ସାରା ଭାରତ ବର୍ଷର ଗଣେଶ ଚତୁର୍ଥୀ ବେଶ୍ ଧୁମ୍ଧାମ୍ରେ ପାଳନ ହେଉଛି । ଏହି ପବିତ୍ର ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଏହି ପର୍ବର ଶୁଭେଚ୍ଛା ଜଣାଇଛନ୍ତି । ଶୁଭେଚ୍ଛା ସହିତ ରାଷ୍ଟ୍ରପତି ସମସ୍ତଙ୍କୁ ସୁଖ, ଶାନ୍ତି ଓ ସମୃଦ୍ଧି ପ୍ରାପ୍ତ ହେବାର ପ୍ରାର୍ଥନା ମଧ୍ୟ କରିଛନ୍ତି । ଶ୍ରୀଗଣେଶଙ୍କ ପୂଜା ହେତୁ ମୁମ୍ବାଇସ୍ଥିତ ସିଦ୍ଧି ବିନାୟକ ମନ୍ଦିରରେ ସକାଳୁ ସକାଳୁ ଭକ୍ତଙ୍କ ଭିଡ ଲାଗିରହିଛି । ସିଦ୍ଧିବିନାୟକ ମନ୍ଦିରକୁ ୧୦୦ ପ୍ରକାରର ଫୁଲରେ ସଜ୍ଜିତ କରାଯାଇଛି । ଘରେ ଘରେ ଗଜାନନଙ୍କ ମୂର୍ତ୍ତି ପ୍ରତିଷ୍ଠା କରାଯାଇ ପୂଜାଅର୍ଚ୍ଚନା କରାଯାଉଛି ।