Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମିକୁ ବଡ଼ ଉପହାର : ୩୧୪ ବ୍ଲକରେ ନିର୍ମାଣ ହେବ ଅତ୍ୟାଧୁନିକ ଷ୍ଟାଡିୟମ୍‌
ଆଜିର ଖବର

ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମିକୁ ବଡ଼ ଉପହାର : ୩୧୪ ବ୍ଲକରେ ନିର୍ମାଣ ହେବ ଅତ୍ୟାଧୁନିକ ଷ୍ଟାଡିୟମ୍‌

November 16, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଗାଁରୁ ସହର, ତୃଣମୂଳରୁ ଜାତୀୟ ସ୍ତର। ଓଡ଼ିଶାର କ୍ରୀଡ଼ା ଜଗତକୁ ନୂଆ ଦିଗ ଦେବାକୁ ରାଜ୍ୟ ସରକାରଙ୍କ ବଡ଼ ଯୋଜନା। ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ନିର୍ମାଣ ହେବ ବ୍ଲକସ୍ତରୀୟ ଅତ୍ୟାଧୁନିକ ଷ୍ଟାଡିୟମ୍‌। ଏଥିପାଇଁ ୪,୧୨୪ କୋଟି ଟଙ୍କା ବ୍ୟୟ କରାଯିବ। ଫୁଟବଲ୍‌, କ୍ରିକେଟ୍‌ଠାରୁ ଆରମ୍ଭ କରି ଆଥଲେଟିକ୍ସ, ଭଲିବଲ୍‌ ଓ ଇଣ୍ଡୋର ଗେମ୍ସ ପର୍ଯ୍ୟନ୍ତ ମିଳିବ ଅନେକ ସୁବିଧା। ଏହି ପ୍ରକଳ୍ପ ଦ୍ୱାରା ଗ୍ରାମାଞ୍ଚଳର କ୍ରୀଡ଼ା ପ୍ରତିଭାଙ୍କୁ ମିଳିବ ନୂଆ ପରିଚୟ ଏବଂ ଖେଳାଳିଙ୍କୁ ନିଜ ଅଞ୍ଚଳରେ ହିଁ ମିଳିବ ଉନ୍ନତ ପ୍ରଶିକ୍ଷଣ ଓ ଅଭ୍ୟାସର ସୁଯୋଗ।

୩୧୪ ବ୍ଲକରେ ଷ୍ଟାଡିୟମ୍‌, କ୍ରୀଡ଼ା କ୍ଷେତ୍ରରେ ନୂଆ ଅଧ୍ୟାୟ

ଓଡ଼ିଶାକୁ ଦେଶର ଏକ ପ୍ରମୁଖ କ୍ରୀଡ଼ା ହବ୍‌ ଭାବେ ଗଢ଼ିତୋଳିବା ଲକ୍ଷ୍ୟରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟର ୩୧୪ଟି ବ୍ଲକରେ ୩୧୪ଟି ଷ୍ଟାଡିୟମ୍‌ ନିର୍ମାଣ ପାଇଁ ଯୋଜନା ହୋଇଛି। ଏହି ବୃହତ୍‌ ପ୍ରକଳ୍ପ ପାଇଁ ମୋଟ ୪,୧୨୪ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି।

ଏହି ଯୋଜନା କେବଳ ଷ୍ଟାଡିୟମ୍‌ ନିର୍ମାଣରେ ସୀମିତ ରହିବ ନାହିଁ। ବରଂ ପ୍ରତ୍ୟେକ ବ୍ଲକରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ସହ ସ୍ଥାନୀୟ ଖେଳାଳିଙ୍କୁ ଉପଯୁକ୍ତ ପରିବେଶ ଯୋଗାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହାଦ୍ୱାରା ଗ୍ରାମାଞ୍ଚଳର ଯୁବପିଢ଼ିଙ୍କୁ ଖେଳ ପ୍ରତି ଆକୃଷ୍ଟ କରିବା ସହ ପ୍ରତିଭା ଚିହ୍ନଟ ପାଇଁ ଏକ ସୁଦୃଢ଼ ବ୍ୟବସ୍ଥା ସୃଷ୍ଟି ହୋଇପାରିବ।

