ଆଜି ହେଉଛି ପବିତ୍ର ଗଣେଶ ପୂଜା। ଖୁବ ସୁନ୍ଦର ସାଜସଜ୍ଜାରେ ସଜେଇ ହୋଇଛନ୍ତି ଗଜାନନ। ଚାରିଆଡେ ମାଡିଯାଇଛି ଖୁସିର ଲହରୀ । ଗଣେଶ ପୂଜା ଅବସରରେ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଗଜାନନଙ୍କର ଏକ ସୁନ୍ଦର ବାଲୁକାକୃତି ନିର୍ମାଣ କରିଛନ୍ତି । ପ୍ଲାଷ୍ଟିକ୍ମୁକ୍ତ ବିଶ୍ବ ପାଇଁ ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି ଏହି କଳାକୃତି ମାଧ୍ୟମରେ । ବାଲୁକାରେ ନିର୍ମିତ ଗଣେଶଙ୍କ ମୂର୍ତ୍ତିରେ ୧୦୦୦ଟି ପ୍ଲାଷ୍ଟିକ୍ ବୋତଲ ସହ ୫ଟନ୍ ବାଲିର ଉପଯୋଗ କରାଯାଇଛି । ଏହି କଳାକୃତି ସାହାଯ୍ୟରେ ଥରେ ମାତ୍ର ବ୍ୟବହାର ହୋଇପାରୁଥିବା ପ୍ଲାଷ୍ଟିକ୍ ବର୍ଜନ କରିବାକୁ ସେ ଅନୁରୋଧ କରିଛନ୍ତି । ପ୍ଲାଷ୍ଟିକ୍ ଏବେ ମହାମାରୀର ରୂପ ନେଇଛି । ଏଥିପାଇଁ ବିଶ୍ବକୁ ପ୍ଲାଷ୍ଟିକ୍ ମୁକ୍ତ ତଥା ପ୍ରଦୂଷଣ ମୁକ୍ତ କରିବା ପାଇଁ ତାଙ୍କ କଳାକୃତି ଜରିଆରେ ସଚେତନ କରିଛନ୍ତି ।