ରାଜ୍ୟରେ ଦିନକୁ ଦିନ ଦୁଷ୍କର୍ମ ଘଟଣା ବୃଦ୍ଧି ପାଉଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ସମାନ ଘଟଣା ସମ୍ମୁଖକୁ ଆସିଛି । ଚାକିରି ଦେବା ବାହାନାରେ ଜଣେ ଯୁବତୀଙ୍କ ସହିତ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ଆସିଛି । ଏକ ଘରୋଇ ଫାଇନାନ୍ସ କମ୍ପାନୀରେ ଚାକିରି ଦେବା ବାହାନାରେ ଅଭିଯୁକ୍ତ ଜୟ କୁମାର ଯୁବତୀଙ୍କ ସହିତ ଦୁଷ୍କର୍ମ କରିଥିଲେ । ଇଣ୍ଟରଭ୍ୟୁ ବାହାନାରେ ଯୁବତୀଙ୍କୁ ଏକ ହୋଟେଲରେ ଦୁଷ୍କର୍ମ କରାଯାଇଥିଲା । ଯୁବତୀଙ୍କ ଅଭିଯୋଗ ପରେ ଲକ୍ଷ୍ମୀସାଗର ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରି ନେଇଛି ।