Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»PUC ନଥିଲେ ମିଳିବନି ପେଟ୍ରୋଲ-ଡିଜେଲ! ନଭେମ୍ବର ୧୫ରୁ ନୂଆ ନିୟମ, ଧରାପଡ଼ିଲେ ୧୦ ହଜାର ଜରିମାନା
ଆଜିର ଖବର

PUC ନଥିଲେ ମିଳିବନି ପେଟ୍ରୋଲ-ଡିଜେଲ! ନଭେମ୍ବର ୧୫ରୁ ନୂଆ ନିୟମ, ଧରାପଡ଼ିଲେ ୧୦ ହଜାର ଜରିମାନା

November 14, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବିଷାକ୍ତ ହେଉଛି ବାୟୁ। ଦିନକୁ ଦିନ ବଢ଼ୁଥିବା ବାୟୁ ପ୍ରଦୂଷଣ ଏବେ ସାଧାରଣ ଜନଜୀବନ ପାଇଁ ବଡ଼ ବିପଦ ସୃଷ୍ଟି କରିଛି। ନିଶ୍ୱାସ ନେବା ବି କଷ୍ଟକର ହୋଇପଡ଼ୁଥିବା ବେଳେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପ୍ରଶାସନ ଆପଣାଇଛି କଡ଼ା ପଦକ୍ଷେପ। ଏଣିକି ଗାଡ଼ିର ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUC) ନଥିଲେ ମିଳିବନି ପେଟ୍ରୋଲ, ଡିଜେଲ କିମ୍ବା CNG। ନଭେମ୍ବର ୧୫ରୁ ହରିୟାଣାର ଗୁରୁଗ୍ରାମରେ ଏହି ନିୟମକୁ ଆହୁରି କଡ଼ାକଡ଼ି ଭାବେ ଲାଗୁ କରାଯିବାକୁ ଯାଉଛି।

ନିୟମ ଉଲ୍ଲଂଘନକାରୀଙ୍କୁ ଧରିବା ପାଇଁ ପେଟ୍ରୋଲ ପମ୍ପଗୁଡ଼ିକରେ ଲଗାଯିବ ଅତ୍ୟାଧୁନିକ ANPR କ୍ୟାମେରା। ପ୍ରଥମ ପର୍ଯ୍ୟାୟରେ ଗୁରୁଗ୍ରାମରେ ପ୍ରାୟ ୩୦୦ଟି କ୍ୟାମେରା ସ୍ଥାପନ କରାଯିବ। ଏହି କ୍ୟାମେରା ଗାଡ଼ିର ନମ୍ବର ପ୍ଲେଟ୍‌କୁ ସ୍କାନ୍ କରିବା ସହ ଅନଲାଇନ୍ ଡାଟାବେସ୍‌ରୁ ଗାଡ଼ିର PUC ପ୍ରମାଣପତ୍ରର ବୈଧତା ଯାଞ୍ଚ କରିବ। ଯଦି ପ୍ରମାଣପତ୍ରର ଅବଧି ଶେଷ ହୋଇଥାଏ କିମ୍ବା ବୈଧ PUC ନଥାଏ, ତେବେ ସମ୍ପୃକ୍ତ ଗାଡ଼ିକୁ ଇନ୍ଧନ ଦିଆଯିବ ନାହିଁ।

ଅକ୍ଟୋବର ୧ରୁ NCRରେ କାର୍ଯ୍ୟକାରୀ ହୋଇଥିବା ‘No PUC, No Fuel’ ନିୟମକୁ ଏବେ କ୍ୟାମେରା ମାଧ୍ୟମରେ ନଜରରେ ରଖାଯିବ। ପେଟ୍ରୋଲ ପମ୍ପଗୁଡ଼ିକରେ ହିନ୍ଦୀ ଓ ଇଂରାଜୀ ଭାଷାରେ ଏ ସମ୍ପର୍କିତ ସତର୍କତାମୂଳକ ସୂଚନା ଲଗାଇବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।

କେବଳ ପେଟ୍ରୋଲ ପମ୍ପରେ ଇନ୍ଧନ ମନା ନୁହେଁ, ବୈଧ PUC ପ୍ରମାଣପତ୍ର ବିନା ଗାଡ଼ି ଚଳାଇଲେ ମଧ୍ୟ ମୋଟା ଅଙ୍କର ଜରିମାନା ଗଣିବାକୁ ପଡ଼ିବ। ମୋଟର ଯାନ ଆଇନ ଅନୁଯାୟୀ ଏଥିପାଇଁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ରହିଛି। NCR ଅନ୍ତର୍ଗତ ହରିୟାଣାର ଚାରୋଟି ଜିଲ୍ଲାରେ ମୋଟ ୭୭୫ଟି ANPR କ୍ୟାମେରା ଲଗାଇବାକୁ ଯୋଜନା ହୋଇଛି।

ତେବେ ସମସ୍ତ ପେଟ୍ରୋଲ ପମ୍ପରେ କ୍ୟାମେରା ସ୍ଥାପନ ଓ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ପମ୍ପ କର୍ମଚାରୀମାନେ ମାନୁଆଲ୍‌ରେ ଗାଡ଼ିର PUC ପ୍ରମାଣପତ୍ର ଯାଞ୍ଚ କରିବେ। ନିୟମ ଉଲ୍ଲଂଘନ କିମ୍ବା ଯାଞ୍ଚରେ ଅବହେଳା କରୁଥିବା ପେଟ୍ରୋଲ ପମ୍ପ ବିରୋଧରେ ମଧ୍ୟ କଠୋର ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲା ପରିବହନ ଅଧିକାରୀ ତଥା RTA ସଚିବ ସଞ୍ଜୀବ ସିଙ୍ଗଲା ସ୍ପଷ୍ଟ କରିଛନ୍ତି।

