Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚା’ ପାଇଁ ଜଳିଲା ଦୋକାନ, ଆଖି ଆଗରେ ଚାଲିଗଲା ଜଣଙ୍କ ଜୀବନ
ଆଜିର ଖବର

ଚା’ ପାଇଁ ଜଳିଲା ଦୋକାନ, ଆଖି ଆଗରେ ଚାଲିଗଲା ଜଣଙ୍କ ଜୀବନ

November 15, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

କୋଟା : ରାଜସ୍ଥାନର କୋଟାରେ ଘଟିଛି ଏକ ହୃଦୟବିଦାରକ ଅଗ୍ନିକାଣ୍ଡ। ଗ୍ୟାସ୍‌ ସିଲିଣ୍ଡରରୁ ଗ୍ୟାସ୍‌ ଲିକ୍‌ ହୋଇ ଏକ ଡାଏରୀରେ ନିଆଁ ଲାଗିବାରୁ ଜଣେ କର୍ମଚାରୀଙ୍କ ଜୀବନ ଚାଲିଯାଇଛି। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ, ଦୋକାନ ଭିତରେ ଫସି ରହିଥିବା କର୍ମଚାରୀ ଜଣକ ବାହାରକୁ ବାହାରିବାର ସୁଯୋଗ ପାଇନଥିଲେ। ଅନ୍ୟ ଦୁଇଜଣ କର୍ମଚାରୀ କୌଣସିମତେ ଜୀବନ ବଞ୍ଚାଇ ବାହାରକୁ ଖସି ଆସିଥିଲେ।

ସୂଚନା ଅନୁଯାୟୀ, ନଭେମ୍ବର ୧୪ ତାରିଖ ଶନିବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ କୋଟାର ଭୀମଗଞ୍ଜ ମଣ୍ଡି ଥାନା ଅଞ୍ଚଳର ରାମ ମନ୍ଦିର ରୋଡ୍‌ରେ ଥିବା ମଧୁ ଡାଏରୀରେ ଏହି ଅଘଟଣ ଘଟିଥିଲା। ଡାଏରୀ ମାଲିକ ବିନୋଦ ଅଗ୍ରୱାଲ ସେହି ସମୟରେ ଦୋକାନରେ ଉପସ୍ଥିତ ନଥିଲେ। ତେବେ ପ୍ରେମ, ଧନରାଜ ଏବଂ ଲେଖରାଜ କେୱଟ ଦୋକାନ ଭିତରେ କାମ କରୁଥିଲେ।

ଏହି ସମୟରେ ଜଣେ କର୍ମଚାରୀ ଗ୍ୟାସ୍‌ ସିଲିଣ୍ଡର ବ୍ୟବହାର କରି ଚା’ ପ୍ରସ୍ତୁତ କରୁଥିଲେ। ହଠାତ୍‌ ସିଲିଣ୍ଡରର ପାଇପ୍‌ରୁ ଗ୍ୟାସ୍‌ ଲିକ୍‌ ହୋଇ ନିଆଁ ଲାଗିଯାଇଥିଲା। ଦେଖୁଦେଖୁ ନିଆଁ ସମଗ୍ର ଦୋକାନକୁ ବ୍ୟାପିଯାଇଥିଲା। ଅଳ୍ପ କିଛି ସମୟ ମଧ୍ୟରେ ଡାଏରୀଟି ନିଆଁର ଆଁରେ ପୋଡ଼ିବାକୁ ଲାଗିଥିଲା।

ହଠାତ୍‌ ନିଆଁ ଲାଗିଯିବାରୁ ଦୋକାନ ଭିତରେ ଥିବା ତିନିଜଣ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପରିସ୍ଥିତି ଭୟଙ୍କର ହେବା ପୂର୍ବରୁ ଦୁଇଜଣ କର୍ମଚାରୀ କୌଣସିମତେ ବାହାରକୁ ଖସି ଆସିବାରେ ସଫଳ ହୋଇଥିଲେ। କିନ୍ତୁ ତୃତୀୟ କର୍ମଚାରୀ ଲେଖରାଜ କେୱଟ ଦୋକାନ ଭିତରେ ଫସି ରହିଯାଇଥିଲେ।

ଦୋକାନ ଭିତରେ ଥିବା ଏକ ଡିପ୍‌ ଫ୍ରିଜର ଏବଂ ବାହାର ପଟେ ଲାଗିଥିବା ଜାଲ ଯୋଗୁଁ ତାଙ୍କ ପାଇଁ ବାହାରକୁ ଆସିବାର ରାସ୍ତା ବନ୍ଦ ହୋଇଯାଇଥିଲା। ଫଳରେ ସେ ଦୁଇଟି ବାଧା ମଧ୍ୟରେ ଫସି ରହିଥିଲେ। ନିଆଁ ଦ୍ରୁତଗତିରେ ବ୍ୟାପିବା ସହ ତାଙ୍କ ଶରୀର ଓ ପୋଷାକରେ ଲାଗିଯାଇଥିଲା।

