ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ଉଚ୍ଛେଦକୁ ନେଇ ବିଜେଡିର ପୂର୍ବତନ ସାଂସଦ ତଥାଗତ ଶତପଥୀ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ଐତିହ୍ୟକୁ ସଂରକ୍ଷଣ ବଦଳରେ ଏହାକୁ ଉଚ୍ଛେଦ କରାଯାଉଛି। ଧ୍ଵଂସ କରିଦେବା ସହଜ କିନ୍ତୁ ତିଆରି କରିବା ଭାରି କଷ୍ଟକର ବୋଲି କହିଛନ୍ତି ତଥାଗତ। ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ତଥାଗତ ନିଜ ଦଳକୁ କଡା ସମାଲୋଚନା କରିଛନ୍ତି। ଏହି ପ୍ରସଙ୍ଗରେ ସରକାରଙ୍କୁ ସିଧାସଳଖ ସମାଲୋଚନା କରିଛନ୍ତି ପୂର୍ବତନ ସାଂସଦ ତଥାଗତ ଶତପଥୀ। ସେ କହିଛନ୍ତି କି, ଐତିହ୍ୟକୁ ସଂରକ୍ଷଣ ବଦଳରେ ଉଚ୍ଛେଦ କରାଯାଉଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ଉଚ୍ଛେଦ ବେଆଇନ ନହେଲେ ମଧ୍ୟ ଏହା ଅଶିଷ୍ଟତା। ଶହ ଶହ ବର୍ଷର ପୁରାତନ ମଠକୁ ସଂରକ୍ଷଣ ବଦଳରେ ଉଚ୍ଛେଦ ହୋଇଛି। ଧ୍ଵଂସ କରିଦେବା ସହଜ, ମାତ୍ର ନିର୍ମାଣ କରିବା ଭାରି କଷ୍ଟକର। ୧୨ଶହ ଶତାବ୍ଦୀରେ ତିଆରି ହୋଇଥିବା ଏମାର ମଠ ଆଜି ମାଟିରେ ମିଶିଲା। ଅତୀତକୁ ପ୍ରଶଂସା କରିବା ଅପେକ୍ଷା ଆମେ ପୂର୍ବଜଙ୍କୁ ଦୋଷ ଦେଉଛୁ। ଆମେ ଏକ ବିକୃତ ଇତିହାସ ସୃଷ୍ଟି କରୁଥିବା ମୁଁ ଅନୁଭବ କରୁଛି। ଐତିହ୍ୟର ସଂରକ୍ଷଣ ସଂସ୍କୃତିକୁ ପର ପିଢି ପାଇଁ ଉଜ୍ଜୀବିତ ରଖେ। କିନ୍ତୁ ଆମେ ବିକୃତ ଇତିହାସ ସୃଷ୍ଟି କରୁଛେ। ଅନ୍ୟପକ୍ଷରେ ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ଏନେଇ ପ୍ରତିକ୍ରିୟା ରଖି କହିଛନ୍ତି, ‘ସଂସ୍କୃତିର କିଏ କେଉଁ ପ୍ରକାର ବ୍ୟାଖ୍ୟାନ କରନ୍ତି, ମୁଁ ଜାଣିନାହିଁ। ସୂଚନାଯୋଗ୍ୟ, ଶ୍ରୀମନ୍ଦିରର ୭୫ ମିଟର ଚୌହଦୀରୁ ଉଚ୍ଛେଦ ପ୍ରକ୍ରିୟା ଚାଲିଛି।