ଅନ୍ୟପଟେ ଦିଲ୍ଲୀର ବାୟୁ ପ୍ରଦୂଷଣ ରୋକିବା ପାଇଁ ଟ୍ରାଫିକ୍ ପୋଲିସ ମଧ୍ୟ ତତ୍ପର ହୋଇଉଠିଛି। GRAP କଟକଣା ଉଲ୍ଲଂଘନ କରୁଥିବା ଗାଡ଼ିଗୁଡ଼ିକୁ ଦିଲ୍ଲୀରେ ପ୍ରବେଶ କରିବାକୁ ନଦେବା ପାଇଁ ସୀମାନ୍ତ ଅଞ୍ଚଳ, ପ୍ରମୁଖ ପ୍ରବେଶ ପଥ ଓ ବିକଳ୍ପ ରାସ୍ତାରେ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରାଯିବ।

ଏନେଇ ଦିଲ୍ଲୀ ଟ୍ରାଫିକ୍ ପୋଲିସର ଉତ୍ତର ରେଞ୍ଜ ପକ୍ଷରୁ ଏକ ଆନ୍ତଃରାଜ୍ୟ ସମନ୍ୱୟ ବୈଠକ ହୋଇଥିଲା। ଏଥିରେ ଦିଲ୍ଲୀର ନରେଲା ସମେତ ହରିୟାଣାର ଝାଜ୍ଜର ଓ ସୋନିପତର ଟ୍ରାଫିକ୍ ଅଧିକାରୀମାନେ ଯୋଗ ଦେଇଥିଲେ। ପ୍ରଦୂଷଣକାରୀ ଯାନବାହନ ଉପରେ ନଜର ରଖିବା ସହ ନିୟମ ଉଲ୍ଲଂଘନକାରୀଙ୍କୁ ଅଟକାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

ଏବେ ପ୍ରଶ୍ନ ହେଉଛି, ପ୍ରଦୂଷଣର ମାତ୍ରା କମାଇବାକୁ ଏହି କ୍ୟାମେରା ନଜରଦାରୀ କେତେ ସଫଳ ହେବ? ତେବେ ଗାଡ଼ି ଚାଳକଙ୍କ ପାଇଁ ଗୋଟିଏ କଥା ସ୍ପଷ୍ଟ—ରାସ୍ତାକୁ ଗାଡ଼ି ନେବା ପୂର୍ବରୁ ନିଜ ଗାଡ଼ିର PUC ପ୍ରମାଣପତ୍ରର ବୈଧତା ଯାଞ୍ଚ କରିବା ଏବେ ଅତ୍ୟନ୍ତ ଜରୁରୀ।

Delhi NCR Pollution Gurugram New Rules No PUC No Fuel PUC certificate
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୭ ପଞ୍ଜାବ ନିର୍ବାଚନ ପୂର୍ବରୁ ନୂଆ ସମୀକରଣ, SAD-BJP ମେଣ୍ଟକୁ ନେଇ ବଢ଼ିଲା ଚର୍ଚ୍ଚା

November 14, 2026

ରୋଷେଇ କରୁଥିବା ବେଳେ ଅଘଟଣ, ନିଆଁରେ ଜଳିଗଲା ମହିଳାଙ୍କ ଜୀବନ

November 14, 2026

ଜାଲିଆାତି ଓ ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ବିଜେଡିରୁ ବହିଷ୍କୃତ ହେଲେ ଦିଲ୍ଲୀପ ନାୟକ

November 14, 2026

ମହାଦେବ ବେଟିଂ ଆପ୍‌ ମାମଲା: ୬ଟି ରାଜ୍ୟରେ ସିବିଆଇ ଚଢ଼ାଉ

November 14, 2026
Latest News

୨୦୨୭ ପଞ୍ଜାବ ନିର୍ବାଚନ ପୂର୍ବରୁ ନୂଆ ସମୀକରଣ, SAD-BJP ମେଣ୍ଟକୁ ନେଇ ବଢ଼ିଲା ଚର୍ଚ୍ଚା

November 14, 2026

PUC ନଥିଲେ ମିଳିବନି ପେଟ୍ରୋଲ-ଡିଜେଲ! ନଭେମ୍ବର ୧୫ରୁ ନୂଆ ନିୟମ, ଧରାପଡ଼ିଲେ ୧୦ ହଜାର ଜରିମାନା

November 14, 2026

ରୋଷେଇ କରୁଥିବା ବେଳେ ଅଘଟଣ, ନିଆଁରେ ଜଳିଗଲା ମହିଳାଙ୍କ ଜୀବନ

November 14, 2026

ଜାଲିଆାତି ଓ ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ବିଜେଡିରୁ ବହିଷ୍କୃତ ହେଲେ ଦିଲ୍ଲୀପ ନାୟକ

November 14, 2026

ମହାଦେବ ବେଟିଂ ଆପ୍‌ ମାମଲା: ୬ଟି ରାଜ୍ୟରେ ସିବିଆଇ ଚଢ଼ାଉ

November 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.