ଅଗ୍ନିକାଣ୍ଡ ଦେଖି ସ୍ଥାନୀୟ ଲୋକେ ଲେଖରାଜଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ନିଆଁ ଲିଭାଇବା ପାଇଁ ପାଣି ମଧ୍ୟ ଢାଳିଥିଲେ। ହେଲେ ନିଆଁର ତୀବ୍ରତା ଏତେ ଅଧିକ ଥିଲା ଯେ କେହି ଦୋକାନ ଭିତରକୁ ପଶିବାକୁ ସାହସ କରିପାରିନଥିଲେ।

ଖବର ପାଇ ତିନୋଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ଦୀର୍ଘ ଉଦ୍ୟମ ପରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ। ପରେ ପୋଲିସ ଓ ଉଦ୍ଧାରକାରୀ ଦଳ ଦୋକାନ ଭିତରୁ ଲେଖରାଜଙ୍କୁ ବାହାର କରି ହସ୍ପିଟାଲକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଅଘଟଣ ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ପ୍ରାଥମିକ ସୂଚନା ଅନୁସାରେ, ଗ୍ୟାସ୍‌ ସିଲିଣ୍ଡରର ପାଇପ୍‌ରୁ ଗ୍ୟାସ୍‌ ଲିକ୍‌ ହେବା ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।

Gas Cylinder Leakage Kota Dairy Fire
Share. Facebook Twitter LinkedIn Email WhatsApp Copy Link

Related Posts

ମୁଢ଼ି କିଣିବାକୁ ଯାଇ ଫେରିଲେନି ୧୪ ବର୍ଷୀୟ ଦୀନେଶ! ଚୋରି ସନ୍ଦେହରେ ପିଟିପିଟି ହତ୍ୟା ଅଭିଯୋଗ, ନ୍ୟାୟ ଦାବିରେ ରାସ୍ତାରେ ଗ୍ରାମବାସୀ

November 15, 2026

ବିରୋଧୀଙ୍କ ଟାର୍ଗେଟ୍‌ରେ ମୋଦୀ ସରକାର, ହାଇଦ୍ରାବାଦ ସମ୍ମିଳନୀରୁ ରାହୁଲଙ୍କ ହୁଙ୍କାର

November 15, 2026

ପେନ୍‌ସନ୍‌ ଯୋଜନାରେ ବଡ଼ ପରିବର୍ତ୍ତନ, UPMP ପୋର୍ଟାଲରେ ମାସକ ଭିତରେ ମିଳିବ ଭତ୍ତା

November 15, 2026

ବାତ୍ୟା ଆଶଙ୍କାରେ ଗଞ୍ଜାମରେ ବନ୍ୟା ଭୟ! ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍‌ ଗେଟ୍‌, ନଦୀକୂଳିଆ ଲୋକଙ୍କୁ ସତର୍କ ସୂଚନା

November 15, 2026
Latest News

ମୁଢ଼ି କିଣିବାକୁ ଯାଇ ଫେରିଲେନି ୧୪ ବର୍ଷୀୟ ଦୀନେଶ! ଚୋରି ସନ୍ଦେହରେ ପିଟିପିଟି ହତ୍ୟା ଅଭିଯୋଗ, ନ୍ୟାୟ ଦାବିରେ ରାସ୍ତାରେ ଗ୍ରାମବାସୀ

November 15, 2026

ଚା’ ପାଇଁ ଜଳିଲା ଦୋକାନ, ଆଖି ଆଗରେ ଚାଲିଗଲା ଜଣଙ୍କ ଜୀବନ

November 15, 2026

ବିରୋଧୀଙ୍କ ଟାର୍ଗେଟ୍‌ରେ ମୋଦୀ ସରକାର, ହାଇଦ୍ରାବାଦ ସମ୍ମିଳନୀରୁ ରାହୁଲଙ୍କ ହୁଙ୍କାର

November 15, 2026

ପେନ୍‌ସନ୍‌ ଯୋଜନାରେ ବଡ଼ ପରିବର୍ତ୍ତନ, UPMP ପୋର୍ଟାଲରେ ମାସକ ଭିତରେ ମିଳିବ ଭତ୍ତା

November 15, 2026

ବାତ୍ୟା ଆଶଙ୍କାରେ ଗଞ୍ଜାମରେ ବନ୍ୟା ଭୟ! ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍‌ ଗେଟ୍‌, ନଦୀକୂଳିଆ ଲୋକଙ୍କୁ ସତର୍କ ସୂଚନା

November 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.