Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମିଲେଟ୍‌ ଆଧାରିତ କୃଷି ପରିବର୍ତ୍ତନ ଲାଗି ଜାତୀୟ ରୂପରେଖ ଉପସ୍ଥାପନ କଲା ଓଡ଼ିଶା
ଆଜିର ଖବର

ମିଲେଟ୍‌ ଆଧାରିତ କୃଷି ପରିବର୍ତ୍ତନ ଲାଗି ଜାତୀୟ ରୂପରେଖ ଉପସ୍ଥାପନ କଲା ଓଡ଼ିଶା

November 11, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମିଲେଟ୍‌ ଆଧାରିତ କୃଷି ପରିବର୍ତ୍ତନ ଲାଗି ଜାତୀୟ ରୂପରେଖ ଉପସ୍ଥାପନ କଲା ଓଡ଼ିଶା
ମିଲେଟ୍‌ ଆଧାରିତ କୃଷି ପରିବର୍ତ୍ତନ ଲାଗି ଜାତୀୟ ରୂପରେଖ ଉପସ୍ଥାପନ କଲା ଓଡ଼ିଶା

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି କୃଷି-ଜୈବ ବିବିଧତା ସଂରକ୍ଷଣ, ଜଳବାୟୁ ଅନୁକୂଳ କୃଷି ଏବଂ ଦୀର୍ଘସ୍ଥାୟୀ ଖାଦ୍ୟ ପ୍ରଣାଳୀ ଉପରେ ଦୁଇ ଦିନିଆ ଜାତୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ବ୍ରଜ ମୋହନ ରାମ, ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଡିଏଆରଇ ସଚିବ ତଥା ଆଇସିଏଆର ମହାନିର୍ଦ୍ଦେଶକ ଡକ୍ଟର ଏମ.ଏଲ୍‌ ଜାଟ୍‌, ଏମ.ଏସ. ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନର ଅଧ୍ୟକ୍ଷା ଡକ୍ଟର ସୌମ୍ୟା ସ୍ୱାମୀନାଥନ, ଓଡ଼ିଶା ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର କମିଶନର୍‌ ତଥା ସଚିବ ସଚିନ ରାମଚନ୍ଦ୍ର ଯାଦବଙ୍କ ସମେତ ବହୁ ବିଶିଷ୍ଟ କୃଷି ବୈଜ୍ଞାନିକ, ନୀତି ନିର୍ଦ୍ଧାରକ ଏବଂ ଅନ୍ୟ ଅଂଶୀଦାରମାନେ ଯୋଗ ଦେଇଥିଲେ ।

ଉଦ୍‌ଘାଟନୀ ଅଧିବେଶନରେ କାର୍ଯ୍ୟକ୍ରମର ଆନୁଷ୍ଠାନିକ ଆରମ୍ଭ ହୋଇଥିଲା। ଏହାପରେ ଅତିଥିମାନେ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ । ଏଥିରେ କୃଷି ଉଦ୍ଭାବନ, ସ୍ୱଦେଶୀ ଫସଲର ବିବିଧତା, ମିଲେଟ ବା ଶ୍ରୀଅନ୍ନ ଭିତ୍ତିକ ଉତ୍ପାଦ ପ୍ରଦର୍ଶନ କରାଯାଇଥିଲା। ଚାଷୀଙ୍କ ସହ ମତ ବିନିମୟ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