ଗୋଟିଏ ଷ୍ଟାଡିୟମ୍‌ରେ ମିଳିବ ଅନେକ ଖେଳର ସୁବିଧା

ପ୍ରସ୍ତାବିତ ବ୍ଲକସ୍ତରୀୟ ଷ୍ଟାଡିୟମ୍‌ଗୁଡ଼ିକୁ ବହୁମୁଖୀ କ୍ରୀଡ଼ା କେନ୍ଦ୍ର ଭାବେ ବିକଶିତ କରାଯିବ। ଏଠାରେ ଫୁଟବଲ୍‌ ଓ କ୍ରିକେଟ୍‌ ପାଇଁ ସ୍ୱତନ୍ତ୍ର ପଡ଼ିଆ ରହିବ। ଏଥିସହ ଆଥଲେଟିକ୍ସ ଟ୍ରାକ୍‌, ଥ୍ରୋ ଏରିଆ, ଜମ୍ପ ଏରିଆ ଏବଂ ଭଲିବଲ୍‌ କୋର୍ଟ ନିର୍ମାଣ କରାଯିବ।

କେବଳ ଆଧୁନିକ ଖେଳ ନୁହେଁ, ଓଡ଼ିଶାର ପାରମ୍ପରିକ ଓ ଦେଶୀୟ କ୍ରୀଡ଼ାକୁ ମଧ୍ୟ ଏହି ଯୋଜନାରେ ଗୁରୁତ୍ୱ ଦିଆଯାଇଛି। ଖୋଖୋ ଓ କବାଡ଼ି ଭଳି ଖେଳ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ। ଫଳରେ ସ୍ଥାନୀୟ ଖେଳାଳିମାନେ ନିଜ ଅଞ୍ଚଳରେ ହିଁ ବିଭିନ୍ନ କ୍ରୀଡ଼ାରେ ଅଭ୍ୟାସ କରିବାର ସୁଯୋଗ ପାଇବେ।

ଇଣ୍ଡୋର ଗେମ୍ସ ପାଇଁ ରହିବ ସ୍ୱତନ୍ତ୍ର ହଲ୍‌

ବାହ୍ୟ କ୍ରୀଡ଼ା ସହ ଇଣ୍ଡୋର ଗେମ୍ସକୁ ମଧ୍ୟ ଏହି ପ୍ରକଳ୍ପରେ ସ୍ଥାନ ମିଳିବ। ପ୍ରତ୍ୟେକ ଷ୍ଟାଡିୟମ୍‌ରେ ଏକ ଇଣ୍ଡୋର ହଲ୍‌ ନିର୍ମାଣ କରାଯିବ। ଏଥିରେ ବ୍ୟାଡମିଣ୍ଟନ୍‌ କୋର୍ଟ ଓ ଟେବୁଲ୍‌ ଟେନିସ୍‌ ଭଳି ଖେଳ ପାଇଁ ସୁବିଧା ରହିବ ଏହାଦ୍ୱାରା ପାଣିପାଗ ଉପରେ ନିର୍ଭର ନକରି ଖେଳାଳିମାନେ ବର୍ଷର ସବୁ ସମୟରେ ଅଭ୍ୟାସ କରିପାରିବେ। ବିଶେଷକରି ଇଣ୍ଡୋର କ୍ରୀଡ଼ାରେ ଆଗ୍ରହୀ ଯୁବକଯୁବତୀଙ୍କ ପାଇଁ ଏହା ନୂଆ ସୁଯୋଗ ସୃଷ୍ଟି କରିବ।

