ବାୟୁସେନାର ଲଢିବା କ୍ଷମତା ବୃଦ୍ଧି ପାଇଁ ୮ଆମେରିକା ‘ଆପାଚେ ଏଏଚ-୬୪ଇ’ ଲଢୁଆ ହେଲିକପ୍ଟର ମଙ୍ଗଳବାର ଅର୍ଥାତ ଆଜି ଭାରତୀୟ ବାୟୁସେନାରେ ସାମିଲ ହେବ। ଏୟାର ଚିଫ ମାର୍ଶଲ ବି.ଏସ. ଧନୋଆ ପଠାନକୋଟ୍ ବାୟୁସେନା ଘାଟିରେ ଆୟୋଜିତ ହେବାକୁ ଥିବା ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଆପାଚେ ଏଏଚ-୬୪ଇ ଦୁନିଆର ସବୁଠୁ ବହୁଭୂମୀ ଲଢୁଆ ହେଲିକପ୍ଟର ଏବଂ ବର୍ତ୍ତମାନ ସମୟରେ ଆମେରିକା ସେନା ଏହାର ବ୍ୟବହାର କରୁଛନ୍ତି। ଆଇଏଏଫର ଜଣେ ବରିଷ୍ଠ ଅଧିକାରୀଙ୍କ ମୁତାବକ ଆଠ ଆପାଚେ ଲଢୁଆ ହେଲିକପ୍ଟର ଆଇଏଏଫରେ ସାମିଲ ହେବାକୁ ଯାଉଛି, ଯାହା ବାୟୁସେନାର ଶକ୍ତି ବୃଦ୍ଧି କରିବ। ଆଇଏଏଫ ଆପାଚେ ହେଲିକପ୍ଟର ପାଇଁ ଆମେରିକା ସରକାର ଓ ବୋଇଙ୍ଗ ଲିମିଟେଡ୍ ସହିତ ୨୦୧୫ସେପ୍ଟେମ୍ବରରେ ଚୁକ୍ତିନାମା କରିଥିଲା। ଏହି ଆଧାରରେ ବୋଇଙ୍ଗ ଜୁଲାଇ ୨୭ରେ ୨୨ ହେଲିକପ୍ଟର ମଧ୍ୟରୁ ଚାରୋଟି ହେଲିକପ୍ଟର ଭାରତକୁ ଦେଇଥିଲା। ୨୦୧୫ରେ ଭାରତ ଆମେରିକା ସରକାର ଓ ଆମେରିକା ବିମାନର ସବୁଠୁ ବଡ଼ କମ୍ପାନୀ ବୋଇଙ୍ଗଠୁ ୨୨ଆପାଚେ ହେଲିକପ୍ଟର କିଣିବା ପାଇଁ ପ୍ରାୟ ତିନି ଅରବ ଡଲାରର ଚୁକ୍ତିନାମା କରିଥିଲା। ଏହି ହେଲିକପ୍ଟରରେ ଦୁଇଟି ଟର୍ବୋସଫ୍ଟ ଇଞ୍ଜିନ ଓ ଚାରୋଟି ବ୍ଲେଡ୍ ରହିଛି। ଏହି ହେଲିକପ୍ଟର ଘଣ୍ଟା ପ୍ରତି ୨୯୩କିମି ବେଗରେ ଉଡ଼ାଣ ଭରିପାରେ। ଏହି ହେଲିକପ୍ଟର ନିଜ ଆଗରେ ଲାଗିଥିବା ସେନସର ସାହାଯ୍ୟରେ ରାତିରେ ମଧ୍ୟ ଉଡ଼ାଣ ଭରିପାରେ।