ସମାବେଶକୁ ସମ୍ବୋଧିତ କରି ଡକ୍ଟର ଜାଟ କହିଥିଲେ, ଏକ ସ୍ୱାସ୍ଥ୍ୟ ପରିକଳ୍ପନାକୁ ସାକାର କରିବା ପାଇଁ ସ୍ଥାନୀୟ ଖାଦ୍ୟ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି । ଜଳବାୟୁ ପରିବର୍ତ୍ତନ, ମୃତ୍ତିକା ସ୍ୱାସ୍ଥ୍ୟ, ପୁଷ୍ଟିସାଧନ ଇତ୍ୟାଦି ପ୍ରମୁଖ ଆହ୍ୱାନର ମୁକାବିଲା ପାଇଁ ଶ୍ରୀ ଅନ୍ନ ବା ମିଲେଟ୍‌ ସମେତ ସୁଯୋଗ୍ୟ ଫସଲ ଉପରେ ଅଧିକ ଧ୍ୟାନ ଦେଇ ଓଡ଼ିଶାର ସମୃଦ୍ଧ କୃଷି ଜୈବ ବିବିଧତାର ଉପଯୋଗ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଡ. ଜାଟ୍ ‘ଓଡ଼ିଶା ଶ୍ରୀ ଅନ୍ନ ଅଭିଯାନ’ର ସଫଳତା ଉପରେ ଆଲୋକପାତ କରିଥିଲେ । ମିଲେଟ୍‌ ଆଧାରିତ କୃଷି ପରିବର୍ତ୍ତନ କ୍ଷେତ୍ରରେ ଏହା ଏକ ଜାତୀୟ ଆଦର୍ଶ ଭାବରେ ଉଭା ହେବାର ସମ୍ଭାବନା ରହିଛି ବୋଲି ସେ କହିଥିଲେ। ୨୦୪୭ ସୁଦ୍ଧା ଶ୍ରୀ ଅନ୍ନ ଚାଷ କ୍ଷେତ୍ରକୁ ୧.୭୯ ଲକ୍ଷ ହେକ୍ଟରରୁ ୫ ଲକ୍ଷ ହେକ୍ଟରକୁ ବୃଦ୍ଧି କରିବା ଏବଂ ୮ ଲକ୍ଷ ମେଟ୍ରିକ୍ ଟନ୍ ଉତ୍ପାଦନ ଲକ୍ଷ୍ୟ ହାସଲ କରିବା ଉପରେ ସେ ଜୋର ଦେଇଥିଲେ। ଖରିଫ୍ ବିପଣନ ଋତୁ ୨୦୨୪-୨୫ ରେ ୭.୫ ଲକ୍ଷ କ୍ୱିଣ୍ଟାଲ୍ ମିଲେଟ୍‌ ସଂଗ୍ରହ ଏବଂ ୨୦୨୫-୨୬ ପାଇଁ ୮ ଲକ୍ଷ କ୍ୱିଣ୍ଟାଲ୍ ସଂଗ୍ରହ ଲକ୍ଷ୍ୟ ରଖାଯିବା ଭଳି ରାଜ୍ୟର ସଫଳତାକୁ କାର୍ଯ୍ୟକ୍ରମରେ ପ୍ରଶଂସା କରାଯାଇଥିଲା। ଏହା ସହିତ, ସ୍ଥାନୀୟ ମାଣ୍ଡିଆ ପ୍ରଜାତିଗୁଡ଼ିକର ସଂରକ୍ଷଣ, ବିଶେଷକରି ୧୬୩ଟି ଚିହ୍ନଟ ହୋଇଥିବା ମାଣ୍ଡିଆ କିସମ ଯଥା ‘କାଳିଆ’, ‘ବାଟି’, ‘ମାମି’ ଓ ‘ଭାରତୀ’ ଭଳି ପାରମ୍ପରିକ କିସମଗୁଡ଼ିକର ପ୍ରଚାର ଓ ପ୍ରସାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

ଏହା ବ୍ୟତୀତ, ଡ. ଜାଟ୍ ହାଇଦ୍ରାବାଦସ୍ଥିତ ଆଇସିଏଆର-ଆଇଆଇଏମଆର ମାଧ୍ୟମରେ ବୈଜ୍ଞାନିକ ଚାଷ ପଦ୍ଧତିର ବ୍ୟାପକ ପ୍ରସାର, ସୁଆଁ ଓ କାଙ୍ଗୁ ଭଳି ମିଲେଟର ପ୍ରୋତ୍ସାହନ, ସୁଲଭ ମୂଲ୍ୟର ପ୍ରକ୍ରିୟାକରଣ ଯନ୍ତ୍ରପାତି ବିକାଶ, କୃଷକ ଉତ୍ପାଦକ ସଂଗଠନ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସୁଦୃଢ଼ ​​କରିବା ତଥା ମିଲେଟ୍-ଭିତ୍ତିକ ଉଦ୍ୟୋଗ ଓ ବଜାର ସଂଯୋଗର ସମ୍ପ୍ରସାରଣ ଉପରେ ଆଲୋଚନା କରିଥିଲେ। ସେ ଆଇସିଏଆର-ଆଇଆଇଏମଆର ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ମଧ୍ୟରେ ଗବେଷଣାଗତ ସହଯୋଗକୁ ସୁଦୃଢ଼ ​​କରିବା ସହ  ଓୟୁଏଟି ଠାରେ ମିଲେଟ୍ ପାଇଁ ଏକ ‘ସେଣ୍ଟର ଅଫ୍ ଏକ୍ସଲେନ୍ସ’ ପ୍ରତିଷ୍ଠା କରିବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ।

ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି, ସାଂଗଠନିକ ସହଭାଗୀତାକୁ ସୁଦୃଢ଼ ​​କରିବା, ଜ୍ଞାନ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବା ଏବଂ ଦୀର୍ଘସ୍ଥାୟୀ, ଜଳବାୟୁ-ପ୍ରତିରୋଧୀ ଏବଂ ଆର୍ଥିକ ଦୃଷ୍ଟିରୁ ସଫଳ ମିଲେଟ୍‌ ଆଧାରିତ କୃଷି ବିକାଶ ଦିଗରେ ଓଡ଼ିଶାର ଯାତ୍ରାକୁ ତ୍ୱରାନ୍ୱିତ କରିବା।

ଓଡିଶା ମିଲେଟ୍‌ ଆଧାରିତ କୃଷି ଶ୍ରୀଅନ୍ନ ଚାଷ
Share. Facebook Twitter LinkedIn Email WhatsApp Copy Link

Related Posts

ତାଳଦଣ୍ଡା କେନାଲରୁ ମୃତଦେହ ଉଦ୍ଧାର, ମୃତକଙ୍କ ପରିଚୟ ଏବେ ବି ଅସ୍ପଷ୍ଟ

November 11, 2026

ଓଡ଼ିଶା-ଜାପାନ ଷ୍ଟାର୍ଟଅପ୍ ଓ ବ୍ୟବସାୟିକ ସହଯୋଗ: ‘ଓ-ହବ୍’ ପରିଦର୍ଶନ କଲା ଜାପାନୀ ପ୍ରତିନିଧି ଦଳ

November 11, 2026

ରାଜ୍ୟ ସରକାର ଏବଂ ଏମ୍‌ଏସ୍ ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ ମଧ୍ୟରେ ବୁଝାମଣା ସ୍ବାକ୍ଷରିତ

November 11, 2026

ଚୀନ୍ ଭ୍ଲଗରଙ୍କ ଭାରତ ବିରୋଧୀ ଅପପ୍ରଚାର: ଢାକାର ବସ୍ତିକୁ ନୂଆଦିଲ୍ଲୀ ଭାବେ ଦର୍ଶାଇବା ଅଭିଯୋଗ

November 11, 2026
Latest News

ତାଳଦଣ୍ଡା କେନାଲରୁ ମୃତଦେହ ଉଦ୍ଧାର, ମୃତକଙ୍କ ପରିଚୟ ଏବେ ବି ଅସ୍ପଷ୍ଟ

November 11, 2026

ଓଡ଼ିଶା-ଜାପାନ ଷ୍ଟାର୍ଟଅପ୍ ଓ ବ୍ୟବସାୟିକ ସହଯୋଗ: ‘ଓ-ହବ୍’ ପରିଦର୍ଶନ କଲା ଜାପାନୀ ପ୍ରତିନିଧି ଦଳ

November 11, 2026

ରାଜ୍ୟ ସରକାର ଏବଂ ଏମ୍‌ଏସ୍ ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ ମଧ୍ୟରେ ବୁଝାମଣା ସ୍ବାକ୍ଷରିତ

November 11, 2026

ମିଲେଟ୍‌ ଆଧାରିତ କୃଷି ପରିବର୍ତ୍ତନ ଲାଗି ଜାତୀୟ ରୂପରେଖ ଉପସ୍ଥାପନ କଲା ଓଡ଼ିଶା

November 11, 2026

Bank Sweeper Becomes Manager: ସେ ଥିଲେ ସୁଇପର, ପରେ ହୋଇଗଲେ ସେହି ବ୍ୟାଙ୍କର ମ୍ୟାନେଜର; ଆଶ୍ଚର୍ଯ୍ୟ..

November 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.