ଖେଳାଳିଙ୍କ ପାଇଁ ଆଧୁନିକ ସୁବିଧା, ସୁରକ୍ଷାକୁ ଗୁରୁତ୍ୱ

ଷ୍ଟାଡିୟମ୍‌ଗୁଡ଼ିକରେ କେବଳ ଖେଳିବା ପାଇଁ ପଡ଼ିଆ ନିର୍ମାଣ କରାଯିବ ନାହିଁ। ପ୍ରତ୍ୟେକ ଷ୍ଟାଡିୟମ୍‌ରେ ସାଧାରଣ ସୁବିଧା କେନ୍ଦ୍ର ବା କମନ୍‌ ଫାସିଲିଟି ସେଣ୍ଟର ରହିବ। ଏଥିସହ ଜଳ ଯୋଗାଣ, ନିଷ୍କାସନ ଓ ସ୍ୱେରେଜ୍‌ ବ୍ୟବସ୍ଥା, ଆଲୋକୀକରଣ ଏବଂ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦିଆଯିବ। ଏହି ସୁବିଧାଗୁଡ଼ିକ ଷ୍ଟାଡିୟମ୍‌ର ନିୟମିତ ପରିଚାଳନା ସହ କ୍ରୀଡ଼ାଳି ଓ ଦର୍ଶକଙ୍କ ପାଇଁ ଉନ୍ନତ ପରିବେଶ ସୃଷ୍ଟି କରିବାରେ ସହାୟକ ହେବ।
ଓଡ଼ିଶାର ଅନେକ ଗ୍ରାମାଞ୍ଚଳରେ ପ୍ରତିଭାବାନ ଖେଳାଳି ରହିଥିଲେ ମଧ୍ୟ ଆବଶ୍ୟକ ଭିତ୍ତିଭୂମି ଓ ଅଭ୍ୟାସର ସୁଯୋଗ ଅଭାବରୁ ସେମାନେ ଆଗକୁ ବଢ଼ିପାରୁନାହାନ୍ତି। ଏହି ଅଭାବ ଦୂର କରିବାରେ ବ୍ଲକସ୍ତରୀୟ ଷ୍ଟାଡିୟମ୍‌ ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ଏହି ଷ୍ଟାଡିୟମ୍‌ଗୁଡ଼ିକରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯିବ। ଏହାଦ୍ୱାରା ତୃଣମୂଳ ସ୍ତରରେ ଖେଳାଳିଙ୍କ ପ୍ରତିଭା ଚିହ୍ନଟ କରିବା ସହ ଆଗାମୀ ଦିନରେ ସେମାନଙ୍କୁ ଉଚ୍ଚସ୍ତରୀୟ କ୍ରୀଡ଼ା ପାଇଁ ପ୍ରସ୍ତୁତ କରିବାର ରାସ୍ତା ଖୋଲିବ।

କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରକଳ୍ପର ଦିଗଦର୍ଶନ କାର୍ଯ୍ୟକ୍ରମ

ଏହି ବୃହତ୍‌ ପ୍ରକଳ୍ପର କାର୍ଯ୍ୟାନ୍ୱୟନକୁ ନେଇ ସୋମବାର ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ରେ ଏକ ଦିଗଦର୍ଶନ ତଥା ବୈଷୟିକ ଉପସ୍ଥାପନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂ ପୁନିଆ, କ୍ରୀଡ଼ା ନିର୍ଦ୍ଦେଶକ ଡ. ୟେଦୁଲା ବିଜୟ, ସ୍ୱତନ୍ତ୍ର ଶାସନ ସଚିବ ଅଶୋକ କୁମାର ପଣ୍ଡା, ଅତିରିକ୍ତ ଶାସନ ସଚିବ ବିଜୟ କୁମାର ସ୍ୱାଇଁଙ୍କ ସମେତ ଗ୍ରାମ୍ୟ ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ ଓ ଇଡ୍‌କୋର ବରିଷ୍ଠ ଅଧିକାରୀମାନେ ଏଥିରେ ଉପସ୍ଥିତ ଥିଲେ।

