ସୋମବାର ସମାପ୍ତ ହୋଇଥିବା ବିଶ୍ବ ପିସ୍ତଲ ଚାମ୍ପିୟନ୍ସିପ୍ର ଅନ୍ତିମ ଦିବସରେ ଭାରତ ଗୋଟିଏ ସ୍ବର୍ଣ୍ଣ ଏବଂ ରୌପ୍ୟ ପଦକ ହାସଲ କରିଛି। ୧୦ ମିଟର ଏୟାର ପିସ୍ତଲ ବିଭାଗରେ ଭାରତ ପକ୍ଷରୁ ମନୁ ଭାକେର୍ ଏବଂ ସୌରଭ ଚୌଧୁରୀ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ସମାନ ଇଭେଣ୍ଟରେ ୟଶଶ୍ବିନୀ ଦେଶାଇ ଏବଂ ଅଭିଷେକ ବର୍ମା ରୌପ୍ୟ ପଦକ ହାସଲ କରିଥିଲେ। ଏହା ପୂର୍ବରୁ ଭାରତର ଏକ ନମ୍ବର ଖେଳାଳି ଅପୂର୍ବୀ ଚାଣ୍ଡେଲା ଭାରତକୁ ଏହି ଇଭେଣ୍ଟରେ ଚତୁର୍ଥ ସ୍ବର୍ଣ୍ଣ ପଦକ ପ୍ରଦାନ କରିଥିଲେ। ବିଗତ ଚାରି ବିଶ୍ବକପ୍ ମଧ୍ୟରେ ଏହା ଭାରତର ଶ୍ରେଷ୍ଠ ପ୍ରଦର୍ଶନ। ଏହା ସହିତ 8 ଜଣ ଭାରତୀୟ ସୁଟର ଅଲମ୍ପିକ୍ସ ନିମନ୍ତେ ଯୋଗ୍ୟ ଅର୍ଜନ କରିଛନ୍ତି।