Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାରା ରାଜ୍ୟରେ ଶୀତର ପହିଲି ପରଶ: ୧୫ ଡିଗ୍ରୀ ତଳେ ୬ ସ୍ଥାନର ରାତି ତାପମାତ୍ରା
ଆଜିର ଖବର

ସାରା ରାଜ୍ୟରେ ଶୀତର ପହିଲି ପରଶ: ୧୫ ଡିଗ୍ରୀ ତଳେ ୬ ସ୍ଥାନର ରାତି ତାପମାତ୍ରା

November 11, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
First touch of winter across the state: Night temperatures in 6 places drop below 15 degrees.

ଭୁବନେଶ୍ୱର: ରାଜ୍ୟରେ ଶୀତର ପହିଲି ପରଶ ଅନୁଭୂତ ହୋଇଛି। ଉପକୂଳରୁ ଆରମ୍ଭ କରି ଦକ୍ଷିଣ, ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ସବୁଠି ରାତିର ତାପମାତ୍ରା ଧୀରେ ଧୀରେ ଖସିବାରେ ଲାଗିଛି। ରାଜ୍ୟର ଅଳ୍ପ କିଛି ସ୍ଥାନକୁ ଛାଡ଼ିଦେଲେ ପ୍ରାୟ ସବୁ ଅଞ୍ଚଳରେ ରାତି ତାପମାତ୍ରା ୨୦ ଡିଗ୍ରୀ ସେଲସିୟସ୍‌ ତଳକୁ ଖସି ଆସିଛି। ସୋମବାର ରାତିରେ ରାଜ୍ୟର ଅତିକମ‌ରେ ୬ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍‌ ଭିତରେ ରହିଥିବା ରେକର୍ଡ କରାଯାଇଛି।

କୋରାପୁଟ ଜିଲ୍ଲାର ସେମିଳିଗୁଡ଼ାରେ ରାଜ୍ୟର ସବୁଠାରୁ କମ୍ ତାପମାତ୍ରା ୧୧.୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି। ସେହିପରି ଜି.ଉଦୟଗିରିରେ ୧୨.୪, ଦାରିଙ୍ଗିବାଡ଼ିରେ ୧୪, ଫୁଲବାଣୀରେ ୧୪.୫, ଝାରସୁଗୁଡ଼ାରେ ୧୪.୫ ଏବଂ ଭବାନୀପାଟଣାରେ ୧୪.୬ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରହିଥିଲା। ବିଶେଷ କରି ଝାରସୁଗୁଡ଼ାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ସାଢ଼େ ୩ ଡିଗ୍ରୀ କମ୍ ଥିବା ବେଳେ ଭବାନୀପାଟଣାରେ ସ୍ୱାଭାବିକ ତୁଳନାରେ ୨ ଡିଗ୍ରୀ କମ୍ ଥିଲା।

ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳଗୁଡ଼ିକ ମଧ୍ୟରେ ନବରଙ୍ଗପୁରରେ ୧୫ ଡିଗ୍ରୀ, ରାଉରକେଲାରେ ୧୫.୭, ହୀରାକୁଦରେ ୧୬, ସମ୍ବଲପୁରରେ ୧୬.୨, ସୁନ୍ଦରଗଡ଼ର କିରେଇରେ ୧୬.୨, କେନ୍ଦୁଝରରେ ୧୬.୬, ରାୟଗଡ଼ାରେ ୧୬.୬ ଏବଂ ଚିପିଲିମାରେ ୧୬.୮ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଛି। ହୀରାକୁଦରେ ରାତିର ତାପମାତ୍ରା ସ୍ୱାଭାବିକଠାରୁ ୩.୨ ଡିଗ୍ରୀ କମ୍ ରହିଥିଲା। ଦ୍ୱୈତ ନଗରୀ କଟକ ଓ ଭୁବନେଶ୍ୱରରେ ମଧ୍ୟ ରାତି ତାପମାତ୍ରା ୨୦ ଡିଗ୍ରୀ ତଳକୁ ଖସି ଆସିଛି, ଯେଉଁଥିରେ ଭୁବନେଶ୍ୱରରେ ୧୮.୫ ଡିଗ୍ରୀ ଏବଂ କଟକରେ ୧୭.୪ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି।

