ଭାରତୀୟ ବାୟୁସେନାର ଚିଫ୍ ମାର୍ଶଲ ବିଏସ୍ ଧନଓ୍ବାଙ୍କ ସହ ମିଶି ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ସୋମବାର ମିଗ୍-୨୧ ବିମାନ ଉଡାଇଛନ୍ତି। ଗତ ଫେବୃୟାରୀ ୨୭ରେ ପାକିସ୍ତାନର ବାଲାକୋଟ ଆକ୍ରମଣ ପରଠାରୁ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଯୁଦ୍ଧ ବିମାନ ଉଡାଇବାର ଅନୁମତି ନ ଥିଲା। ତେବେ କିଛିଦିନ ହେବ ଯୁଦ୍ଧ ବିମାନ ଉଡାଇବାକୁ ଫିଟ୍ ଘୋଷଣା କରାଯିବା ପରେ ଏବେ ସେ ପ୍ରଥମ ଥର ଲାଗି ମିଗ୍-୨୧ ଯୁଦ୍ଧ ବିମାନ ଉଡାଇଛନ୍ତି। ପାକିସ୍ତାନୀ ବାୟୁ ସେନାର ଯୁଦ୍ଧ ବିମାନ ଏଫ୍-୧୬କୁ ଖସାଇ ନିଜ ବାହାଦୁରୀର ପ୍ରମାଣ ଦେଖାଇଥିବା ଅଭିନନ୍ଦନଙ୍କୁ ବୀରତ୍ବ ପାଇଁ ସମ୍ମାନଜନକ ବୀର ଚକ୍ରରେ ସମ୍ମାନିତ କରାଯାଇଛି ।