ଉତ୍ତରପ୍ରଦେଶର ମିର୍ଜାପୁର ଥିବା ଏକ ସରକାରୀ ସ୍କୁଲରେ ପିଲାମାନେ ମଧ୍ୟାହ୍ନ ଭୋଜନରେ ରୁଟି ସହ ଲୁଣ ଖାଉଥିବାର ଖବର ଆସି ହଇଚଇ ସୃଷ୍ଟି କରିଥିଲା । ଏବେ ଏହି ମାମଲାକୁ ଲୋକଲୋଚନକୁ ଆଣିଥିବା ଦୁଇ ବ୍ୟକ୍ତିଙ୍କ ଉପରେ ମାମଲା ରୁଜୁ ହୋଇଛି । ମିର୍ଜାପୁର ବ୍ଲକ ଶିକ୍ଷା ଅଧିକାରୀ ଜଣଙ୍କ ଏବେ ସାମ୍ବାଦିକ ପୱନ ଜୈଶୱାଲ ଏବଂ ଗାଁ ମୁଖିଆ ରାଜକୁମାର ପଲଙ୍କ ନାଁରେ ପୁଲିସ୍ ନିକଟରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପରେ ପୁଲିସ୍ ଜୈଶୱାଲ ଏବଂ ପଲଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଲିସ ଖବରଦାତା ପବନ ଜୟସଓ୍ବାଲ ଓ ସ୍ଥାନୀୟ ଗାଁ ମୁଖ୍ୟଙ୍କ ଜଣେ ପ୍ରତିନିଧିଙ୍କ ବିରୋଧରେ ଆପରାଧିକ ଷଡ଼ଯନ୍ତ୍ର ଓ ଜାଲିଆତି କରିଥିବା ଅଭିଯୋଗ ହୋଇଛି। ରାଜ୍ୟ ସରକାରଙ୍କ ଛବିକୁ ଏମାନେ ବଦ୍ନାମ କରିବାକୁ ଷଡ଼ଯନ୍ତ୍ର ରଚିଥିବା ନେଇ ବ୍ଲକ ଶିକ୍ଷାଧିକାରୀ ଅଭିଯୋଗ କରିଛନ୍ତି।