ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଇଷ୍ଟଦେବୀଙ୍କ ନିକଟରେ ଲାଗି ହେବ ନବାନ୍ନ । ଏଥିପାଇଁ ଇଷ୍ଟଦେବୀଙ୍କ ମନ୍ଦିର ଓ ଘରେ ଘରେ ପ୍ରସ୍ତୁତି ହୋଇଛି। ସମ୍ବଲପୁରର ମାଆ ସମଲେଶ୍ୱରୀଙ୍କ ନିକଟରେ ଆଜି ସକାଳ ୧୦ଟା ୫ରୁ ୧୦ଟା ୨୦ ମଧ୍ୟରେ ନବାନ୍ନ ଲାଗି ପାଇଁ ଲଗ୍ନ ସ୍ଥିର ହୋଇଛି।ତେଣେ ନୂଆଁଖାଇ ପାଇଁ ଘରେ ଘରେ ପ୍ରସ୍ତୁତି ଶେଷ ହେଲାଣି। ବାହାରେ ରହୁଥିବା ସଦସ୍ୟ ଏକାଠି ନୂଆଁଖାଇବା ପାଇଁ ଘରେ ପହଞ୍ଚିସାରଛନ୍ତି। ନୂଆଁଖିଆ ପରେ ଆରମ୍ଭ ହେବ ଜୁହାର ଭେଟଘାଟ୍। ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଜୁହାର ଭେଟଘାଟକୁ ରଙ୍ଗାରଙ୍ଗ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି