ପୁରୀର ସୌନ୍ଦର୍ଯ୍ୟକରଣ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ପୁରୀଠାରେ ୭୫ମିଟର ଯାଏ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ଏହି ଉଚ୍ଛେଦରେ ଲଙ୍ଗୁଳି ମଠ ଓ ଏମାର ମଠ ପରେ ଏବେ ବଡ଼ ଅଖଡ଼ା ମଠର ପାଳି । ଏହି ବଡ଼ ଆଖଡ଼ା ମଠ ଉଚ୍ଛେଦ ନିଷ୍ପତିକୁ ମଠ ମହନ୍ତ ବିରୋଧ କରିବା ସହ ଏଥିପାଇଁ ପ୍ରଶାସନ ଚାପ ପକାଉଥିବା ଅଭିଯୋଗ କରିଛନ୍ତି । ‘ଏଣ୍ଡୋମେଣ୍ଟ କମିଶନ କିମ୍ବା ଏଏସଆଇ ମଠ ବିପଦ ସଂକୁଳ ବୋଲି କହିନାହାଁନ୍ତି । ବରଂ ମଠ ବିପଦ ସଂକୁଳ ଦର୍ଶାଇ ଦସ୍ତାବିଜରେ ଦସ୍ତଖତ ପାଇଁ ପ୍ରଶାସନ ବାଧ୍ୟ କରୁଥିବା ସେ ଅଭିଯୋଗ କରିଛନ୍ତି । କିନ୍ତୁ ବଡ଼ଆଖଡ଼ା ମଠ ବିପଦ ସଂକୁଳ ନୁହେଁ ବୋଲି ମଠ ମହନ୍ତ କହିଛନ୍ତି ।