ଚଳିତ ଶୀତ ଋତୁରେ ସବୁଠାରୁ ବିଚିତ୍ର ଓ ବ୍ୟତିକ୍ରମପୂର୍ଣ୍ଣ ପାଣିପାଗ କୋରାପୁଟ ଜିଲ୍ଲାରେ ଦେଖିବାକୁ ମିଳିଛି। କୋରାପୁଟ ସହରରେ ରାତି ତାପମାତ୍ରା ୨୦ ଡିଗ୍ରୀ ସେଲସିୟସ୍‌ ରହିଥିଲା, ଯାହାକି ସ୍ୱାଭାବିକ ତୁଳନାରେ ୫.୨ ଡିଗ୍ରୀ ଅଧିକ। ମାତ୍ର କୋରାପୁଟ ସହରଠାରୁ ମାତ୍ର ୨୦ରୁ ୨୨ କିଲୋମିଟର ଦୂରରେ ଅବସ୍ଥିତ ସେମିଳିଗୁଡ଼ାରେ ରାତି ତାପମାତ୍ରା ୧୧.୬ ଡିଗ୍ରୀ ସେଲସିୟସ୍‌କୁ ଖସି ଆସିଥିଲା, ଯାହା କୋରାପୁଟ ସହର ତୁଳନାରେ ପ୍ରାୟ ୮.୪ ଡିଗ୍ରୀ କମ୍।

ରାତି ତାପମାତ୍ରା ଶୀତ ସେମିଳିଗୁଡ଼ା
Share. Facebook Twitter LinkedIn Email WhatsApp Copy Link

Related Posts

କେଦାରନାଥଙ୍କ କପାଟ ବନ୍ଦ, ଶୀତଦିନେ ଏହି ମନ୍ଦିରରେ କରିପାରିବେ ଦର୍ଶନ

November 11, 2026

ଅଣ୍ଡର୍-୧୯ ୟୁଥ୍ ଏସିଆ କପ୍‌ ସେମିରେ ଟିମ୍ ଇଣ୍ଡିଆ: ଜାଣନ୍ତୁ କାହା ବିରୋଧରେ ଖେଳିବ ଭାରତ

November 11, 2026

ହୋରମୁଜ୍ ଦେଇ ବଢ଼ିଲା ଗ୍ୟାସ୍ ଯୋଗାଣ: ଅକ୍ଟୋବରରେ ଗଲା ସବୁଠୁ ଅଧିକ LNG ଟ୍ୟାଙ୍କର

November 11, 2026

ରୁଷ-ୟୁକ୍ରେନ ଯୁଦ୍ଧରେ ଭାରତ ହେବ କି ଶାନ୍ତିର ସେତୁ? ମୋଦୀ ସରକାରଙ୍କ ବଡ଼ ଗୋଟିଚାଳନା

November 11, 2026
Latest News

କେଦାରନାଥଙ୍କ କପାଟ ବନ୍ଦ, ଶୀତଦିନେ ଏହି ମନ୍ଦିରରେ କରିପାରିବେ ଦର୍ଶନ

November 11, 2026

ଅଣ୍ଡର୍-୧୯ ୟୁଥ୍ ଏସିଆ କପ୍‌ ସେମିରେ ଟିମ୍ ଇଣ୍ଡିଆ: ଜାଣନ୍ତୁ କାହା ବିରୋଧରେ ଖେଳିବ ଭାରତ

November 11, 2026

ହୋରମୁଜ୍ ଦେଇ ବଢ଼ିଲା ଗ୍ୟାସ୍ ଯୋଗାଣ: ଅକ୍ଟୋବରରେ ଗଲା ସବୁଠୁ ଅଧିକ LNG ଟ୍ୟାଙ୍କର

November 11, 2026

ରୁଷ-ୟୁକ୍ରେନ ଯୁଦ୍ଧରେ ଭାରତ ହେବ କି ଶାନ୍ତିର ସେତୁ? ମୋଦୀ ସରକାରଙ୍କ ବଡ଼ ଗୋଟିଚାଳନା

November 11, 2026

ସାରା ରାଜ୍ୟରେ ଶୀତର ପହିଲି ପରଶ: ୧୫ ଡିଗ୍ରୀ ତଳେ ୬ ସ୍ଥାନର ରାତି ତାପମାତ୍ରା

November 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.