୩୧୪ଟି ବ୍ଲକରେ ଷ୍ଟାଡିୟମ୍‌ ନିର୍ମାଣ ଯୋଜନା ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମିକୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସମ୍ପ୍ରସାରିତ କରିବାର ଏକ ବଡ଼ ପଦକ୍ଷେପ। ୪,୧୨୪ କୋଟି ଟଙ୍କାର ଏହି ନିବେଶ ଯଦି ଯୋଜନା ଅନୁସାରେ ସଫଳତାର ସହ କାର୍ଯ୍ୟକାରୀ ହୁଏ, ତେବେ ରାଜ୍ୟର କ୍ରୀଡ଼ା ଜଗତରେ ଏକ ନୂଆ ପରିବର୍ତ୍ତନ ଆସିପାରିବ। ତେବେ ଏହି ଯୋଜନାର ପ୍ରକୃତ ସଫଳତା ନିର୍ଭର କରିବ ଷ୍ଟାଡିୟମ୍‌ ନିର୍ମାଣର ଗୁଣବତ୍ତା, ନିୟମିତ ରକ୍ଷଣାବେକ୍ଷଣ, ପ୍ରଶିକ୍ଷକ ନିଯୁକ୍ତି ଏବଂ ଖେଳାଳିଙ୍କୁ ମିଳୁଥିବା ସୁଯୋଗ ଉପରେ। ଏବେ ଅପେକ୍ଷା, ଏହି ବୃହତ୍‌ ଯୋଜନା କେବେ ବାସ୍ତବ ରୂପ ନେଉଛି ଏବଂ ଓଡ଼ିଶାର କେତେ ନୂଆ କ୍ରୀଡ଼ା ପ୍ରତିଭାଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚକୁ ନେଉଛି।

314 Block Stadiums Block Level Stadium Odisha Government Odisha Sports Infrastructure Odisha Stadium Project ₹4124 Crore Stadium Project
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟରେ ପୁରୁଣା ବସ୍ତ୍ର ସଂଗ୍ରହ ଅଭିଯାନର ଶୁଭାରମ୍ଭ

November 16, 2026

ଆଇଡିଏ ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ ଭାବେ ସୋଆ ଅଧ୍ୟାପକ ଡାକ୍ତର ରାଧା ପ୍ରସନ୍ନ ଦଳାଇ ନିର୍ବାଚିତ

November 16, 2026

ବିଧାୟକଙ୍କ ପ୍ରଶିକ୍ଷଣ ଶିବିରକୁ ବୟକଟ୍ କଲେ ବିଜେଡି ଓ କଂଗ୍ରେସ

November 16, 2026

ନଭେମ୍ବର ୧୮ ରୁ ବିଧାନସଭା ଶୀତକାଳୀନ ଅଧିବେଶନ

November 16, 2026
Latest News

ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମିକୁ ବଡ଼ ଉପହାର : ୩୧୪ ବ୍ଲକରେ ନିର୍ମାଣ ହେବ ଅତ୍ୟାଧୁନିକ ଷ୍ଟାଡିୟମ୍‌

November 16, 2026

ଗୋଦାବରୀଶ ମହାବିଦ୍ୟାଳୟରେ ପୁରୁଣା ବସ୍ତ୍ର ସଂଗ୍ରହ ଅଭିଯାନର ଶୁଭାରମ୍ଭ

November 16, 2026

ବିଲକିସ ବାନୋ ମାମଲା: ୨ ଦୋଷୀଙ୍କୁ ସୁପ୍ରିମକୋର୍ଟଙ୍କ ସର୍ତ୍ତମୂଳକ ଜାମିନ

November 16, 2026

ଆଇଡିଏ ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ ଭାବେ ସୋଆ ଅଧ୍ୟାପକ ଡାକ୍ତର ରାଧା ପ୍ରସନ୍ନ ଦଳାଇ ନିର୍ବାଚିତ

November 16, 2026

ବିଧାୟକଙ୍କ ପ୍ରଶିକ୍ଷଣ ଶିବିରକୁ ବୟକଟ୍ କଲେ ବିଜେଡି ଓ କଂଗ୍ରେସ

November 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.