ଭାରତୀୟ ସଂସ୍କୃତିର ଆରାଧ୍ୟ ପଞ୍ଚ ଦେବତା ମଧ୍ୟରେ ବୁଦ୍ଧିଦାତା ଶ୍ରୀଗଣେଶ ଅନ୍ୟତମ। ସେ ଅଗ୍ରପୂଜ୍ୟ। ବିଘ୍ନ ବିନାଶକ ହୋଇଥିବାରୁ ଯେ କୌଣସି ଶୁଭକର୍ମ ପାଇଁ ପୂଜା କରିିବା ପୂର୍ବରୁ ପ୍ରଥମେ ଗଣେଶଙ୍କୁ ବନ୍ଦନା କରାଯାଏ । କେବଳ ଆମ ଓଡିଶା ନୁହେଁ, ସାରା ଭାରତ ବର୍ଷରେ ଗଣେଶଙ୍କୁ ପୂଜା କରାଯାଏ । ଜୈନ ଓ ବୌଦ୍ଧଧର୍ମରେ ମଧ୍ୟ ଗଣପତିଙ୍କୁ ସ୍ୱୀକାର କରାଯାଏ। ଏହା ୫ମ ଶତାବ୍ଦୀରୁ ଶେଷ ଭାଗରେ ଆରମ୍ଭ ହୋଇଥିବାର ଜଣାଯାଏ । ଭାଦ୍ରବ(ଚାନ୍ଦ୍ର)ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଏହା ପାଳନ କରାଯାଏ । ଗଣେଶ = ଗଣ+ଈଶ ଅର୍ଥାତ୍ ଗଣ ମାନଙ୍କର ଈଶ୍ୱର ବା ଗଣଦେବତା । ଏହା ଏକ ସାର୍ବଜନୀନ ପୂଜା । ପ୍ରତ୍ୟେକ ଘରେ, ବିଦ୍ୟାଳୟରେ, କ୍ଲବରେ, ବ୍ୟବସାୟ ପ୍ରତିଷ୍ଠାନରେ ସମସ୍ତ ବର୍ଗର ଲୋକମାନେ ଏହି ପୂଜାକୁ ଅତି ଶ୍ରଦ୍ଧା, ଭକ୍ତିରେ ପାଳନ କରାଯାଉଛି । ଗଣେଶ ବିଦ୍ୟା ଓ ବୁଦ୍ଧିର ଦେବତା । ଅନ୍ୟନାମ ବିଘ୍ନେଶ । ସମସ୍ତ ବିଘ୍ନ ଓ ବିପଦର ସେ ବିନାଶକାରୀ । ଆଜି ଗଣେଶ ପୂଜା ଅବସରରେ ସାରା ଦେଶ ଉତ୍ସବମୁଖର। ଆଜିର ଏହି ପବିତ୍ର ତିଥିରେ ସମସ୍ତଙ୍କୁ ଗଣେଶ ପୂଜାର ହାର୍ଦ୍ଧିକ ଅଭିନଦନ।