ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚାଲିଥିବା ବେଳେ ଭାରତୀୟ ବାୟୁସେନାରେ ଆଜି ସାମିଲ୍ ହୋଇଛି ଆମେରିକା ନିର୍ମିତ ୮ଟି ‘ଆପାଚ୍’ ହେଲିକପ୍ଟର। ପଠାନକୋଟ୍ ଏୟାରବେସରେ ବାୟୁସେନା ମୁଖ୍ୟ ବିଏସ୍ ଧନୋଆଙ୍କ ଉପସ୍ଥିତିରେ ଆପାଚ୍ ଏଚ୍-୬୪ଇ ହେଲିକପ୍ଟର ସାମିଲ୍ ହୋଇଛି। ବାୟୁସେନାରେ ସାମିଲ୍ ହେବା ପୂର୍ବରୁ ନଡ଼ିଆ ଫଟା ଯାଇ ପାରମ୍ପରିକ ଭାବରେ ଏହାକୁ ବାୟୁସେନାରେ ସାମିଲ୍ କରାଯାଇଥିଲା। ଆମେରିକା ନିର୍ମିତ ଏହି ହେଲକପ୍ଟରକୁ ବାୟୁସେନାରେ ସାମିଲ୍ କରିବା ପାଇଁ ୨୦୧୫ରେ ଭାରତ ସରକାର ଆମେରିକା ସରକାର ଓ ବୋଇଂ ଲିଃ ସହ ୪,୧୬୮ କୋଟି ଟଙ୍କାରେ ୨୨ଟି ଆପାଚ୍ ହେଲିକପ୍ଟର ପାଇଁ ଚୁକ୍ତି କରିଥିଲେ। ଏବେ ୮ଟି ହେଲିକପ୍ଟର ଭାରତ ପାଖରେ ରହିଥିବାବେଳେ ୨୦୨୦ ସୁଦ୍ଧା ବାକି ହେଲିକପ୍ଟର ବାୟୁସେନାରେ ସାମିଲ୍ ହେବାକୁ ଯାଉଛି।