ଆଜିଠାରୁ ବିଜେଡି ସଦସ୍ୟ ସଂଗ୍ରହ ଅଭିଯାନ କରାଯାଇଛି । ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛନ୍ତି ସଭାପତି ନବୀନ ପଟ୍ଟନାୟକ । ନିଜେ ଏକାମ୍ର ନିର୍ବାଚନ ମଣ୍ଡଳୀରୁ ସଦସ୍ୟ ହେଲେ ନବୀନ ପଟ୍ଟନାୟକ । ଅନ୍ୟ ୨୪ ଜଣଙ୍କୁ ପ୍ରାଥମିକ ସଦସ୍ୟ କରାଇ ସକ୍ରିୟ ସଦସ୍ୟ ହୋଇଛନ୍ତି ନବୀନ ପଟ୍ଟନାୟକ । ଏଥର କୋଟିଏ ଲୋକଙ୍କୁ ସଭ୍ୟ କରିବାକୁ ଟାର୍ଗେଟ୍ କରିଛି ବିଜେଡ଼ି । ଗତକାଲି ବିଜେଡିର କାର୍ଯ୍ୟକାରିଣୀ ବୈଠକରେ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରାଯିବା ନେଇ ରୋଡ଼ ମ୍ୟାପ ପ୍ରସ୍ତୁତ କରାଯାଇଥିଲା । ଏହି ସଦସ୍ୟତା ଗ୍ରହଣ ବେଳେ ଆଧାର କାର୍ଡ଼ ଲିଙ୍କ କରାଯିବ ବୋଲି ସୂଚନା ରହିଥିଲା ।