୂର୍ବତନ ରାଜ୍ୟସଭା ସାଂସଦ ରାୟଗଡା
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ: ଅମିତ ଶାହଙ୍କ ବଡ ଘୋଷଣା

November 9, 2026

ନୟାସଡକରେ ମହିଳା ଏସିପିଙ୍କୁ ଦୁର୍ବ୍ୟବହାର, ୪ ଗିରଫ

November 9, 2026

ବିଦେଶକୁ ମାଛ ପଠାଇବା ପାଇଁ ଏବେ ନୂଆ ନିୟମ!: ଜାଣନ୍ତୁ କଣ ବଦଳିଲା?

November 9, 2026

ବ୍ରହ୍ମପୁରରେ ଆତଙ୍କ ଖେଳାଇବା ପୂର୍ବରୁ ଧରାହେଲେ ଦୁଇ ଯୁବକ: ଦେଶୀ ପିସ୍ତଲ ଜବତ

November 9, 2026
Latest News

୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ: ଅମିତ ଶାହଙ୍କ ବଡ ଘୋଷଣା

November 9, 2026

ନୟାସଡକରେ ମହିଳା ଏସିପିଙ୍କୁ ଦୁର୍ବ୍ୟବହାର, ୪ ଗିରଫ

November 9, 2026

ବିଦେଶକୁ ମାଛ ପଠାଇବା ପାଇଁ ଏବେ ନୂଆ ନିୟମ!: ଜାଣନ୍ତୁ କଣ ବଦଳିଲା?

November 9, 2026

ବ୍ରହ୍ମପୁରରେ ଆତଙ୍କ ଖେଳାଇବା ପୂର୍ବରୁ ଧରାହେଲେ ଦୁଇ ଯୁବକ: ଦେଶୀ ପିସ୍ତଲ ଜବତ

November 9, 2026

ଜେଲ ଗଲେ ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ସମେତ ୪ ଅଭିଯୁକ୍ତ

November 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.